ସାବଧାନ୍! ଅଶାନ୍ତ ହେଲାଣି ସମୁଦ୍ର, ଦାନା ବାନ୍ଧୁଛି ବାତ୍ୟା ‘ରେମାଲ’, ଓଡିଶା ପାଇଁ ବଡ଼ ବିପଦ, ଜାଣନ୍ତୁ ପୁରା ଖବର

ମାଡ଼ି ଆସୁଛି ଭୟଙ୍କର ବାତ୍ୟା ! ଧାରଣ କରିପାରେ ଭୟଙ୍କର ରୂପ । ଚଳିତ ମାସ ଶେଷ ଆଡ଼କୁ ହୋଇପାରେ ଏକ ଭୟଙ୍କର ବାତ୍ୟା । ଯାହାକୁ ନେ଼ଇ ପୂର୍ବାନୁମାନ କରିଛି ଗ୍ଲୋବାଲ ଏଜେନ୍ସି ।

ତେବେ ଆମେ ଏଠାରେ ଆପଣଙ୍କୁ କହି ରଖୁଛୁ ଏହାର ପ୍ରଭାବ କେତେ ଭୟଙ୍କର ହେବ ଓ ଓଡ଼ିଶାରେ ଏହାର ପ୍ରଭାବ କିପରି ରହିବ ତାହା ପୂର୍ବାନୁମାନ କରାଯାଇପାରି ନାହିଁ ।

ସୁଚନା ଅନୁସାରେ , ଆସନ୍ତା ୨୩ ତାରିଖରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏବଂ ଆଣ୍ଡାମାନରେ ଏକ ନିମ୍ନ ଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ।

ତେବେ ଏହି ଅବପାତ ମେ ୨୪ ତାରିଖରୁ ୩୦ ତାରିଖ ମଧ୍ୟରେ ତୀବ୍ର ହେବା ନେଇ ଆକଳନ କରାଯାଇଛି ।

ଜାଣନ୍ତୁ ଓଡ଼ିଶା ଉପରେ କିପରି ରହିବ ଏହାର ପ୍ରଭାବ-

ଏହି ବାତ୍ୟାର ନାମ ରେମାଲ ରଖା ଯାଇଛି । ମେ ମାସରେ ବାତ୍ୟା ସୃଷ୍ଟି ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ହେଲେ ଏହା ମଧ୍ୟ ଆକଳନ କରା ଯାଇଛି ଯେ ଏହା ଭୟଙ୍କର ହୋଇପାରେ । 

ତେବେ ଜାଣନ୍ତୁ ବାତ୍ୟାର ଗତିବିଧି-

ପୂର୍ବାନୁମାନ ଅନୁସାରେ ୨୩ ରୁ ୨୭ ମେ ମଧ୍ୟରେ ଓଡ଼ିଶା , ମହାରାଷ୍ଟ୍ର , ଗୁଜୁରାଟ ଉପରେ ବାତ୍ୟାର ପ୍ରଭାବ ପଡିପାରେ । ମେ ୨୮ରେ ମଧ୍ୟ ସ୍ଥାନେ ସ୍ଥାନେ ଅତି ପ୍ରବଳ ବର୍ଷା ଲାଗି ରହିବ । ତେବେ ଓଡ଼ିଶା ପାଇଁ ଏହା ଅଧିକ ବିପଦପୂର୍ଣ୍ଣ ହୋଇପାରେ ।