ପ୍ରେମ ନେଲା ଆତ୍ମହତ୍ୟାର ରୂପ । ପୂର୍ବରୁ ପ୍ରେମକୁ ନେଇ ଅନେକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଠିକ୍ ସେହିପରି ବର୍ତ୍ତମାନ ମଧ୍ୟ ପ୍ରେମକୁ ନେଇ ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ପ୍ରେମରେ ଅସଫଳ ହେବାରୁ ଯୁବତୀ ଜଣଙ୍କ ଆତ୍ମହତ୍ୟା କରିଛନ୍ତି ।
ତେବେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମଧୁବନିର ବିସ୍ଫି ଥାନା ଅନ୍ତର୍ଗତ ବଲହା ଘାଟ ଅଞ୍ଚଳର ଧଉଁସ ନଦୀରେ । ସୂଚନା ଅନୁସାରେ, ଆତ୍ମହତ୍ୟା କରିଥିବା ଯୁବତୀ ଜଣଙ୍କ ଧୱଯା ଗ୍ରାମର ନନ୍ଦିନୀ ଅଟନ୍ତି । ବୟସ ୧୯ ବର୍ଷ ।
ଗତ ଶନିବାର ଦିନ ରାତିରେ ସେ ଧଉଁସ ନଦୀକୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ସ୍ଥାନୀୟ ଅଞ୍ଚଳର ଲୋକେ ଏହା ଦେଖି ପୋଲିସକୁ ଖବର ଦେଇଥିଲେ । ଯାହା ପରେ ପୋଲିସ ସେଠାରେ ପହଞ୍ଚି ଯୁବତୀଙ୍କୁ ଖୋଜିଥିଲା ।
ମାତ୍ର ପ୍ରାୟ ଦୁଇ ଦିନ ପରେ ତାଙ୍କ ମୃତ ଦେହ ଠାବ କରିଥିଲା ପୋଲିସ । ଏହା ସହ ପୋଲିସ ସେହି ସ୍ଥାନରୁ ଏକ ହାତ ଲେଖା ଚିଠି ମଧ୍ୟ ପାଇଥିଲା । ଯେଉଁଥିରେ ଲେଖାଥିଲା , ଅଭିଜିତ ମୁ ଭାବିଥିଲି ଯେ ଦିନେ ତୁମର ହୃଦୟ ତରଳିଯିବ ଏବଂ ତୁମେ ମୋତେ ଗ୍ରହଣ କରିବ ।
କିନ୍ତୁ ଏପରି କିଛି ହେଲା ନାହିଁ । ଯଦି ଜଣେ ଝିଅ ସମଗ୍ର ଦୁନିଆକୁ ଜିତି ଥାଏ, କିନ୍ତୁ ନିଜ ପ୍ରେମିକଙ୍କ ହୃଦୟ ଜିତି ପାରିବ ନାହିଁ, ତେବେ ସେହି ଝିଅର ଅସ୍ତିତ୍ୱ ନାହିଁ ।
ସେ ଆହୁରି ମଧ୍ୟ ଲେଖିଛନ୍ତି କି ଅଭିଜିତ, ମୁଁ ତୁମକୁ କହିଥିଲି ଯେ ଯଦି ମୋତେ ତମେ ବିବାହ ନ କରିବ, ତେବେ ମୁଁ ମରିଯିବି । ବିଦାୟ… ଏବେ ତୁମର ନନ୍ଦିନୀ ତୁମଠାରୁ ବହୁ ଦୂରକୁ ଯାଉଛି । ନିଜର ଯତ୍ନ ନିଅ ଓ ଖୁସି ରେ ରୁହ।