ପୁଣି ବଢିଲା ବିବାଦ । ପଣ୍ଡିଆନଙ୍କ ଉପରେ ତାତିଲେ ଓଡ଼ିଶା ବାସୀ । ନିକଟରେ ବିଜେପି ଦ୍ୱାରା ଏକ ଅଡିଓ କ୍ଲିପ୍ ଭାଏରାଲ ହେବା ପରେ, ସମସ୍ତଙ୍କ ର ଗୋଟିଏ ପ୍ରଶ୍ନ ଆଉ କେତେ ମିଛ କହିବେ ପାଣ୍ଡିଆନ ? ଓଡ଼ିଶାରେ ଉନ୍ନତି ନାଁ ରେ ଯାହା କରୁଛନ୍ତି ତ କରୁଛନ୍ତି ଶେଷରେ ନିଜ ସ୍ବାର୍ଥ ଓ ନିଜର ପ୍ରଚାର ପ୍ରସାର ପାଇଁ ଶ୍ରୀ ମନ୍ଦିର କୁ ମଧ୍ୟ ଛାଡ଼ୁ ନାହାନ୍ତି ।
ନିକଟରେ କମୀୟ ଜାନୀ, ଯେକି ଜଣେ ସୋସିଆଲ ମିଡ଼ିଆ ଇନ୍ଫ୍ଲୁଏନ୍ସର, ପୁରୀ ଜଗନ୍ନାଥ ମନ୍ଦିର ଆସିଥିଲେ । ସେ ଏକ ନୁହଁନ୍ତି ବରଂ ପାଣ୍ଡିଆନ ମଧ୍ୟ ତାଙ୍କ ସହିତ ଥିଲେ ମନ୍ଦିରରେ । ଆପଣ ଭିଡିଓ ଦେଖିଲେ ଜାଣିପାରିବେ । ଯେଉଁଥିରେ ପାଣ୍ଡିଆନ କିପରି ତାଙ୍କୁ ପୁରୀ ମନ୍ଦିର ବୁଲେଇ ଦେଖାଉଛନ୍ତି ଓ ମହାପ୍ରାସାଦ ଖାଇବାକୁ ଦେଉଛନ୍ତି ।
କଥାତ ଏ ଯାଏ ଠିକ୍ ଥିଲା । ହେଲେ କିଛି ଲୋକ ବିରୋଧ କରିଥିଲେ ଯେ, କମୀୟା ଜଣେ ଅଣହିନ୍ଦୁ ଅଟନ୍ତି । ସେ କୁଆଡେ ନିଜ ୟୁଟ୍ୟୁବରେ ଗୋରୁ ମାଂସର ପ୍ରଚାର ପ୍ରସାର କରନ୍ତି ଓ ଖାଆନ୍ତୁ ମଧ୍ୟ । ଏହି ଅଭିଯୋଗର ପ୍ରତି ଉତ୍ତରରେ ପଣ୍ଡିଆନ କହିଥିଲେ ଯେ ମୋର ଏଥିରେ କିଛି ଭୁଲ ନାହିଁ । ଯାନିଆ ନିଜ ଇଚ୍ଛାରେ ମନ୍ଦିର ବୁଲିବା ପାଇଁ ଆସିଥିଲେ । ସେ ମନ୍ଦିରର ପ୍ରଚାର ପ୍ରସାର କରିବା ପାଇଁ ଭିଡିଓ ବନାଇଥିଲେ ଯେଉଁଥିରେ ମୁଁ ତାଙ୍କର ସହଯୋଜ କରିଥିଲି ।
ଶୁଣନ୍ତୁ ଅଡିଓ :-
ହେଲେ ବିଜେପି ପକ୍ଷ ରୁ ଏକ ଅଡିଓ କ୍ଲିପ୍ ସାର୍ବଜନୀନ ହେବା ପାରେ ବଢି ଥିଲା ବିବାଦ । ଯେଉଁଥିରେ ଶୁଣିବାକୁ ମିଲିଥିଲା ଯେ ପାଣ୍ଡିଆନ୍ ନିଜେ ଫୋନ କଲ୍ ରେ କମୀୟାଙ୍କୁ ଶ୍ରୀ ମନ୍ଦିରକୁ ଡାକୁଛନ୍ତି । କହୁଛନ୍ତି ତୁମେ ଆସ ମନ୍ଦିର ବୁଲିବ ଓ ଅଭଡ଼ା ଖାଇବ ।
ଏହି ଅଡିଓ କ୍ଲିପ୍ ଶୁଣିବା ପରେ ସମସ୍ତଙ୍କର ଗୋଟିଏ ପ୍ରଶ୍ନ ପାଣ୍ଡିଆନ୍ କଣ ଓଡ଼ିଶା ବାସୀଙ୍କୁ ବୋକା ବନଉଛନ୍ତି । ତେବେ ଏଠାରେ ପ୍ରଶ୍ନ ଉଠୁଛି କମିୟା ନିଜେ ମନ୍ଦିର ଆସିଥିଲେ ନା ତାଙ୍କୁ ଅଣା ଯାଇଥିଲା । ଯଦି ଅଣା ଯାଇଥିଲା ଏବେ କାହିଁକି ।