ଗୁଟଖା ବାୟା ଆଜିର ଯୁବ ପିଢ଼ି, ପ୍ରମୋସନ କରୁଛନ୍ତି ବଡ଼ ବଡ଼ ଅଭିନେତା।

ଆଜିର ଯୁବ ପିଢ଼ି ଗୁଟଖା ଅଧିକ ପରିମାଣରେ ବ୍ୟବହାର କରୁଛି। ଏହା ଜାଣି ମଧ୍ୟ ଯେ, ଏହା କ୍ୟାନସରର ଏକ ପ୍ରମୁଖ ମାଧ୍ୟମ । ଏହି ଗୁଟଖା ଖାଇବା ଦ୍ବାରା କେତେ ଲୋକଙ୍କ ଜୀବନ ଯାଇଛି । କେତେ ଯୁବପିଢୀଙ୍କ ଜୀବନ ବରବାଦ ହୋଇଛି।

ଆଉ ଏହାର ଫାଇଦା ଉଠାଉଛି ଏହି ପ୍ରଡକ୍ଟ ତିଆରି କରୁଥିବା କମ୍ପାନୀ। ନିଜର ପ୍ରଡକ୍ଟକୁ ବିକ୍ରି କରିବା ପାଇଁ ଆଡ୍‌ ରେ ବଡବଡ ଅଭିନେତାଙ୍କୁ ବ୍ୟବହାର କରୁଛି।

ଭାରତର ପାନମସଲା କମ୍ପାନୀର ମାର୍କେଟ ଭାଲ୍ୟୁ ହେଉଛି ୪୧,୮୨୧ କୋଟି ଆଉ ବଡ ବଡ ଅଭିନେତାଙ୍କୁ ଗୋଟେ ଗୋଟେ ଆଡ୍‌ ପାଇଁ ଏମାନେ ୧୦ କୋଟି ଟଙ୍କା ଦିଅନ୍ତି ଯାହା ତାଙ୍କ ୪୧,୦୦୦ କୋଟି ଇଣ୍ଡଷ୍ଟ୍ରିର ମାତ୍ର ୦.୦୨ ପ୍ରତିଶତ। ତେବେ ଦିନକୁ ଦିନ ଏହି ୪୧,୦୦୦ କୋଟିର ଇଣ୍ଡଷ୍ଟ୍ରି ବଢିବାରେ ଲାଗିଛି।

ପାନମସଲା ରପ୍ତାନି କରିବାରେ ଭାରତ ଦୁନିଆରେ ନମ୍ବର ୱାନ। ଆଉ ଆମର ସବୁଠାରୁ ବଡ ଆମଦାନୀକାରୀ ହେଉଛି ୟୁଏଇ। ଏବେ ପ୍ରଶ୍ନ ହେଉଛି ଲୋକଙ୍କୁ କ୍ୟାନ୍ସର ବିକିବା କେତେ ଯୁକ୍ତିଯୁକ୍ତ? WHOର କହିବା ଅନୁଯାୟୀ ଦୁନିଆରେ ୧୦ କୋଟି ଲୋକଙ୍କୁ କ୍ୟାନସର କେବଳ ତମାଖୁ ସେବନ ଦ୍ବାରା ହୋଇଥାଏ। ଆଉ ଭବିଷ୍ୟତରେ ଏହା ୧୦୦ କୋଟିରେ ପହଞ୍ଚିପାରେ।
ଭାରତରେ ଟବାକୋ ପ୍ରମୋଟ ହେବନି ସେଥିପାଇଁ ୨୦୧୧ ପରେ ସବୁ ରାଜ୍ୟ ସରକାର ଟବାକୋ ବ୍ୟାନ କରିଦେଲେ। ତାପରେ ଏହି କମ୍ପାନି ଗୁଡିକ ପାନ ମସଲାରୁ ତମାଖୁ ହଟାଇଦେଲେ ଏବଂ ଏହାକୁ ଏକ ସାଧା ପୁଡିଆ ହିସାବରେ ବିକିଲେ ଯାହାକୁ କିଏ ବି ଖାଇପାରିବ। କିନ୍ତୁ ସେହି ଗୁଟଖା ପ୍ୟାକେଟ୍ ସହିତ ଆଉ ଏକ ପ୍ୟାକେଟ୍ ଦେଲେ ଯେଉଁଥିରେ ତମାଖୁ ଥାଏ। ସେଥିପାଇଁ ପ୍ୟାକେଟରେ କ୍ୟାନସରର ୱାର୍ଣ୍ଣିଙ୍ଗ ବି ନ ଥାଏ। ଆଉ ସେଥିପାଇଁ ବଡ ବଡ ଅଭିନେତା ତାର ପ୍ରମୋଟ କରିବା ପାଇଁ ରାଜି ହୋଇଯାଉଛନ୍ତି। ତେବେ ଏହି ପାନମସଲାକୁ ସେହି ଅର୍ଗାନାଇଜେସନ ରେଗୁଲେଟ କରେ ଯିଏ କିଛି ବିସ୍କୁଟ ବ୍ରାଣ୍ଡକୁ ବି ରେଗୁଲେଟ କରେ। ସେଥିପାଇଁ ଲୋକମାନେ ଭାବନ୍ତି ତାହେଲେ ପାନମସଲା ଖାଇବାରେ ଅସୁବିଧା କଣ ?

