ଦେଖନ୍ତୁ ଭିଡିଓ: ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଆଗରେ ଗର୍ଜିଲେ ମହିଳା, ପୋଲିସକୁ ବି ଛାଡିଲେନି

ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଆଗରେ ମହିଳାଙ୍କ ଅସନ୍ତୋଷ । ଲେଡି ପୁଲିସଙ୍କୁ କହିଲେ, ଏ ହାତ ଛାଡ଼, ପୁଲିସର ଦବଙ୍ଗଗିରି ମତେ ଦେଖାଅନାହିଁ । ମତେ ଛୁଉଁଛ କ’ଣ, ଟେକିକି ଫୋପାଡ଼ିଦେବି ଯେ । ଦୀର୍ଘ 5 ବର୍ଷ ହେବ ଦଉଡୁଛି…ହେଲେ ସମସ୍ୟା ଶୁଣାଯାଉନି ।

ଏଭଳି ଅଭିଯୋଗ ଆଣି ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ ଆଗରେ କ୍ଷୋଭ ପ୍ରକାଶ କରିଥିଲେ ଯାଜପୁରର ସରସ୍ବତୀ ସାହୁ । ଠିକ୍ ଏହି ସମୟରେ ସେଠାରେ କାର୍ଯ୍ୟରତ ମହିଳା ପୋଲିସ ତାଙ୍କୁ ଅଟକାଇବା ସହ ସରସ୍ବତୀଙ୍କୁ ସେଠାରୁ ଜୋରଜବରଦସ୍ତ ଉଠାଇ ନେଇଥିଲେ ।

ଅଭିଯୋଗ ବଖାଣିଲେ ମହିଳା । କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ମୋ କାଗଜ ଚାପି ଦେଇଛନ୍ତି । ଆଉ ଦୁଇ ପୋଲିସ ମୋ ଗାଡ଼ି କାଗଜ ପତ୍ର ବଦଳାଇଛନ୍ତି ବୋଲି କହିଲେ ମହିଳା ।

ଦେଖନ୍ତୁ ଭିଡିଓ :-

ଘଟଣାକୁ ନେଇ କିଛି ସମୟ ଯୁକ୍ତିତର୍କ ଚାଲିବା ପରେ ଉପରସ୍ଥ ଅଫିସର ଆସି ଭୁଲ ମାଗିବା ସହ ସରସ୍ବତୀଙ୍କୁ ଅଭିଯୋଗ ପ୍ରକୋଷ୍ଠକୁ ନେଇଥିଲେ ।