ସ୍ଥାନ ହେଉଛି କେରଳର ତିରୁବନନ୍ତପୁରମର ନନ୍ଥନକୋଡ ଅଞ୍ଚଳ । ଏଠାରେ ରହୁଥିଲେ ରିଟାୟର୍ଡ ପ୍ରଫେସର ଏ ରାଜା ଥଙ୍କମ । ପତ୍ନୀ ଚୀନ୍ ପଦ୍ମା ମଧ୍ୟ ଜଣେ ଡାକ୍ତର, ପୁଅ ହେଉଛି କେଡଲ୍ ଜିନସନ୍ ରାଜା ଏବଂ ଝିଅ କୋରୋଲିନ୍ ଦୁହେଁ ଡାକ୍ତରୀ ଛାତ୍ର । ସେମାନଙ୍କ ସହ ରହୁଥିଲେ ଜଣେ ସମ୍ପର୍କୀୟା । ପ୍ରଥମେ ଝିଅ ଏବଂ ତା ପରେ ପୁଅକୁ ଡାକ୍ତରୀ ପଢିବାକୁ ଅଷ୍ଟ୍ରେଲିଆ ପଠାଇଲେ ବାପା । ସେଠାରେ ଝିଅର ପଢା ଶେଷ ପରେ ପୁଅ କେଡଲ୍ ଡାକ୍ତରୀ ପଢିବାକୁ ଗଲା । ସେଠାରେ କିଛି ଦିନ ରହିବା ପରେ ସ୍କ୍ରିଜୋଫେନିଆ ନାମକ ମାନସିକ ରୋଗରେ ଆକ୍ରାନ୍ତ ହେଲା । ଡାକ୍ତରୀ ପଢା ଭିତରେ ତା ମନକୁ ଆସିଲା ଆତ୍ମା କିଭଳି ଜାଣିବାକୁ ।
ଏହି ଇଚ୍ଛା ତାକୁ ଯେପରି ପାଗଳ ପରି କରିଦେଇଥିଲା । ବିଦେଶରେ ଡାକ୍ତରୀ ପଢା ସାରି ଘରକୁ କେରଳ ଫେରିଆସିଲେ । କିନ୍ତୁ ତାଙ୍କର ବ୍ୟବହାର ସମସ୍ତଙ୍କ ବ୍ୟଥିତ କରିଥିଲା । ବିଭିନ୍ନ ମନୋବିଜ୍ଞାନୀଙ୍କୁ ଦେଖାଇଥିଲେ ବି କେଡଲ୍ ର କିଛି ବି ପରିବର୍ତ୍ତନ ହୋଇନଥିଲା । ସବୁବେଳେ ସେ ଆତ୍ମା କିଭଳି ଦେଖିବାକୁ ବିଚଳିତ ହୋଇପଡୁଥିଲା ।ନିଜର ଏହି ଇଚ୍ଛାକୁ ପୂରଣ କରିବାକୁ ଦିନେ କେଡଲ୍ ଖେଳିଲା ରକ୍ତର ହୋଲି । ଘରେ ମା’ ନିଜ ରୁମରେ ବିଶ୍ରାମ ନେଉଥିବାବେଳେ ତାଙ୍କ ରୁମକୁ ଯାଇଥିଲା କେଡଲ୍ ଏବଂ ତାଙ୍କୁ ଧାରୁଆ ଛୁରିରେ ବାରମ୍ବାର ଆକ୍ରମଣ କରିଥିଲା । ମାଆ ଛାଡିଦେବାକୁ ଯେତେ ହାରିଗୁହାରୀ କରିଥିଲେ ବି କିଛି ଶୁଣିନଥିଲା ପୁଅ କେଡଲ୍ । କାରଣ ତା ମୁଣ୍ଡରେ ଆତ୍ମାକୁ ଦେଖିବାର ଭୂତ ସବାର ଥିଲା ।
