ଦେଖନ୍ତୁ ଭିଡିଓ: ପ୍ରେମିକାକୁ ପଛରେ ବସାଇ ଫୁଲ୍ ସ୍ପିଡରେ ଯାଉଥିବା ବେଳେ ପିଟିହେଲେ ଅଟୋ ସହ, ଆଉ ତାପରେ ହୋଇଗଲା ୨ ଖଣ୍ଡ

ଭୁବନେଶ୍ୱରରେ ଭୟଙ୍କର ଦୁର୍ଘଟଣା ୨ ଖଣ୍ଡ ହୋଇଗଲା ପଲସର ବାଇକ୍ । ଆଚାର୍ଯ୍ୟବିହାର ଓଭରବ୍ରିଜରେ ଅଟୋକୁ ପଛରୁ ପିଟିଲା ବାଇକ୍ । ଦୁର୍ଘଟଣା ଏତେ ଭୟାନକ ଥିଲା ଯେ, ଘଟଣାସ୍ଥଳରେ ଦୁଇ ଖଣ୍ଡ ହୋଇଗଲା ପଲସର । ହେଲେ ଭାଗ୍ୟର ବିଷୟ ଏଥିରେ କେହି ମୃତାହତ ହୋଇ ନାହାଁନ୍ତି । ଅତ୍ୟଧିକ ସ୍ପିଡ୍ ଯୋଗୁଁ ଏପରି ହୋଇଥିବା ଜଣା ପଡ଼ିଛି ।

ସୂଚନାଯୋଗ୍ୟ, ରାସ୍ତାରେ ଯାଉଥିଲେ ପ୍ରେମୀ ଯୁଗଳ ହଠାତ୍ ଭାଙ୍ଗି ଯାଇଥିଲା ଗାଡ଼ିର ସକପଚର । ଏହାପରେ ଯାଇ ପିଟି ହୋଇଯାଇଥିଲେ ସାଇଡ୍ ଛିଡ଼ା ହୋଇଥିବା ଏକ ଅଟୋ ସହ । ଏହା ପରେ ଛିଟିକି ପଡିଥିଲେ ଉଭୟେ । ବ୍ରିଜ୍ ତଳକୁ ଗଳୁ ଗଳୁ ବଞ୍ଚିଗଲେ । ଲକ୍ଷେରୁ ଅଧିକ ଟଙ୍କାର ଗାଡ଼ି ବି ଭାଙ୍ଗିଗଲା । ସ୍ପିଡକୁ ସମ୍ଭାଳି ପାରିଲା ନାହିଁ ପ୍ରେମିକ । ବ୍ରିଜ ଉପରେ ହିଁ ଗାଡ଼ରୁ ଅଲଗା ହୋଇଗଲା ସକପଚର ସହ ଆଗ ଚକା ।

ଭୟଙ୍କର ଦୁର୍ଘଟଣା ପରେ ଗାଡ଼ରୁ ଚକା ଅଲଗା ହୋଇଯାଇଛି । ରାସ୍ତା ସେପାଖକୁ ଛିଟିକି ପଡ଼ିଛନ୍ତି ପ୍ରେମିକ ପ୍ରେମିକା । ଉଭୟ ଗରୁତର ଭାବରେ ଆହତ ହୋଇଥିବା ବେଳେ ଏବେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଭାଗ୍ୟ ଭଲ ଥିବାରୁ କେହି ଓଭର ବ୍ରିଜ୍ ତଳକୁ ଗଳି ନାହାଁନ୍ତି । ଯଦି ଗଳିଥାନ୍ତେ ତାହାଲେ କଣ ଯେ ହୋଇଥାନ୍ତା କିଏବା ଜାଣିଛି । ଟିକେ ଏହି ଦୃଶ୍ୟକୁ ଦେଖନ୍ତୁ । କେମିତି ଗାଡ଼ିର ସକପଚର ପୁରା ଭାଙ୍ଗିଯାଇଛି ।

ଦେଖନ୍ତୁ ଭିଡିଓ :-

ସୂଚନା ଅନୁଯାୟୀ ବ୍ରିଜ ଉପରେ ଏକ ଅଟୋ ଛିଡ଼ା ହୋଇଥିଲା । ଅଟୋ ଡ୍ରାଇଭରଙ୍କର ଓଲାରୁ ଏକ ବୁକିଂ କଲ ଆସିଥିଲା । ସେଥିପାଇଁ ବ୍ରିଜ ମଝିରେ ଅଟୋକୁ ସାଇଡ କରି ବୁକିଂ କରିବା ପାଇଁ କଥା ହେଉଥିଲେ । ଆଉ ଏତିକି ବେଳେ ପ୍ରେମିଯୁଗଳ ପଛପଟୁ ଅଟୋରେ ଆସି ଧକ୍କା ହୋଇଥିଲେ ।

ଗାଡ଼ିର ବେଗ ଅଧିକ ଥିବାରୁ ଲକ୍ଷେରୁ ଅଧିକ ଟଙ୍କାର ବାଇକ ପୁରା ଭାଙ୍ଗିଯାଇଥିଲା । ସେପଟେ ଦୁର୍ଘଟଣା ହେବା ପରେ ଆଗୁଆ ଆମ୍ବୁଲାନ୍ସରେ ବସି ଡାକ୍ତରଖାନାକୁ ପଳାଇଥିଲେ ଉଭୟ । ଏହି ଗାଡ଼ିର ଆଗରେ ଲେଖା ରହିଛି ଆର୍ମି ବୋଲି । ଏଥିରୁ ଜଣା ପଡ଼ୁଛି ଏହି ଗାଡ଼ି ଆର୍ମିରେ ଥିବା କୌଣସି ବ୍ୟକ୍ତିଙ୍କର ହୋଇଥିବ ।