ଦେଖନ୍ତୁ ଭିଡ଼ିଓ : ଝିଅକୁ ଟ୍ରାକ୍ କରିବାକୁ ମୁଣ୍ଡରେ CCTV କ୍ୟାମେରା ଲଗାଇଦେଲେ ବାପା।

ସନ୍ତାନ ପ୍ରତି ଚିନ୍ତା ସର୍ବଦା ପିତାମାତାଙ୍କୁ ଘେରି ରହିଥାଏ । ସବୁ ପିତାମାତା ଚାହାନ୍ତି ତାଙ୍କର ସନ୍ତାନ ସୁରକ୍ଷିତ ରୁହନ୍ତୁ । ଘରୁ ବାହାରକୁ ଯୁଆଡ଼େ ବି ଯାଆନ୍ତୁ ସୁରକ୍ଷିତ ଘରକୁ ଫେରନ୍ତୁ । କିନ୍ତୁ ଆଜିର ଏମିତି ପରିବେଶ ହେଲାଣି ଝିଅମାନଙ୍କୁ ନେଇ ଅସୁରକ୍ଷିତ ବଢ଼ିବାରେ ଲାଗିଛି। ତେବେ ନିଜ ଝିଅର ସୁରକ୍ଷା ପାଇଁ ଜଣେ ପାକିସ୍ତାନୀ ପିତା ଏମିତି କିଛି ନିଷ୍ପତ୍ତି ନେଇଛନ୍ତି ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ନିଜ ଝିଅ ଉପରେ ନଜର ରଖିବା ପାଇଁ ଝିଅ ମୁଣ୍ଡରେ ସିସିଟିଭି ଲଗାଇଦେଇଛନ୍ତି ଜଣେ ବାପା । ଏବଂ ଝିଅ ଜଣକ ସାକ୍ଷାତକାର ଦେଉଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ସାକ୍ଷାତକାରରେ ଝିଅଟି ମଧ୍ୟ ସ୍ପଷ୍ଟ କରୁଛନ୍ତି ଯେ କାହିଁକି ତାଙ୍କର ମୁଣ୍ଡରେ ବାପା ସିସଟିଭା ଲଗାଇଛନ୍ତି । ତେବେ ଝିଅକୁ ଟ୍ରାକ୍ କରିବା ଓ ସୁରକ୍ଷିତ ରଖିବା ପାଇଁ ତାଙ୍କର ବାପା ଏମିତି ଯୋଜନା କରିଥିବା କୁହାଯାଉଛି । ସେ କହିଛନ୍ତି ଯେ ତାଙ୍କର ବାପା ସେ କୁଆଡ଼େ ଯାଉଛନ୍ତି, କଣ କରୁଛନ୍ତି ସବୁ ନଜର ରଖିବାକୁ ଏପରି କରିଛନ୍ତି ।

ତେବେ ନିକଟରେ କରାଚୀରେ ଜଣେ ମହିଳାଙ୍କୁ ହତ୍ୟା କରାଯାଇଥିବା ଘଟଣାକୁ ମନେପକାଇ ମହିଳା ଜଣଙ୍କ କହିଛନ୍ତି ବାପା ତାଙ୍କର ସିକ୍ୟୁରିଟି ଗାର୍ଡ । କ୍ୟାମେରା ସାହାଯ୍ୟରେ ତାଙ୍କୁ ଟ୍ରାକ କରିବେ ବାପା । କେହି ବି ସୁରକ୍ଷିତ ନୁହଁନ୍ତି, କରାଚୀ ଭଳି ଘଟଣା ତାଙ୍କ ସହିତ ବି ଘଟିପାରେ କହିଛନ୍ତି ମହିଳାଜଣଙ୍କ ।

ଏହି ସାକ୍ଷାତକାର ଭିଡିଓକୁ ଅନେକ ୟୁଜର୍ସ ସୋସିଆଲ ମିଡିଆରେ ସେୟାର କରୁଛନ୍ତି ଓ ଖୁସି ବ୍ୟକ୍ତ କରିଛନ୍ତି । ଅନେକ ଭିୟୁର ଏହାକୁ ନେଇ ଅନେକ ମଜାର କମେଣ୍ଟ ମଧ୍ୟ ଦେଇଛନ୍ତି।