ଏହି ସମୟରେ ମା ପଦ୍ମାଙ୍କ ଚିକ୍ରାର ଶୁଣି ସମ୍ପର୍କୀୟା ମହିଳା ସେଠାକୁ ଦୌଡି ଆସିଥିଲେ । ପଛକୁ ଚାହିଁଦେଇଥିଲା କେଡଲ୍ । ଏହି ସମୟରେ କାଳେ ମା’ଙ୍କ ଆତ୍ମା ଚାଲିଯାଇଥିବ ଭାବି ସମ୍ପର୍କୀୟାଙ୍କୁ ବି ଆକ୍ରମଣ କରିଥିଲା । ଦୁହିଁଙ୍କ ମୃତ୍ୟୁ ହୋଇଥିଲେ ବି ଆତ୍ମାକୁ ଦେଖିପାରିନଥିଲା କେଡଲ୍ । ଦୁଇ ଶବ ପାଖରେ ସେମିତି ବସିଥାଏ । 3 ଘଣ୍ଟା ପରେ ଘରକୁ ଆସିଲେ ବାପା ଏବଂ ଭଉଣୀ ।ପୁଣି ଥରେ ତା ମୁଣ୍ଡରେ ଆତ୍ମା ଦେଖିବାର ପାଗଳାମି ଚଢିବାରୁ ପ୍ରଥମେ ବାପା, ଏବଂ ପରେ ଭଉଣୀକୁ ବି ହତ୍ୟା କରିଥିଲା । ତଥାପି ତା ଇଚ୍ଛା ପୂରଣ ହୋଇନଥିଲା । ତେଣୁ ଲଗାତାର 3 ଦିନ ଆତ୍ମାକୁ ଦେଖିବା ଜିଦରେ 4 ଟି ଶବ ପାଖରେ ବସୁ ରହିଲା କେଡଲ୍ । କିନ୍ତୁ 4 ଦିନରେ ମୃତଦେହ ଗୁଡିକରୁ ଦୁର୍ଗନ୍ଧ ବାହାରିବାରୁ ବିଚଳିତ ହୋଇପଡିଥିଲା ଏବଂ ମୃତଦେହଗୁଡିକୁ ଧାରୁଆ ଅସ୍ତ୍ରରେ ଖଣ୍ଡ ଖଣ୍ଡ କରିଥିଲା । ଏହାପରେ ଘରେ ନିଆଁ ଲଗାଇ ଫେରାର ହୋଇଯାଇଥିଲା ।ଏହି ଘଟଣାର ଖବର ପୋଲିସକୁ ଦେଇଥିଲେ ପଡିଶା ଘର ଲୋକେ । ପୋଲିସ ଆସି ଦେଖିବା ବେଳକୁ ଘରେ ପଡିଥିଲା ମାଂସ ଖଣ୍ଡ ।
ଦେଖନ୍ତୁ ଭିଡିଓ :-
ତେଣୁ ଏହା ପୋଡିଯାଇ ମୃତ୍ୟୁ ଘଟଣା ନୁହେଁ ବରଂ ପ୍ରଥମେ ହତ୍ୟା କରାଯାଇ ପୋଡାଯାଇଥିବା ଘଟଣା ବୋଲି ପୋଲିସ ସନ୍ଦେହ କରିଥିଲା । ପରେ ପଡୋଶୀଙ୍କଠାରୁ କେଡଲ୍ ର ବ୍ୟବହାର କଥା ଶୁଣିବା ପରେ ତାକୁ ଧରିବାକୁ ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲା ପୋଲିସ ଏବଂ କେଡଲ୍ ଖୁବଶୀଘ୍ର ଧରା ବି ପଡିଥିଲା । ଏହାପରେ ସବୁ ସତ କଥା ମାନିଯାଇଥିଲା କେଡଲ୍ । ନିଜ ପରିବାରର ସମସ୍ତଙ୍କୁ ହତ୍ୟା କରିବାରେ ତା’ର ତିଳେ ମାତ୍ର କ୍ଷୋଭ ନଥିଲା । ହସିହସି ପୁଣି ସେହି ଆତ୍ମାକୁ ଦେଖିବାକୁ ସେଭଳି କାଣ୍ଡ ଘଟାଇଥିବା କହିଥିଲା । ପୋଲିସ କେଡଲ୍ କୁ କୋର୍ଟରେ ହାଜର କରିଥିବା ଜଣାପଡିଛି ।