ବ୍ଲଡ଼-ସୁଗାର ବା ରକ୍ତ ଶର୍କରା ର ସ୍ତର ବୟସ ଅନୁଯାୟୀ କେତେ ରହିବା ଆବଶ୍ୟକ? ଏହାକୁ ନିୟନ୍ତ୍ରଣ କରିବେ କିପିରି ଆସନ୍ତୁ ଜାଣିବା ଆମର ଏହି ପୋଷ୍ଟରେ…

ମଧୁମେହ ରୋଗ ଏବେ ବୁଢା ଠାରୁ ଆରମ୍ଭ କରି ଯୁବପିଢ଼ି ମଧ୍ୟରେ ମଧ୍ୟ ଦେଖିବାକୁ ମିଳୁଛି। ଖରାପ ଖାଦ୍ୟପେୟ ଏବଂ ଜୀବନଶୈଳୀ ହେତୁ ଅଧିକାଂଶ ଲୋକ ମଧୁମେହର ଶିକାର ହେଉଛନ୍ତି। ଏହି ରୋଗ ଜୀବନରେ ଥରେ ହେବା ମାତ୍ରେ ଆଉ ଜୀବନସାର ପିଛା ଛାଡେ ନାହିଁ ।

ମଧୁମେହ ବା ଡାଇବିଟିସ୍ ର କାରଣ :

ମଧୁମେହ ହେବାର ଅନେକ କାରଣ ରହିଛି। ସେଥିମଧ୍ୟରୁ ବଂଶଗତ କାରଣ ଅନ୍ୟତମ, ହେଲେ ଆମ ଖରାପ ଖାଦ୍ୟ ପାନୀୟ ଏବଂ ଖରାପ ଜୀବନଶୈଳୀ ପାଇଁ ଏହି ରୋଗ ହେବାର ମୁଖ୍ୟ କାରଣ । ସେଥିପାଇଁ ନିଜ ଖରାପ ଅଭ୍ୟାସକୁ ବଦଳାନ୍ତୁ ନଚେତ ଆପଣଙ୍କୁ ମଧ୍ୟ ହୋଇପାରେ ମଧୁମେହ ରୋଗ । ଏହାର ଅନ୍ୟ ଏକ କାରଣ ହେଲା ଶରୀର ଯେତେବେଳେ ଯଥେଷ୍ଟ ପରିମାଣର ଇନସୁଲିନ୍ ଉତ୍ପାଦନ କରିପାରେ ନାହିଁ କିମ୍ବା ଇନସୁଲିନ୍ ପ୍ରଭାବଶାଳୀ ଭାବରେ ବ୍ୟବହାର କରିପାରିବ ନାହିଁ, ଯାହାଦ୍ୱାରା ରକ୍ତରେ ଗ୍ଲୁକୋଜର ମାତ୍ରା ବୃଦ୍ଧି ଯାଇଥାଏ। 

ଡାଇବିଟିସ୍ ହେବା ପୂର୍ବରୁ ଏହାର ଲକ୍ଷଣ ଶରୀରରେ ଦେଖାଯାଇଥାଏ ।  ଏହାକୁ ଚିହ୍ନି ସଚେତନ ହେବା ଦ୍ୱାରା ଆପଣ ସବୁଦିନ ପାଇଁ ମଧୁମେହରୁ ରକ୍ଷା ପାଇପାରିବେ। ହେଲେ ସଚେତନତା ଅଭାବରୁ ଅନେକ ଲୋକ ଲକ୍ଷଣକୁ ଜାଣି ପାରନ୍ତି ନାହିଁ। 

