ଭୁବନେଶ୍ୱର ଲକ୍ଷ୍ମିସାଗର ଅଞ୍ଚଳରେ ରକ୍ତର ଛିଟା ! ତ୍ରିକୋଣିଆ ପ୍ରେମ ପାଇଁ ଚାଲି ଯାଇଛି ନିରୀହ ଜୀବନ । ଏହି ହତ୍ୟାକାଣ୍ଡର ସାକ୍ଷୀ ରହିଛି ଅନେକ ଆଖି । ଯେଉଁମାନେ ରାଜରାସ୍ତାରେ ହତ୍ୟା ବିଭତ୍ସ ଶରୀରକୁ ଛଟ୍ ପଟ୍ ହେବାର ଦେଖିଛନ୍ତି । ତେବେ ଜାଣନ୍ତୁ ସଂପୂର୍ଣ୍ଣ ଘଟଣା….. କିଏ ଓ କାହିଁକି ଏହି ଯୁବକଙ୍କୁ ହତ୍ୟା କରିଛନ୍ତି ।
ନିହାରୀକା ନାମକ ଜଣେ ଯୁବତୀ ଗୌତମ ନାମକ ଜଣେ ଯୁବକଙ୍କୁ ପ୍ରଥମେ ପ୍ରେମ କରୁଥିଲେ । ହେଲେ ସେ ପରେ କାହ୍ନା ନାମକ ଜଣେ ଯୁବକଙ୍କୁ ପ୍ରେମ କରିବା ଆରମ୍ଭ କଲେ । ଗତ ଶନିବାର ଦିନ କାହ୍ନା ଗୌତମ କୁ ଭେଟିବା ପାଇଁ ଡ଼କାଇଥିଲେ । ଗୌତମ ସେ ଦିନ ଏକ କାଟ୍ରିଙ୍ଗ କାମରୁ ଫେରି କାହ୍ନାଙ୍କୁ ନଦୀ କୂଳେ ଦେଖା କରିଥିଲେ ।
ଗୌତମ ନିଜ ସହିତ ଅଞ୍ଜନ ନାମକ ଏକ ଯୁବକଙ୍କୁ ସାଙ୍ଗରେ ଆଣିଥିଲେ । ଏପଟେ କାହ୍ନା ନିଜ ପ୍ରେମିକା ନିହାରିକାଙ୍କ ସହିତ ଅନ୍ୟ ଚାରି ଯୁବକଙ୍କୁ ଆଣି ଆସିଥିଲେ । ସେଠାରେ ଦୁହିଁଙ୍କ ମଧ୍ୟରେ କଣ ହେଲା କେଜାଣି କାହ୍ନା ହଠାତ୍ ଖଣ୍ଡା ବାହାର କରି ଗୌତମଙ୍କୁ ଆକ୍ରମଣ କରିବା ପାଇଁ ଚେଷ୍ଟା କରିଥିଲେ ।
ଆହୁରି ପଢନ୍ତୁ :- ସ୍କୁଲରେ ଛାତ୍ରୀ ଉପରେ ଚୋରି ଅଭିଯୋଗ ପରେ ଲଙ୍ଗଳା କରି ସର୍ଚ୍ଚ କଲେ ଦିଦି, ସହି ନପାରି ଜୀବନ ହାରିଦେଲା ଛାତ୍ରୀ, ଜାଣନ୍ତୁ ପୁରା ଘଟଣା
ସେହି ସମୟରେ ଅଞ୍ଜନ ସେମାନଙ୍କ ମଧ୍ୟରେ ପଶି ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କରୁଥିଲେ । ହେଲେ କାହ୍ନା ବୁଝିବାକୁ ଥିଲେ ସଂପୂର୍ଣ୍ଣ ନାରାଜ । କହିବା କିଛି ଭୁଲ ହେବ ନାହିଁ ଯେ କାହ୍ନା ଗୌତମ ଙ୍କୁ ମାରିବା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତିରେ ଆସିଥିଲେ ବୋଲି । ଅଞ୍ଜନ ଦୁହିଁଙ୍କୁ ବୁଝାଉଥିବା ସମୟରେ କାହ୍ନା ଙ୍କ ରାଗ ଅଞ୍ଜନ ପ୍ରତି ବେଶୀ ବଢି ଯାଇଥିଲା । ଯେଉଁ କାରଣରୁ ସେ ଅଞ୍ଜନଙ୍କୁ ହାଣିଥିଲେ ।
ପରେ ସେଠାରୁ ସମସ୍ତେ ଫେରାର ହୋଇ ଯାଇଥିଲେ । ଅଞ୍ଜନ ଜୀବନ ବିକଳରେ ରାଜରାସ୍ତାକୁ ଧାଇଁ ଆସିଥିଲେ । ଯେଉଁଠାରେ ଲୋକେ ତାଙ୍କୁ ଆମ୍ବୁଲାନ୍ସ ଡକାଇ ମେଡିକାଲ୍ ପଠାଇଥିଲେ । ସେଠାରେ ଚିକିତ୍ସିତ ଅବସ୍ଥାରେ ଅଞ୍ଜନଙ୍କ ପ୍ରାଣ ଚାଲି ଯାଇଥିଲା । ଦୀର୍ଘ ୪୦ ଘଣ୍ଟାର ଖୋଜା ଖୋଜି ପରେ ମଧ୍ୟ ପୋଲିସ୍ ପାଇ ନ ଥିଲା ହତ୍ୟାକାରୀଙ୍କୁ ।
ନିହାରିକା ନିଜ ଭଉଣୀଙ୍କୁ ଗତ ରବିବାର ଦିନ ମେସେଜ କରିଥିଲେ ଯେ ମୁଁ ପିଙ୍କୁ ସହିତ ଭଲରେ ଅଛି । ମୋତେ ଖୋଜିବ ନାହିଁ । ଯେଉଁ ମେସେଜ କୁ ଟ୍ରାକ କରି ପୋଲିସ ନିହାରିକା ଓ କାହ୍ନା ରହିଥିବା ସ୍ଥାନ ସାଲିଆ ସାହି ଠାରେ ପହଞ୍ଚି ଦୁହିଁଙ୍କୁ ଗିରଫ କରିଥିଲେ ।
ସାଲିଆ ସାହିରେ ପିଙ୍କୁର ଜଣେ ସମ୍ପର୍କୀୟଙ୍କ ଘରେ ଲୁଚି ରହିଥିଲେ ଦୁଇ ଅଭିଯୁକ୍ତ ପିଙ୍କୁ ଆଉ ନିହାରିକା । ପୋଲିସକୁ ଦେଖି ଦୁଇ ଅଭିଯୁକ୍ତ ସେଠାରୁ ଖସି ଯିବାକୁ ଉଦ୍ୟମ କରିଥିଲେ । ହେଲେ ଠିକ୍ ସମୟରେ ପୋଲିସ ଘରର ଚାରିପଟୁ ଘେରାଉ କରି ଦୁଇ ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା । ଶନିବାର ହତ୍ୟା ଘଟଣା ପରେ ପିଙ୍କୁ ନିହାରିକାକୁ ଧରି ଫେରାର ହୋଇଯାଇଥିଲା ।