କଣ ଆପଣ ଜାଣନ୍ତି କି ନିଜ ସ୍ତ୍ରୀ ଥାଉ ଥାଉ ଅନ୍ୟ ସ୍ତ୍ରୀ ସହ ସମ୍ପର୍କ ରଖିଲେ କଣ ଘଟିବ ? ହିନ୍ଦୁ ଶାସ୍ତ୍ର ଅନୁସାରେ, ଏପରି କୁକର୍ମ କରୁଥିବା ବ୍ୟକ୍ତିତ୍ଵଙ୍କ ସହିତ କିଛି ଏପରି ଘଟିଥାଏ । ଯାହା ଜାଣିବା ପରେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ।
କଥାରେ ଅଛି ବାମ ହାତ ପାପ ଡାହାଣ ହାତ ନିଏ ନାହିଁ । ଅର୍ଥାତ୍ କର୍ମର ଫଳ ନିଶ୍ଚିତ ମିଳିବ । ଯାହାକୁ କି ଏଡ଼ାଇ ପାରିବା ସମ୍ଭବ ନୁହେଁ । ସେ କୁକର୍ମ ହେଉ କି ସୁକର୍ମ , ସମସ୍ତ କର୍ମର ଫଳ ମିଳିବା ସୁନିଶ୍ଚିତ ।
ତେବେ ଯଦି ବର୍ତ୍ତମାନ ସମୟକୁ ଦେଖାଯାଏ ପରକିୟା ପ୍ରୀତିର ଉଦାହରଣ କିଛି କମ୍ ନାହିଁ । ନିଜର ସ୍ତ୍ରୀ କିମ୍ବା ସ୍ଵାମୀ ଥାଉ ଥାଉ ଅନ୍ୟତ୍ର ସମ୍ପର୍କ ରଖୁଛନ୍ତି ମହିଳା ଏବଂ ପୁରୁଷ । ଯାହାକି କଳିଯୁଗର ଏକ ବିଶେଷ ଲକ୍ଷଣ ଅଟେ ।
ହେଲେ ଯେଉଁ ମାନେ ନିଜ କାମ ଭାବନା ପାଇଁ ଏପରି କରିଥାନ୍ତି ସେମାନଙ୍କୁ ତଦନୁଯାୟୀ ଦଣ୍ଡ ମିଳିଥାଏ । କୁହାଯାଏ ଏପରି କାମ କରୁଥିବା ବ୍ୟକ୍ତିତ୍ଵ ମାନଙ୍କୁ ମୃତ୍ୟୁ ସମୟରେ ନର୍କ ଯନ୍ତ୍ରଣା ମିଳିଥାଏ । ଏପରିକି ମୃତ୍ୟୁ ପରେ ମଧ୍ୟ ସେମାନଙ୍କ ଆତ୍ମାକୁ ଶାନ୍ତି ମିଳି ନ ଥାଏ ।