ଝିଅ ପାଇଁ ବାପା ଆଇସକ୍ରିମ ଖୋଜୁଥିଲେ । ହେଲେ ଝିଅ ଚକୋଲେଟ୍ ଖୋଜୁଥିଲା । ଚକୋଲେଟ୍ ପାଇଁ ଝିଅ ଫ୍ରିଜ୍ ଖୋଲିଥିଲା । ଚାହୁଁ ଚାହୁଁ କୁନି ଝିଅର ଚାଲିଗଲା ଜୀବନ । ମୃତ୍ୟୁ କେତେବେଳେ ଆଉ କେଉଁ ରୂପରେ ଆସିବ ତାହା କାହାକୁ ବି ଜଣା ନ ଥାଏ । ହେଲେ ମୃତ୍ୟୁ ବେଳେବେଳେ ଏମିତି ଭାବେ ପହଞ୍ଚିଯାଏ ଯାହା ମୃତକଙ୍କ ପରିଜନକୁ ପୁରା ଦୋହଲାଇ ରଖିଦିଏ । ଠିକ୍ ଯେମିତି ଏହି ଘଟଣା ସମସ୍ତଙ୍କ ଆଖିରେ ଲୁହ ଭରିଦେଇଛି । ଚୋକଲେଟ୍ ଖାଇବାକୁ ଫ୍ରିଜ୍ ଖୋଲୁଥିବା ଏହି ଛୋଟ ଝିଅଟି ସମସ୍ତଙ୍କୁ କନ୍ଦାଇ ଏହି ଦୁନିଆ ଛାଡ଼ି ଚାଲିଯାଇଛି । ଝିଅଟି କେମିତି ଆଉ କେଉଁ ପରିସ୍ଥିତିରେ ପ୍ରାଣ ହରାଇଛି ସେ କଥା ଜାଣିଲେ ଆପଣଙ୍କ ଆଖିରେ ଲୁହ ଆସିଯିବ ।
ନିଜର କୁନି ଝିଅକୁ ସାଙ୍ଗରେ ଧରି ବାପା ବଜାରକୁ ଯାଇଥିଲେ ସୋପିଂ କରିବାକୁ । ଏକ ସୁପର୍ ମାର୍କେଟ ଭିତରକୁ ଯାଇ ସେମାନେ ଜିନିଷ କିଣାକିଣି କରୁଥିଲେ । ଏହି ସମୟରେ ଝିଅଟି ଆଇସକ୍ରିମ ଖାଇବାକୁ ବାପାଙ୍କ ପାଖରେ ଜିଦ୍ କରିଥିଲା । ଆଉ ନିଜ ଅଲିଅଳ ଝିଅ ପାଇଁ ଆଇସକ୍ରିମ କିଣିବାକୁ ସୁପର୍ ମାର୍କେଟ ଭିତରେ ଥିବା ଏକ ଫ୍ରିଜ ପାଖକୁ ଯାଇଥିଲେ ବାପ ଝିଅ । ଆଉ ଫ୍ରୀଜ୍ ଖୋଲି ଝିଅ ପାଇଁ ଆଇସକ୍ରିମ ଖୋଜୁଥିଲେ ବାପା । ଝିଅ ବି ତାଙ୍କ ପାଖରେ ହାତକୁ ଧରି ଛିଡ଼ା ହୋଇଥିଲା । ହେଲେ ଏତିକିବେଳେ ତାର ଆଖି ପଡ଼ିଥିଲା ପାଖରେ ଥିବା ଆଉ ଏକ ଫ୍ରୀଜ୍ ଉପରେ । ସେହି ଫ୍ରୀଜ୍ ଭିତରେ ରହିଥିଲା ଭଳି କି ଭଳି ଚକୋଲେଟ୍ । ଆଉ ଚକୋଲେଟ୍ ଆଣିବା ପାଇଁ ସେ ବାପାଙ୍କ ହାତ ଛାଡ଼ିଦେଇ ପାଖରେ ଥିବା ଫ୍ରୀଜ ନିକଟକୁ ଚାଲିଯାଇଥିଲା ।
