ଭୁଲରେ ଏହି ୫ ଟି ଜିନିଷକୁ କାହାକୁ ଉପହାରରେ ଦିଅନ୍ତୁ ନାହିଁ, ବାସ୍ତୁ ଅନୁଯାୟୀ ଏହା ଅତ୍ୟନ୍ତ ଅଶୁଭ ହୋଇଥାଏ।

ଆମ ସମାଜରେ ଅନେକ ଶୁଭ ଅବସରରେ ଆମେ ଆମର ବନ୍ଧୁ ଏବଂ ପ୍ରିୟଜନଙ୍କୁ ଉପହାର ସ୍ୱରୂପ ଅନେକ ଜିନିଷ ଦେଇଥାଉ ଏବଂ ଗ୍ରହଣ କରୁ। ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଅନେକ ଜିନିଷ ଅଛି ଯାହାକୁ ଉପହାର ରୂପେ ଦିଆଯିବା ଦ୍ଵାରା ଅପ୍ରୀତିକର ଫଳାଫଳ ଆସିଥାଏ ଏବଂ କ୍ରମାଗତ କ୍ଷତି ହୋଇଥାଏ। ଆଜି ଆମେ ଆପଣଙ୍କୁ ଏପରି 5 ଟି ଜିନିଷ ବିଷୟରେ କହିବାକୁ ଯାଉଛୁ, ଯାହା ଉପାହାର ସ୍ଵରୂପ ଦେଲେ ଆପଣଙ୍କର ଆର୍ଥିକ କ୍ଷତି ଏବଂ ସମସ୍ୟା ବଢ଼ିଇଥାଏ।

କୌଣସି ଶୁଭ ଅବସରରେ ଲୋକମାନେ ପ୍ରାୟତ ପରସ୍ପରକୁ ଭଗବାନ ଗଣେଶଙ୍କ ପ୍ରତିମା ଦିଅନ୍ତି, କିନ୍ତୁ ବେଳେବେଳେ ଅଜାଣତରେ ସେମାନେ ଭଗବାନ ଗଣେଶଙ୍କ ପ୍ରତିମା ସହିତ ଦେବୀ ଲକ୍ଷ୍ମୀଙ୍କ ପ୍ରତିମା ମଧ୍ୟ ଦିଅନ୍ତି। ଦେବୀ ଲକ୍ଷ୍ମୀଙ୍କ ମୂର୍ତ୍ତି ଗଣେଶଜୀଙ୍କ ମୂର୍ତ୍ତି ସହିତ କେବେବି ଦିଆଯିବା ଉଚିତ୍ ନୁହେଁ। ଏହାଦ୍ଵାରା, ଟଙ୍କା ଆସିବା ପରିବର୍ତ୍ତେ, ଆର୍ଥିକ କ୍ଷତି ଘଟିବା ଆରମ୍ଭ କରେ।

ବାସ୍ତୁ ଶାସ୍ତ୍ରରେ ତୀକ୍ଷ୍ଣ ଅସ୍ତ୍ର କିମ୍ବା ତୀକ୍ଷ୍ଣ ଜିନିଷ ଉପହାର ଭାବରେ ଦେବା ନିଷେଧ ବୋଲି ଧରାଯାଏ। ଏହିପରି ଉପହାର ଗ୍ରହଣ କରିବା ଏବଂ ଦେବା ଘରେ ଦୁଃଖ ଏବଂ ଅଶାନ୍ତି ସୃଷ୍ଟି କରେ।

କଳା ରଙ୍ଗର ପୋଷାକ ଏବଂ ଜୋତା ଉପହାର ଦେବା ଉଚିତ୍ ନୁହେଁ କାରଣ କଳା ରଙ୍ଗକୁ ଅଶୁଭ ବୋଲି ବିବେଚନା କରାଯାଏ।ଉପହାର ସ୍ୱରୂପ କଳା ରଙ୍ଗର ପୋଷାକ ଦେବା ଜୀବନରେ ସମସ୍ୟା ବଢାଇଥାଏ।

ଉପହାର ସ୍ୱରୂପ ଶିକାରକାରୀ ପଶୁମାନଙ୍କର ଚିତ୍ର ଦିଅନ୍ତୁ ନାହିଁ କିମ୍ବା ଗ୍ରହଣ କରନ୍ତୁ ନାହିଁ। ଏପରି ଚିତ୍ର ପ୍ରଦାନ କରିବା ଦ୍ୱାରା ଘରେ ଅଶାନ୍ତି ସୃଷ୍ଟି ହୁଏ।

ବାସ୍ତୁ ଅନୁଯାୟୀ, ରୁମାଲକୁ ମଧ୍ୟ କାହାକୁ ଉପହାର ଦେବା ଉଚିତ୍ ନୁହେଁ। ରୁମାଲ ଦେବା ନକାରାତ୍ମକତା ବଢାଇଥାଏ ଏବଂ ସମ୍ପର୍କରେ ଦୂରତା ସୃଷ୍ଟି କରେ।