କାଲି ପବିତ୍ର ଜ୍ୟେଷ୍ଠ ପୂର୍ଣ୍ଣିମା। ଚୁପଚାପ ଗାଈକୁ ଖୁଆଇ ଦିଅନ୍ତୁ ଏହି ଗୋଟିଏ ଜିନିଷ, ସବୁ ମନସ୍କାମନା ହେବ ପୂର୍ଣ। ଜୀବନରେ ରହିବ ନାହିଁ ଦୁଃଖ ଏବଂ ଅଭାବ…

ସନାତନ ଧର୍ମରେ ଗୋଟିଏ ବର୍ଷରେ ବାରଟି ପୂର୍ଣ୍ଣିମା ପଡ଼ିଥାଏ କିନ୍ତୁ ଏଥି ମଧ୍ୟରୁ ସବୁଠାରୁ ଖାସ ଏବଂ ମହତ୍ତ୍ୱ ଜ୍ୟେଷ୍ଠ ପୂର୍ଣ୍ଣିମାକୁ ମନା ଯାଇଥାଏ। ୨୦୨୪ ରେ ପବିତ୍ର ଜ୍ୟେଷ୍ଠ ପୂର୍ଣ୍ଣିମା ବା ଦେବସ୍ନାନ ପୂର୍ଣ୍ଣିମା ଆସନ୍ତାକାଲି ଅର୍ଥାତ ୨୨ ଜୁନ ରେ ପଡ଼ିବାକୁ ଯାଉଛି। ଏହି ଦିନ ଚୁପଚାପ ଗାଈକୁ ଖୁଆଇ ଦିଅନ୍ତୁ ଏହି ଗୋଟିଏ ଜିନିଷ। ଆପଣଙ୍କ ସବୁ ମନସ୍କାମନା ହେବ ପୂର୍ଣ୍ଣ ଏବଂ ଜୀବନରୁ ସମସ୍ତ ଦୁଃଖ କଷ୍ଟର ହୋଇଯିବ ଅନ୍ତ। ଆପଣଙ୍କୁ ଭଗବାନ ବିଷ୍ଣୁ ଏବଂ ମା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତି ହେବ।

ଏହି ଦିନ ମା ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁ ବେଶୀ ପ୍ରସନ୍ନ ମୁଦ୍ରାରେ ରହିଥାଆନ୍ତି ଏମିତିକି ବେଦ ପୁରାଣରେ କୁହାଯାଇଛି କି ଏହି ଜ୍ୟେଷ୍ଠ ପୂର୍ଣ୍ଣିମା ବା ଦେବସ୍ନାନ ପୂର୍ଣ୍ଣିମାକୁ ମନସ୍କାମନା ପୂର୍ଣ୍ଣ ହେବା ପୂର୍ଣ୍ଣିମା ମଧ୍ୟ କୁହାଯାଇଥାଏ। କିଛି ଉପାୟ ଅଛି, ଯାହା ଏହି ପୂର୍ଣ୍ଣିମା ଦିନ କରିବା ଦ୍ଵାରା ବାରଟି ପୂର୍ଣ୍ଣିମାର ପୂଜାର ଫଳ ଆପଣଙ୍କୁ ପ୍ରାପ୍ତି ହୋଇଥାଏ।

ଆପଣ ଦେବସ୍ନାନ ପୂର୍ଣ୍ଣିମା ବା ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ଗାଈକୁ ଖାଇବାକୁ ଦେଲେ ଆପଣଙ୍କୁ କୋଟିପୁଣ୍ୟ ପ୍ରାପ୍ତି ହେବ ମା ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁ ଙ୍କ ଆଶୀର୍ବାଦରୁ ଆପଣଙ୍କ ଜୀବନ ଖୁସିମୟ ହୋଇଯିବ ଏବଂ ଆପଣଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଯିବ। ଶାସ୍ତ୍ରରେ ଗାଈକୁ ମାତା କୁହାଯାଇଛି। ଗୋମାତାଙ୍କ ଶରୀରରେ ତେତିଶ କୋଟି ଦେବୀ ଦେବତାଙ୍କ ବାସ ରହିଥାଏ ବୋଲି କୁହାଯାଏ। ଗାଈର ପାଞ୍ଚୋଟି ଦ୍ରବ୍ୟ ଗୋବର, ମୂତ୍ର, ଦୁଗ୍ଧ, ଦହି ଏବଂ ଘିଅ ଏହା ଅତ୍ୟନ୍ତ ପବିତ୍ର ହୋଇଥାଏ। ସଂସାରରେ ପ୍ରତ୍ୟକ ମାଙ୍ଗଳିକ କାର୍ଯ୍ୟ ଗାଈର କ୍ଷୀରରେ ହୋଇଥାଏ ଘିଅରୁ ଅମୃତ ଉତ୍ପନ ହେଉଅଛି ଯାହା ଦେବଙ୍କର ତୃପ୍ତିର ସାଧନ ହୋଇଥାଏ।

ଯଦି ଆପଣଙ୍କ କୁଣ୍ଡଳୀରେ ମଙ୍ଗଳ ଦୋଷ ଅଛି, ଯେଉଁ କାରଣରୁ ଆପଣଙ୍କ ଜୀବନରେ ବିଭିନ୍ନ ପ୍ରକାର ସମସ୍ୟା ଲାଗି ରହିଛି। ତେବେ ଲାଲ ରଙ୍ଗର ଗାଈର ସେବା କରନ୍ତୁ, ଗାଈକୁ ଗୁଡ଼ ଏବଂ ଚଣା ଖାଇବାକୁ ଦିଅନ୍ତୁ। ବୃହସ୍ପତି ଗ୍ରହକୁ ମାଙ୍ଗଳିକ କାର୍ଯ୍ୟର କାରକ ମନା ଯାଇଥାଏ ଏମିତିକି କୌଣସି ବ୍ୟକ୍ତିର ଗୃହରେ ବିବାହ ମାଙ୍ଗଳିକ କାର୍ଯ୍ୟରେ ବାଧା ଆସୁଅଛି ସେହି ବ୍ୟକ୍ତିର କୁଣ୍ଡଳୀରେ ବୃହସ୍ପତି ଗ୍ରହର ସ୍ଥିତିକୁ ମଜଭୁତ କରିବା ପାଇଁ ରୁଟି ସହିତ ଗୁଡ଼ ଏବଂ ଚଣା ଗାଈକୁ ଖୁଆଇ ଦିଅନ୍ତୁ ଏହା ଦ୍ୱାରା ଆପଣଙ୍କୁ ଶୁଭ ପରିଣାମ ପ୍ରାପ୍ତ ହୋଇଥାଏ।