ଭିତରେ ଚକୋଲେଟ୍ ଦେଖି ଅତି ଆଗ୍ରହରେ ଫ୍ରିଜର ଡୋର୍ ଖୋଲିବାକୁ ହାତ ବଢ଼ାଇ ଦେଇଥିଲା କୁନି ଝିଅଟି । ହେଲେ ସେ ଜାଣି ନ ଥିଲା ତା ସହ କଣ ଘଟିବାକୁ ଯାଉଛି । ଫ୍ରିଜର ଡୋରକୁ ଛୁଁ ଛୁଁ ତାର ହାତ ସେଇଠାରେ ଲାଖି ଯାଇଥିଲା । ଆଉ ସେ ଫ୍ରିଜ ଡୋରରେ ହିଁ ଲଟକି ରହିଥିଲା । ସେପଟେ ବାପା କିନ୍ତୁ ଏକଥା ଜାଣି ପାରି ନଥିଲେ । ଆଉ ସେ ନିଜ ଝିଅ ପାଇଁ ଅନ୍ୟ ଫ୍ରୀଜ୍ ଭିତରେ ତା ମନ ପସନ୍ଦର ଆଇସକ୍ରିମ ଖୋଜି ଚାଲିଥିଲେ । ହେଲେ କିଛି ସମୟ ପରେ ତାଙ୍କ ନଜର ଯେତେବେଳେ ଝିଅ ଉପରେ ପଡିଥିଲା , ସେ ଦେଖିଥିଲେ ତାଙ୍କ ଝିଅ ଫ୍ରୀଜ୍ ଦେହରେ ଲଟକି ରହିଛି । ଆଉ ପାଖକୁ ଦୌଡ଼ି ଯାଇ ଝିଅକୁ ଭିଡ଼ି ଆଣିଥିଲେ । ହେଲେ ଝିଅଟି ସେଇଠି ଟଳି ପଡ଼ିଥିଲା । ଆଉ ତାକୁ ତୁରନ୍ତ ହସ୍ପିଟାଲ୍ କୁ ନିଆ ଯାଇଥିଲା ।
ଦେଖନ୍ତୁ ଭିଡିଓ :-
ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବିଦ୍ୟୁତ୍ ଝଟକାରେ ଝିଅର ପ୍ରାଣ ବାୟୁ ଉଡ଼ି ସାରିଥିଲା । ତେଲେଙ୍ଗାନା ନିସାମାବାଦ୍ ର ନବିବେକ୍ ମଣ୍ଡପରେ ଘଟିଛି ଏମିତି ଏକ ଅଭାବନୀୟ ଘଟଣା। ମୃତ ଝିଅଟିର ନାଁ ରିଶିତା ହୋଇଥିଲା ବେଳେ ତାଙ୍କ ବାପାଙ୍କ ନାଁ ରାଜଶେଖର ବୋଲି ଜଣାପଡିଛି । ଏହି ଘଟଣାଟି ଯେମିତି ରାଜଶେଖରଙ୍କ ମୁଣ୍ଡ ଉପରେ ଚଡ଼କ ପକାଇ ଦେଇଥିଲା । ତାଙ୍କ ଗେହ୍ଲା ଝିଅ ରିଶିତା ନା ଆଇସକ୍ରିମ ଖାଇପାରିଥିଲା ନା ଚକୋଲେଟ । କିନ୍ତୁ ସେ ସବୁଦିନ ପାଇଁ ଏ ଦୁନିଆ ଛାଡ଼ି ଚାଲିଯାଇଥିଲା । ତେବେ ଏହି ଘଟଣା ପରେ ଝିଅର ମୃତ ଦେହକୁ ଆଣି ତାଙ୍କର ସମ୍ପର୍କୀୟ ମାନେ ସେହି ସୁପର୍ ମାର୍କେଟ ସାମ୍ନାରେ ଧାରଣା ଦେଇଥିଲେ । ଦୋକନୀର ବେପରୁଆ ମନୋଭାବ ଯୋଗୁଁ ତାଙ୍କ ଝିଅର ମୃତ୍ୟ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ । ପୋଲିସ୍ ଏହି ଘଟଣାରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।