ଚତୁର୍ଥୀ ରାତିରେ ଅଶ୍ଳୀଳ ଭିଡିଓ ଦେଖାଇ ଅପ୍ରାକୃତିକ ଶାରୀରିକ ସଂପର୍କ ରଖିବାକୁ ବାଧ୍ୟ କଲା ସ୍ବାମୀ, ତାପରେ ସ୍ତ୍ରୀ କଲା ଏମିତି କାମ

ବାହାଘର ସମସ୍ତଙ୍କ ଜୀବନର ଏକ ମହତ୍ଵପୂର୍ଣ ନିଷ୍ପତି ଅଟେ । ବାହାଘରର ଭୁଲ ନିଷ୍ପତି କେବଳ ଦୁଇ ଲୋକଙ୍କର ନୁହେଁ ଦୁଇ ପରିବାରର ଜୀବନକୁ ଖରାପ କରିଦିଏ । ସେଥିପାଇଁ ବାହାଘରର ନିଷ୍ପତି ବହୁତ ଭାବିଚିନ୍ତି ନେବାକୁ ପଡିଥାଏ । ବାହାଘରକୁ ଉଭୟେ ପୁଅ ଝିଅ ଅନେକ ସ୍ୱପ୍ନ ଦେଖିଥାନ୍ତି । ଯାହା କିଛି କ୍ଷେତ୍ରରେ ପୂରଣ ହୁଏ କିଛିଙ୍କର ଅଧୁରା ରହିଥାଏ । ଏଭଳି ହିଁ ଏକ ଘଟଣା ସାମ୍ନାକୁ ଆସିଛି ।

ଗୁଜୁରାଟର ଭଦୋଦରାରେ ବିବାହ ପରେ ଚଉଠି ରାତିରେ ସ୍ବାମୀର ଅସଲ ଋପ ଦେଖି ଚମକି ପଡ଼ିଥିଲେ ନବ ବିବାହିତା । ଚଉଠି ରାତିରେ ପର୍ଣ୍ଣ ଭିଡିଓ ଦେଖି ଅପ୍ରାକୃତିକ ଶାରୀରିକ ସଂପର୍କ ରଖିବାକୁ ସ୍ବାମୀ ଚେଷ୍ଟା କରିବା ପରେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ପୀଡ଼ିତା ।

ଘଟଣାର କିଛି ଦିନ ପରେ ଏ ନେଇ ସେ ହଲୋଲ ପୁଲିସ ପାଖରେ ପହଞ୍ଚି ଅଭିଯୋଗ କରିଥିବା ଜଣା ପଡ଼ିଛି । ପୀଡ଼ିତାଙ୍କ ଅଭିଯୋଗ ରଖି ଏବେ ପୁଲିସ ଅଭିଯୁକ୍ତ ସ୍ବାମୀ ବିରୋଧରେ ଧାରା ୩୭୭ଅନୁଯାୟୀ ଏତଲା ରୁଜୁ କରିଛି । ଏହା ସହ ପୀଡ଼ିତା ଛାଡ଼ପତ୍ର ପାଇଁ ମଧ୍ୟ ଆବେଦନ କରିଥିବା ଜଣାପଡ଼ିଛି ।

ଆହୁରି ପଢନ୍ତୁ :- ଦେଖନ୍ତୁ ଭିଡ଼ିଓ: ଅଜବ ଘଟଣା, ଜଣେ ସ୍ତ୍ରୀକୁ 2 ଜଣ ସ୍ଵାମୀ, କିଏ କେତେ ଘଣ୍ଟା ରଖିବ ବୋଲି ଲାଗିଛି କଳି

ପଞ୍ଚମହଲରେ ରହୁଥିବା ପୀଡ଼ିତା କହନ୍ତି, ‘ଡିସେମ୍ବର ୧୩ ତାରିଖରେ ପରିବାର ଲୋକଙ୍କ ସହମତିରେ ମୋର ବିବାହ ହୋଇଥିଲା । ବିବାହ ପରେ ଡିସେମ୍ବର ୧୪ରେ ଆମେ ଦୁହେଁ ଏକ ହୋଟେଲକୁ ଯାଇଥିଲୁ । ସେଠାରେ ମୋ ସ୍ବାମୀ ମୋତେ ଅଶ୍ଲୀଳ ଫଟୋ ଓ ଭିଡିଓ ଦେଖାଇବା ସହ ସେହି ଭଳି ଶାରୀରିକ ସଂପର୍କ ରଖିବାକୁ ବାଧ୍ୟ କରିଥିଲେ । ମୁଁ ମନା କରିବାରୁ ସେ ମୋ ସହ ଜୋର ଜବରଦସ୍ତ କରିଥିଲେ, ଯାହା ପରେ ଆମ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହେବା ସହ ଆମେ ସେଠାରୁ ଚାଲି ଆସିଥିଲୁ ।’