ମଧୁମେହ ଅନେକ ରୋଗ ସୃଷ୍ଟି କରେ, ଯେପରି ଆଖି ଦୃଷ୍ଟିଶକ୍ତି, ଉଚ୍ଚ ରକ୍ତଚାପ, ହୃଦ ରୋଗ, କିଡନୀ ରୋଗ, ଏପରି ପରିସ୍ଥିତିରେ ଶରୀର ଧୀରେ ଧୀରେ ଦୁର୍ବଳ ହେବାକୁ ଲାଗିଥାଏ। ତଥାପି, ଆପଣ ଉପଯୁକ୍ତ ଖାଦ୍ୟ ଏବଂ ଉପଯୁକ୍ତ ବ୍ୟାୟାମ ମାଧ୍ୟମରେ ମଧୁମେହର ଆଶଙ୍କା ମଧ୍ୟ ହ୍ରାସ କରିପାରିବେ। ତେବେ ଆମ ବୟସ ଅନୁଯାୟୀ ଆମର ରକ୍ତରେ ଶର୍କରା ସ୍ତର କ’ଣ ହେବା ଉଚିତ୍ ଆସନ୍ତୁ ଜାଣିବା।

ରକ୍ତ ଶର୍କରା ର ସ୍ତର :

ଯଦି ଆପଣଙ୍କର ବୟସ ୧୮ ବର୍ଷରୁ ଅଧିକ, ତେବେ ଖାଦ୍ୟ ଖାଇବାର ଗୋଟିଏ କିମ୍ବା ଦୁଇ ଘଣ୍ଟା ପରେ ଏହା ଡିସିଲିଟର ପ୍ରତି ୧୪୦ ମିଲିଗ୍ରାମ ହେବା ଉଚିତ। ଯଦି ଆପଣ ଉପବାସ କରୁଛନ୍ତି ତେବେ ୯୯ mg/dl ସୁସ୍ଥ ବୋଲି କୁହାଯାଏ। ଯଦି ସ୍ତର ଏହା ଠାରୁ ଅଧିକ ବଢ଼ିଯାଏ ତେବେ ତୁରନ୍ତ ଆପଣ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଉଚିତ୍ ନଚେତ୍ ସ୍ୱାସ୍ଥ୍ୟ ପ୍ରତି ବିପଦ।

ଯଦି ଆପଣ ୪୦ ବର୍ଷ ବୟସର, ତେବେ ଆପଣ ରକ୍ତକୁ ନିୟମିତ ଯାଞ୍ଚ କରିବା ଉଚିତ କାରଣ ଏହି ବୟସରେ ବିପଦ ବହୁତ ଅଧିକ। ୪୦ ରୁ ୫୦ ବର୍ଷ ବୟସର ଲୋକଙ୍କ ପାଇଁ ସୁଗାର ସ୍ତର ୯୦ ରୁ ୧୩୦ mg/dl ରହିବା ଉଚିତ୍, ଖାଇବା ପରେ ଏହି ସ୍ତର ୧୪୦ mg/dl ରୁ କମ୍ ଏବଂ ରାତ୍ରୀ ଭୋଜନ ପରେ ଏହା ୧୫୦ପର୍ଯ୍ୟନ୍ତ ହେବା ଉଚିତ୍।

ସୁଗାର ସ୍ତର କିପରି ନିୟନ୍ତ୍ରଣ କରିବେ?

ଯଦି ଆପଣଙ୍କ ମଧୁମେହ ଅଛି ତେବେ ଆପଣଙ୍କୁ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବାକୁ ପଡିବ। ଏଥିପାଇଁ ଆପଣ ବ୍ୟାୟାମ, ପ୍ରାଣାୟମ କରିବା ଉଚିତ୍। ଯଦି ଆପଣ ପ୍ରତିଦିନ ଚାଲିବା ଅଭ୍ୟାସ କରନ୍ତି ତେବେ ଏହା ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ। ଆପଣ ତେଲମସଲାଯୁକ୍ତ ଖାଦ୍ୟ, ମିଠା ଜିନିଷ ଏବଂ ପ୍ରକ୍ରିୟାକୃତ ଖାଦ୍ୟ ସାମଗ୍ରୀକୁ ଯଥାସମ୍ଭବ ଏଡାଇବା ଉଚିତ୍।