ମୃତ୍ୟୁ କେବେ, କେଉଁଠି କେତେବେଳେ ଆଉ କେଉଁ ମୁହୁର୍ତରେ ଆସିବ, ତାହା କହିବା ଅସମ୍ଭବ । ଭଗବାନଙ୍କ ସୃଷ୍ଟିରେ ଏହା ହେଉଛି ଏକ ଏମିତି ସତ୍ୟ ଯାହାକୁ କେହି ଚାହାଁନ୍ତି ନାହିଁ କିନ୍ତୁ ଏହା ନିଶ୍ଚୟ ଆସିଥାଏ । ଜନ୍ମ ଅଛି ମାନେ ମୃତ୍ୟୁ ସୁନିଶ୍ଚିତ । ମୃତ୍ୟୁକୁ କେହି କେବେ ଏଡ଼ାଇ ଦେଇ ପାରେ ନାହିଁ । ଆଉ ଏହି ମୃତ୍ୟୁ ଯେ କେତେବେଳେ କାହା ରୂପରେ ଆସି ସାମ୍ନାରେ ଛିଡା ହୋଇଯିବ ତାହା କହିହେବ ନାହିଁ ।
ମୃତ୍ୟୁ ଏପରି ଏକ ଜିନିଷ ସେ କେବେ ବି ବୁଝେ ନାହିଁ ସମ୍ପର୍କର ମୂଲ୍ୟ । ଏହା ସମସ୍ତଙ୍କ ପାଇଁ ସମାନ । ଏଇ ଏବେ ଯେମିତି ବାପା ମା ସାମ୍ନାରେ ଚାଲି ଯାଇଛି ତାଙ୍କ ଶିଶୁ ପୁତ୍ରର ଜୀବନ । ଘର ବାରଣ୍ଡାରେ ହସୁଥିଲା ଖେଳୁଥିଲା ପୁଅ । ବାପା ମା ଡାକିଡାକି ଘର ସାରା ଆନନ୍ଦ ଉଲ୍ଲାସ ପୁରେଇ ଦଉଥିଲା । ହେଲେ ବିଧିର ବିଧାନ ଥିଲା କିଛି ଅଲଗା । ଆଉ ସେହି ବାପା ମା’ ଡାକ କେବେ ଶୁଣି ପାରିବେନି ଏ ହତଭାଗା ବାପା ଓ ମା’ । ହସ ଖୁସିରେ ଯେପରି କାହାର ନଜର ଲାଗିଗଲା ।
ହଠାତ୍ ଘଟିଗଲା ଏମିତି କିଛି ଅଘଟଣ । ଯାହା ପରେ ସବୁକିଛି ବଦଳିଗଲା । ସୁଖ ଯାଗାରେ ଦୁଃଖର ପାହାଡ଼ ମୁଣ୍ଡ ଉପରେ ଖସି ପଡ଼ିଲା । ଘର ଦାଣ୍ଡରେ ସବୁଦିନ ପରି ଆଜି ମଧ୍ୟ ୨ ବର୍ଷର ପୁଅ ଖେଳୁଥିଲା । କିନ୍ତୁ କିଏ ବା ଜାଣିଥିଲା ଏ ଖେଳ ତାହାର ଶେଷ ଖେଳ ହୋଇଯିବ ବୋଲି ।
ଦେଖନ୍ତୁ ଭିଡିଓ :-
ମାତ୍ର ୨ ବର୍ଷର ପୁଅ ସବୁଦିନ ପାଇଁ ଚିର ନିଦ୍ରାରେ ଶୋଇ ପଡ଼ିଲା । ତେବେ ମିଳିଥିବା ସୂଚନା ମୁତାବକ ଖେଳୁ ଖେଳୁ ପୁଅ ନାଳରେ ପଡ଼ି ଯାଇଥିଲା । ସେହି ନାଳ ଭିତରେ ପୁଅର ହୋଇଗଲା ମୃତ୍ୟୁ । ଏପରି ଘଟଣା ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ପାରିଆକୁଲି ଗାଁରେ ଘଟିଛି । ଘର ନିକଟରେ ଖେଳୁଥିବା ବେଳେ କାଜୁ ବାଦାମ ସୁରକ୍ଷା ପାଇଁ ଖୋଳା ଯାଇଥିବା ନାଳରେ ପଡ଼ି ପୁଅର ମୃତ୍ୟୁ ହୋଇଛି । ଉଦ୍ଧାର ପରେ କୁଳିଅଣା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ନେଇଯାଇଥିବା ବେଳେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ଶିଶୁ ହେଲା ପଚା ନାୟକଙ୍କ ପୁଅ ସତ୍ୟଜିତ ନାୟକ । ତେବେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।