ମଣିଷ ଜୀବନରେ ପାଣିର ଭୂମିକା ଗୁରୁତ୍ୱପୂର୍ଣ୍ଣ । ପାଣି ବିନା ମଣିଷ ବଞ୍ଚିବା ଅସମ୍ଭବ । ଶରୀରକୁ ସୁସ୍ଥ ରଖିବା ପାଇଁ ପାଣିର ନିହାତି ଆବଶ୍ୟକତା ରହିଛି । ଶରୀରରେ ପାଣିର ଅଭାବ ହେବା ଦ୍ୱାରା ଅନେକ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଓ ରୋଗର କାରଣ ପାଲଟିଥାଏ । ସାଧାରଣ ଭାବେ ଖରାଦିନେ ଅଧିକ ଶୋଷ ଲାଗୁଥିବାରୁ ଅଧିକାଂଶ ଲୋକ ଅଧିକ ମାତ୍ରାରେ ପାଣି ପିଇଥାନ୍ତି ।
ତେବେ ଖରା ହେଉ କି ଶୀତ, କିଛି ଲୋକଙ୍କର ଠିଆ ହୋଇ ପାଣି ପିଇବାର ଅଭ୍ୟାସ ରହିଥାଏ । ଅନେକ ସମୟରେ ଦୋକାନ ଆଗରେ କିଛି ଲୋକ ପାଣି ବୋତଲ କିଣି ଢକଢକ କରି ପାଣି ପିଇ ଦେଇଥାନ୍ତି । ତେବେ ଠିଆ ହୋଇ ପାଣି ପିଇବା ଆମ ଶରୀର ପାଇଁ କେତେ କ୍ଷତିକାରକ ସେନେଇ ଅନେକ ଅଜ୍ଞାତ ଥାଆନ୍ତି । କେହି ଏହାର ପ୍ରକୃତ କାରଣ ଜାଣି ନଥିଲେ ହେଁ ସମସ୍ତେ ଜାଣନ୍ତି ଯେ ଠିଆ ହୋଇ ପାଣି ପିଇବା ଅନୁଚିତ୍ ।
ଆମ ଶରୀରର ୭୦ ପ୍ରତିଶତ ଜଳ ରହିଥିବା ବେଳେ ଜଳ ମାଧ୍ୟମରେ ବିଭିନ୍ନ ଅଂଶକୁ ପୋଷକ ତତ୍ତ୍ୱ ଯାଇଥାଏ । ଠିଆ ହୋଇ ଜଳ ପାନ କରିବା ଫଳରେ ଆମ ଶରୀରକୁ କ୍ଷତି ପହଞ୍ଚାଏ ବୋଲି ଆୟୁର୍ବେଦରେ କୁହାଯାଇଛି । କିଛି ଡାକ୍ତରଙ୍କ କହିବା ଅନୁଯାୟୀ, ଠିଆ ହୋଇ ପାଣି ପିଇବା ଦ୍ୱାରା ପାଣିରେ ଥିବା ମିନେରାଲ୍ସ ଗୁଡ଼ିକ ପାକସ୍ଥଳୀକୁ ଯାଇପାରେ ନାହିଁ ।
ଆହୁରି ପଢନ୍ତୁ :- ମହିଳାଙ୍କ ଋତୁସ୍ରାବ ସମୟରେ ସମ୍ୱନ୍ଧ ରଖିବାକୁ ବ୍ୟାକୁଳ କି? ଏହି ସବୁ ଜରୁରୀ ଟିପ୍ସ ଜାଣି ନିଅନ୍ତୁ
ଏହା ସହ ଠିଆ ହୋଇ ପାଣି ପିଇବା ଅଭ୍ୟାସ ଫଳରେ ବଦହ ଜମ, ଏସିଡିଟି, କୋଷ୍ଠକାଠିନ୍ୟ ଓ ଏସିଡିଟି ସମସ୍ୟା ଦେଖାଯାଇ ଥାଏ । ଏହାଛଡ଼ା ଠିଆ ହୋଇ ପାଣି ପଇବା ଦ୍ୱାରା କିଡନୀ ଓ ଯକୃତ ଉପରେ ଖରାପ ପ୍ରଭାବ ପକାଇଥାଏ । ଭବିଷ୍ୟତରେ ଗଣ୍ଠି ଯନ୍ତ୍ରଣା ଓ ଅନ୍ୟାନ୍ୟ ଅସ୍ଥି ସମସ୍ୟା ଦେଖାଯାଇପାରେ । ସ୍ନାୟୁ ପ୍ରଣାଳୀ ଉପରେ ପ୍ରଭାବ ପକାଇ ଆପଣଙ୍କୁ ଗୁରୁତର କରିପାରେ ।
ତେବେ ଜାଣି ରଖନ୍ତୁ ସବୁବେଳେ ବସିକି ପାଣି ପଇବା ଉଚିତ୍ । ଏହାସହ ଯେତେବେଳେ ଆପଣ ପାଣି ପିଉଛନ୍ତି ଛୋଟ ଢୋକରେ ପାଣି ପିଅନ୍ତୁ । ଏବଂ ଶୀଘ୍ର ପାଣି ପିଇବା ଦ୍ୱାରା ଶରୀରରେ ପ୍ରଭାବ ପକାଇଥାଏ ତେଣୁ ଧୀରେ ଧୀରେ ପାଣି ପିଅନ୍ତୁ ଏହା ଶରୀରରେ ଇଲେକ୍ଟ୍ରୋଲାଇଟ ସନ୍ତୁଳନ ମଧ୍ୟ ସଠିକ୍ ରଖିବାରେ ସାହାଯ୍ୟ କରିଥାଏ । ଓ ଶରୀରକୁ ହାଇଡ୍ରେଟେଡ୍ ରଖିବା ସହ ସମସ୍ତ ଅଙ୍ଗ ପ୍ରତ୍ୟେଙ୍ଗକୁ ସୁସ୍ଥ ରଖିଥାଏ ।