ଦେଖନ୍ତୁ ଭିଡ଼ିଓ: ବ୍ୟୋମକେଶ ତ୍ରିପାଠୀଙ୍କ ବଡ଼ ବୟାନ, କହିଲେ “ସେକ୍ସ ଏକ ବାୟୋଲୋଜିକାଲ୍ ନିଡ୍, ଲୋକଙ୍କ ଆବଶ୍ୟକତା ଏବଂ..”

ଓଡିଶାର ନାମୀଦାମୀ ଓକିଲ ବ୍ୟୋମକେଶ ତ୍ରିପାଠୀଙ୍କୁ କିଏ ଅବା ନ ଜାଣିଛି । ଖାସ୍ କରି ମିଡିଆ ଆଗରେ ସେ ଦେଉଥିବା ବୟାନ ସମସ୍ତଙ୍କୁ ଖୁବ୍ ପସନ୍ଦ ଆସିଥାଏ । ଏହା ବ୍ୟତୀତ ଆଜିର ସମାଜରେ ଯେଉଁଠାରେ ପୁରୁଷମାନେ ନିର୍ଯାତିତ ହେଉଛନ୍ତି ସେଠାରେ ବ୍ୟୋମକେଶ ଖୋଲା ଖୋଲି ଭାବରେ ଅନେକ ମାମଲା ଗୁଡିକ ଉପରେ ଆଇନଗତ ମତ ରଖିଥାନ୍ତି ।

ମାତ୍ର କିଛି ଦିନ ତଳେ ହିଁ ସତ୍ୟନଗର ଠାରେ ଏକ ସ୍ପା ଭିତରେ ଦେହ ବ୍ୟାପାର ଚାଲିଥିବା ବେଳେ ପୋଲିସ କିଛି ରୂପଜୀବୀ ଏବଂ ଗ୍ରାହକଙ୍କୁ ଗିରଫ କରିଛି । ଏହି ହାଇ ପ୍ରୋଫାଇଲ ମାମଲାକୁ ନେଇ ମୁହଁ ଖୋଲିଛନ୍ତି ବ୍ୟୋମକେଶ ତ୍ରିପାଠୀ । ତାଙ୍କ କହିବା ଅନୁଯାଇ ଏହି ମାମଲାରେ ମଧ୍ୟ ପୁରୁଷମାନେ ହିଁ ନିର୍ଯ୍ୟାତିତ ହୋଇଛନ୍ତି ।

ସେ କହିଛନ୍ତି ଯେ ୨୦୧୨ ରେ ସମ୍ମାନନୀୟ ଆପେକ୍ସ କୋର୍ଟ ଲିଭ ଇଂ ରିଲେସନସିପ୍ କୁ ଅନୁମୋଦନ ଦେଇଥିଲେ । ଦୁଇଜଣ ଯଦି ପ୍ରାପ୍ତ ବୟସ୍କ ପୁଅ ଏବଂ ଝିଅ ହୋଇଥାନ୍ତି ଆଉ ୱେଲ ଏଜୁକେଟେଡ ସେମାନେ ପରସ୍ପର ସହିତ ରହିପାରିବେ । ସେମାନେ ଶାରୀରିକ ସମ୍ପର୍କ ମଧ୍ୟ ରଖିପାରିବେ ।

ଦେଖନ୍ତୁ ଭିଡିଓ :-

ଯେଉଁଠାରେ ଝିଅଟିର ଅନୁମତି ନାହିଁ ଏବଂ ତା ସହିତ ଶାରୀରିକ ସମ୍ପର୍କ ରଖା ଯାଇଛି ସେଠାରେ ଯୁବତୀ ଜଣକ ଭିକ୍ଟିମ୍ ଅଟେ । କିନ୍ତୁ, ଏହି ମାମଲାରେ ରୂପଜୀବିମାନେ ଗ୍ରାହକଙ୍କ ଠାରୁ ଟଙ୍କା ନେଇ ନିଜ ଇଚ୍ଛାରେ ସେକ୍ସ କରିଛନ୍ତି । ତେଣୁ, ଏଠାରେ ସେମାନେ ଭିକ୍ଟିମ୍ ନୁହଁନ୍ତି । ସେମାନଙ୍କୁ କଣ ପାଇଁ ରିହାବଲେସନ ସେଣ୍ଟର୍ ପଠାଗଲା ବୋଲି ପ୍ରଶ୍ନ କରିଛନ୍ତି ବ୍ୟୋମକେଶ ।

ଅନ୍ୟପକ୍ଷରେ ପୁରୁଷମାନଙ୍କୁ ଗିରଫ କରାଯାଇ ସେମାନଙ୍କ ଉପରେ ମାମଲା ରୁଜୁ କରାଯାଇଛି । ଏଭଳି ପରିସ୍ଥିତିରେ କେବଳ ପୁରୁଷମାନେ ହିଁ ଭିକ୍ଟିମ୍ ହେଲେ ବୋଲି ସେ କହିଛନ୍ତି । ଖାଦ୍ୟ, ପାନୀୟ ଏବଂ ବାସଗୃହ ଭଳି ସେକ୍ସ ମଧ୍ୟ ଏକ ବେସିକ୍ ଏବଂ ବାଇଲୋଜିକାଲ ନିଡ୍ ଅଟେ । ଏଭଳି ମାମଲାରେ ଜେଣ୍ଡର ନ୍ୟୁଟ୍ରାଲ ଲ’ କାମ ଦେବନାହିଁ ବୋଲି କହିଛନ୍ତି ବ୍ୟୋମକେଶ ।