ସୋସିଆଲ ମିଡିଆ ପ୍ଲାଟଫର୍ମର ବହୁଳ ବ୍ଯବହାର କରି ମାନବ ସମାଜ ସ୍ୱାସ୍ଥ୍ଯ, ଶିକ୍ଷା, ବିଜ୍ଞାନ ,କ୍ରୀଡା ତଥା ଅନେକ ବିଷୟରେ ଜ୍ଞାନ ହାସଲ କରିପାରୁଛି। ଏହାର ବ୍ଯବହାର କରି ସାଧାରଣ ଲୋକଟିଏ ମଧ୍ଯ ସେଲିବ୍ରିଟି ସାଜି ଯାଉଛି । ରାତାରାତି ଅଜଣା ବ୍ଯକ୍ତିଟିଏ ଲୋକପ୍ରିୟ ହୋଇ ଉଠୁଛି ନିଜ ପ୍ରତିଭା ବଳରେ। ତେବେ ବର୍ତମାନ ଏକ ଘଟଣା ସମ୍ନାକୁ ଆସିଛି ଯାହାକି ମଙ୍ଗନରେ ପରିବାର ଲୋକଙ୍କ ସହିତ ନାଚି ନାଚି ଜୀବନ ହାରି ଦେଇଥିଲେ ଜଣେ ଯୁବକ।
ବର ଜଣଙ୍କ ବାହାଘର ପୂର୍ବଦିନ ରାତିରେ ନାଚ ଗୀତ କରୁଥିବା ସମୟରେ ଆରପାରିକୁ ଚାଲିଯାଇଥିଲେ। ଭାଇ ଭଉଣୀ ଏବଂ ପୁରା ପରିବାର ସହିତ ନାଚୁଥିଲେ ବର ଜଣଙ୍କ। ଆଉ ବାହାଘର ପାଇଁ ବେଶ୍ ଖୁସି ମଧ୍ୟ ଥିଲେ। ବର ଜଣଙ୍କ ନାଚି ନାଚି ତାଙ୍କ ବାପାଙ୍କ ପାଖରେ ବସିବା ପରେ ମୁଁହ ମାଡି ତଳେ ପଡ଼ିଯାଇଥିଲେ। ତାପ’ରେ ବର ଜଣଙ୍କୁ ଯେତେ ଉଠାଇଲେ ବି ସେ ଆଉ ଉଠିନଥିଲେ।
ହସଖୁସିରେ ଫାଟି ପଡ଼ୁଥିବା ଘରଟି କାନ୍ଦ ବୋବାଳିରେ ଫାଟି ପଡ଼ିଥିଲା। ମୃତ ପୁଅ ଆଗରେ ଛାତି ପିଟି କାନ୍ଦିଲେ ବାପା, ମା, ଭାଇ, ଭଉଣୀ ଏବଂ ସମସ୍ତ ପରିବାର ଲୋକେ। ଏମିତି କିଛି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ହାଦ୍ରସରେ ଥିବା ଭୋଜପୁର ଗାଁରେ। ମୃତ ଯୁବକଙ୍କ ବୟସ ହେଉଛି ୨୨ ବର୍ଷ। ମୃତ ଯୁବକଙ୍କ ନାଁ ହେଉଛି ଶିବମ କୁମାର।
ସୂଚନା ମୁତାବିକ, ପୁରା ପରିବାର ସହିତ ବାହାଘର ପୂର୍ବରୁ ନାଚ ଗୀତରେ ମାଜମସ୍ତି କରୁଥିଲେ ଶିବମ କିନ୍ତୁ ହଠାତ ତାଙ୍କର ହୃଦଘାତ ହେଇଥିଲା। ଯାହାଫଳରେ ନଚୁଥିବା ସମୟରେ ହିଁ ତଳେ ପଡ଼ିଯାଇଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା ହେଲେ ସେଠାରେ ପହଞ୍ଚିଲା ବେଳକୁ ତାଙ୍କର ମୃତ୍ୟୁ ହେଇ ସାରିଥିଲା। କନ୍ୟା ମହିନୀଙ୍କ ପରିବାର ଲୋକେ ମଧ୍ୟ ସେଠାରେ ଉପସ୍ଥିତ ଥିଲେ।