ଦେଖନ୍ତୁ ଭିଡିଓ: ମାଛ ଖାଇବାକୁ ନରାଜ ଗେଟରେ ଫଶିଯାଇଥିଲା ବିଲେଇ, ଜୀବନକୁ ବାଜି ଲଗାଇ ଉଦ୍ଧାର କଲେ ଅଗ୍ନିଶମ ଟିମ୍

ଲଗାଣ ବର୍ଷା ଜନ ଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଗତ କିଛି ଦିନରୁ ରାଜ୍ୟରେ ଲଗାତାର ପ୍ରବଳ ବର୍ଷା ବନ୍ୟା ପରିସ୍ଥିତି ସୃଷ୍ଟି କରିଛି। ଚାରିଆଡେ ପାଣିମୟ ଲୋକେ ରହିବାକୁ ଜାଗା ପାଉ ନାହାଁନ୍ତି। ସବୁଆଡେ ପାଣି ପଶିଯିବାରୁ ତଳିଆ ଅଞ୍ଚଳରେ ଥିବା ଲୋକମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଖାଲି ମଣିଷ ନୁହେଁ ପଶୁ ମଧ୍ୟ ପାଣିର ଏହି କରାଳ ରୂପରୁ ବର୍ତ୍ତି ପାରି ନାହିଁ।

ଏକ ବିଲେଇ ମାଛ ଖାଇବାକୁ ଯାଇ ନରାଜ ଗେଟରେ ଫଶିଯାଇଥିଲା। ଏହା ଦେଖିବା ପରେ ଅଗ୍ନିଶମ ଟିମ୍ ଜୀବନକୁ ବାଜି ଲଗାଇ ବିଲେଇଟିକୁ ଉଦ୍ଧାର କରିବାରେ ଲାଗି ପଡ଼ିଥିଲେ। ବହୁ ଚେଷ୍ଟା ପରେ ବିଲେଇଟିକୁ ସୁରକ୍ଷିତ ଧରିବାରେ ସଫଳ ହୋଇଥିଲେ ଅଗ୍ନିଶମ ଟିମ୍। ଯାହାର ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି। ଦେଖନ୍ତୁ ପୁରା ରେସ୍କ୍ୟୁ ଅପରେସନର ଦ୍ରୁଶ୍ୟ-