ପାନମସଲା ବ୍ରାଣ୍ଡ ଏକ ସିଲଭର କୋଟ ହୋଇଥିବା ଗୁଜୁରାତି ବିକିଥାଏ ଯାହାର ପ୍ୟାକେଟ ସେମାନଙ୍କ ପାନମସଲା ଏବଂ ଖଇନି ପ୍ୟାକେଟ ସହିତ ପୂରା ମ୍ୟାଚ୍ କରେ। କିନ୍ତୁ ଆଡରେ ସେମାନେ କେବଳ ଗୁଜୁରାତି ବିକୁଛନ୍ତି ସେଇଟା ଦେଖାଇବାକୁ ଚାହାଁନ୍ତି। କାରଣ ଗୁଜୁରାତି ବିକିବା କ୍ରାଇମ ନୁହେଁ ନା। ଏହି ଆଡ ବଲିଉଡଠୁ ଆରମ୍ଭ କରି ସାଉଥି ଅଭିନେତା ସମସ୍ତେ କରିଥାନ୍ତି। ଲୋକଙ୍କୁ ଜଣାଥାଏ କି ଏହା ତାଙ୍କ ପାଇଁ ଖରାପ। ଆଉ ଷ୍ଟାର ମାନେ ଆଡସରେ ମିଛ କୁହନ୍ତି । ଲୋକଙ୍କୁ ବି ଏଇଟା ବି ଜଣା କି ତାଙ୍କୁ କ୍ୟାନସର ହେଲେ ସିଏ ନିଜର ଟ୍ରିଟମେଣ୍ଟ ଖର୍ଚ୍ଚ ବି ବହନ କରିପାରିବେନି। କିନ୍ତୁ ସେମାନଙ୍କୁ କିଛି ବି ଫରକ୍ ପଡେନାହିଁ ।

ସୂଚନା ଅନୁଯାୟୀ ଜଣେ ବ୍ୟକ୍ତି ପାନମସଲା ଖାଇ ପ୍ରତି ୧୦ ମିନିଟରେ ୨୦ ରୁ ୩୦ ଥର ଥୁକିଥାଏ। ଏବେ ଥରେ ଚିନ୍ତା କରନ୍ତୁ ୨୪ ଘଣ୍ଟାରେ ସେହି ବ୍ୟକ୍ତି କେତେ ଥର ଛେପ ପକାଉଥିବ। ଏହା ଦ୍ବାରା ସେହି ମଣିଷ ବି ପ୍ରଭାବିତ ହେବ ଯିଏ ପାନମସଲାକୁ ଛୁଇଁ ବି ନଥାଏ। ଭାରତୀୟ ରେଳ ବିଭାଗ ପ୍ରତି ବର୍ଷ ୧୨୦୦ କୋଟି କେବଳ ଲୋକଙ୍କର ପାନ ଛେପକୁ ସଫା କରିବାରେ ଖର୍ଚ୍ଚ କରୁଛି।

ତେବେ ପ୍ରକୃତରେ ଏହି ସମସ୍ୟାର ସମାଧାନ ସେତେବେଳେ ସମ୍ଭବ, ଯେତେବେଳେ ପ୍ରତ୍ୟେକ ବ୍ୟକ୍ତି ଏହି ବିଷଯ ସମ୍ପର୍କରେ ଜାଗୃତ ହେବ । ଏହିସବୁକୁ ବନ୍ଦ କରିବା ପାଇଁ ଏବଂ ଏକ ସୁସ୍ଥ ପରିବେଶ ଗଢିବା ପାଇଁ ସମାଜକୁ ଏକ ଆହ୍ବାନ ଦେବ।