ଟଙ୍କା ଖର୍ଚ୍ଚକୁ ନେଇ ବଦଳାଇ ଦିଅନ୍ତୁ ନିଜର ଏହି ୪ ଟି ଖରାପ ଅଭ୍ୟାସ! ଟଙ୍କା ବଞ୍ଚାଇବା ସହିତ ହୋଇଯିବେ ଧନୀ…

ଭଲ ରୋଜଗାର କରୁଛନ୍ତି କିନ୍ତୁ, ଟଙ୍କା ସଞ୍ଚୟ କରିବା ପାଇଁ ସକ୍ଷମ ହେଉନାହାଁନ୍ତି କି ? କେଉଁଠି ଅଧିକ ଖର୍ଚ୍ଚ ପଡ଼ିଲେ ଆପଣଙ୍କୁ ମଧ୍ୟ ଋଣ ନେବାକୁ ପଡୁଛି କି ? ପ୍ରକୃତରେ ଆର୍ଥିକ ସ୍ଥିରତା ଆପଣଙ୍କ ଆର୍ଥିକ ବ୍ୟବହାର ଉପରେ ହିଁ ନିର୍ଭର କରିଥାଏ । ତେବେ, ଏଥିପାଇଁ ଆପଣଙ୍କୁ ନିଜର କିଛି ଅଭ୍ୟାସରେ ପରିବର୍ତ୍ତନ ଆଣିବାକୁ ହେବ ।

୧ – ବିନା କୌଣସି କାରଣରେ ଲୋନ ନେବା :- ଆପଣଙ୍କ କ୍ରେଡିଟ୍ ସ୍କୋର ଭଲ ରହିଥିଲେ ଏନବିଏଫ୍‌ସି କମ୍ପାନୀ ତରଫରୁ ଆକର୍ଷଣୀୟ ସୁଧ ହାରରେ ଲୋନ ଅଫର୍ ମିଳିଥାଏ । ଏହି ଲାଳସାରେ ଆସି ଅନେକେ ଲୋନ ନେଇଥାନ୍ତି । ଯାହାଫଳରେ ଅଯଥାରେ ଆପଣଙ୍କ ଉପରେ ଋଣ ବୋଝ ଲଦି ହୋଇ ଯାଇଥାଏ ।

୨ – ବିନା ଲକ୍ଷ୍ୟରେ ନିବେଶ :- ଯଦି ଆପଣ କୌଣସି ନିବେଶ କରୁଛନ୍ତି ତେବେ ଏଥିପ୍ରତି ଖାସ୍ ଧ୍ୟାନ ଦିଅନ୍ତୁ । ନିବେଶ କରିବା ସମୟରେ ଏକ ନିର୍ଦ୍ଧିଷ୍ଟ ଲକ୍ଷ ରଖନ୍ତୁ । ବିନା କୌଣସି ଲକ୍ଷ୍ୟରେ ଅର୍ଥ ନିବେଶ କରିବା ଆପଣଙ୍କୁ ଅସୁବିଧାରେ ପକାଇପାରେ ।

ଆହୁରି ପଢନ୍ତୁ :- ଆପଣଙ୍କୁ ଠିକ ସେ ନିଦ ହେଉନି କି? କରନ୍ତୁ ଏହି ସରଳ ଉପାୟ, ହେବ ଶାନ୍ତିର ନିଦ

୩ – ଋଣ ସୁଝିବାକୁ ଋଣ ନିଅନ୍ତୁ ନାହିଁ :- ଋଣ ସୁଝିବା ପାଇଁ କଦାପି ଋଣ ନିଅନ୍ତୁ ନାହିଁ । ଏହା କରିବା ଦ୍ୱାରା ଆପଣ ଋଣ ଜାଲରେ ଫସିଯାଇ ପାରନ୍ତି । ଏହା ହେବା ଦ୍ୱାରା ଆପଣ ବହୁ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ।

୪ – ନିୟମିତ ନିବେଶ କରନ୍ତୁ :- ରୋଜଗାର ଆରମ୍ଭ ହେବା ସହିତ ନିୟମିତ ଭାବରେ ନିବେଶ ଆରମ୍ଭ କରନ୍ତୁ । ଏହାଦ୍ୱାରା ଆପଣ ମାର୍କେଟରେ ତାଳ ଦେଇ ଚାଲିପାରିବେ । କିଛି ସମୟ ପରେ ଏଠାରୁ ଆପଣଙ୍କୁ ଭଲ ରିଟର୍ଣ୍ଣି ମିଳିପାରିବ ।