ମଣିପୁରର ଘଟଣା ଆଖିରୁ ଲିଭି ନଥିବା ବେଳେ ଉତ୍ତରପ୍ରଦେଶର ଇଟାୱା ଜିଲ୍ଲାରୁ ଏକ ଲଜ୍ୟାଜନକ ଗଣଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଛି । ନିଜେ ଭିଣେଇ ତାଙ୍କ ଅନ୍ୟ ୪ ସହଯୋଗୀଙ୍କ ସହ ମିଶି ବିବାହିତା ଶାଳିକୁ କରିଛନ୍ତି ଗଣଦୁଷ୍କର୍ମ ।
ଇଟାୱା ଜିଲ୍ଲାର ବସରେହର ଅଞ୍ଚଳରେ ଏହି ଘଟଣା ଘଟିଛି । ପୀଡ଼ିତାଙ୍କ ଅଭିଯୋଗ କ୍ରମେ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଭିଣୋଇ ଓ ତାଙ୍କ ସାଙ୍ଗମାନଙ୍କୁ ଗିରଫ କରିଛି । ଏଥିସହ ପୀଡ଼ିତାଙ୍କ ଡାକ୍ତରୀ ମାଇନା ମଧ୍ୟ କରାଯାଇଛି । ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ, ସେ ତାଙ୍କ ସ୍ୱାମୀଙ୍କଠାରୁ ଅଲଗା ହୋଇଯାଇଥିଲେ, ଯାହା ପରେ ସେ ଆସି ତାଙ୍କ ଭିଣୋଇଙ୍କ ସହ ରହିବା ଆରମ୍ଭ କରିଥିଲେ । ମଙ୍ଗଳବାର ରାତିରେ ଭଉଣୀର ଶ୍ୱଶୁର ଘରେ ରହିବାକୁ ଭିଣୋଇ ତାଙ୍କୁ ଛାଡ଼ିବାକୁ ଯାଇଥିଲେ । ହେଲେ ବାଟରେ ଭିଣୋଇ ତାଙ୍କୁ ମଦ୍ୟପାନ କରାଇଥିଲେ । ଏହାପରେ ତାଙ୍କୁ ମନ୍ଦିର ପଛପଟେ ଥିବା ଏକ ଘରକୁ ନେଇଯାଇଥିଲା ଯେଉଁଠାରେ ତାର ୪ ଜଣ ସାଙ୍ଗ ମଧ୍ୟ ପହଞ୍ଚିଥିଲେ । ସମସ୍ତେ ମିଶି ମହିଳାଙ୍କୁ ଦୁଷ୍କର୍ମ କରିଥିଲେ ।
ବୁଧବାର ସକାଳେ ପୀଡ଼ିତାଙ୍କ ଚେତା ଫେରିବା ପରେ ସେ ଥାନାରେ ଅଭିଯୋଗ କରିଥିଲେ । ପରେ ଏକ ମାମଲା ରୁଜୁ କରି ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି ଜେଲ୍ ପଠାଇଛି ପୋଲିସ । ଏନେଇ ଏସଏସପି ସଞ୍ଜୟ କୁମାର କହିଛନ୍ତି ଯେ ଜଣେ ୩୨-୩୩ ବର୍ଷୀୟା ମହିଳା ତାଙ୍କ ଭଉଣୀଙ୍କ ସ୍ୱାମୀ ଅର୍ଥାତ୍ ଭିଣୋଇ ତାଙ୍କ ସାଙ୍ଗମାନଙ୍କ ସହ ମିଶି ତାଙ୍କ ସହ ଅସଦାଚରଣ କରିଥିବା ନେଇ ଥାନାରେ ଅଭିଯୋଗ କରିଥିଲେ ।
ଆହୁରି ପଢନ୍ତୁ :- ହାଇକୋର୍ଟଙ୍କ ବଡ଼ ରାୟ, ଗର୍ଲଫ୍ରେଣ୍ଡ ସହ ଶାରିରୀକ ସମ୍ପର୍କ ରହିବାକୁ ଦୁଷ୍କର୍ମ କୁହାଯିବ ନାହିଁ, କାରଣ…
ଏହାପରେ ବସରେହର ଥାନାରେ ଧାରା ୩୭୬ଡି ଅନୁଯାୟୀ ଏକ ମାମଲା ରୁଜୁ କରାଯାଇ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି ଜେଲ୍ ପଠାଇ ଦିଆଯାଇଛି । ମହିଳାଙ୍କ ଡାକ୍ତରୀ ମାଇନା କରାଯିବା ସହ ଧାରା ୧୭୬ ସିଆରପିସି ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହି ମାମଲାରେ ଆଗକୁ ଆହୁରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।