ଘରେ ଏହି ଜାଗାରେ ରଖିଦିଅନ୍ତୁ କଇଁଛ, ହେବ ଧନର ବୃଦ୍ଧି, ଘରର କେଉଁଠି ଓ କିପରି ରଖିଲେ ବଦଳିଥାଏ ଭାଗ୍ୟ

ଭଗବାନ ବିଷ୍ଣୁ ବିଭିନ୍ନ ରୂପ ଧାରଣ କରି ପୃଥିବୀ ପୃଷ୍ଠରେ ଆବିର୍ଭାବ ହୋଇଛନ୍ତି । ମଣିଷ ମନରେ ପଶୁପକ୍ଷୀ ମାନଙ୍କ ପାଇଁ ଆଦର ସମ୍ମାନ ବଢ଼ାଇବା ପାଇଁ ସେ ଅନେକ ଥର ପଶୁପକ୍ଷୀ ରୂପ ମଧ୍ୟ ଧାରଣ କରିଛନ୍ତି । କେତେବେଳେ ସେ ମୀନ ରୂପ ଧାରଣ କରିଛନ୍ତି ତ କେତେବେଳେ କଚ୍ଛପ, କେତେବେଳେ ବରାହ ତ କେତେବଳେ ନରସିଂହ । ଅନେକ ସମୟରେ ବାସ୍ତୁ ଶାସ୍ତ୍ରୀମାନେ ଆମର ଖରାପ ବେଳାରେ ଭଗବାନଙ୍କର ଏହି ଭିନ୍ନ ରୂପ ମଧ୍ୟରୁ ଗୋଟିଏ ଧାରଣ କରିବାକୁ ବା ପୂଜା କରିବା ପାଇଁ ଉପଦେଶ ଦେଇଥାନ୍ତି ।

ତେବେ ଆଜି ଆମେ ଆସନ୍ତୁ ଜାଣିବା ଭଗବାନ ବିଷ୍ଣୁଙ୍କ ରୂପ ସହିତ ଜଡିତ କଚ୍ଛପ ବା କଇଁଛ ପ୍ରତିମା ବିଷୟରେ । ଆମେ ସାଧାରଣତଃ ଏହାକୁ ଶୁଭ ବୋଲି ମନେ କରିଥାଉ ।ହେଲେ କେଉଁ ଦିନ କିପରି ଏବଂ କେଉଁ ସ୍ଥାନରେ ଆପଣ ଅଧିକ ଭାଗ୍ୟବାନ ହେବେ ତାହା ଜାଣିବା ଆସନ୍ତୁ ।

କେଉଁ ଦିନ ଆଣିବେ କଇଁଛ :- ସାଧାରଣତଃ ଗୁରୁବାର ଦିନ କଇଁଛ ଘରକୁ ଆଣିଲେ ଅନ୍ୟ ଦିନ ତୁଳନାରେ ଅତ୍ୟନ୍ତ ଶୁଭଙ୍କର ହୋଇଥାଏ । କାରଣ ଗୁରୁବାର ମା ଲକ୍ଷ୍ମୀଙ୍କ ବାର ଅଟେ । ଲକ୍ଷ୍ମୀଙ୍କ ବାରରେ ବିଷ୍ଣୁଙ୍କ ଅବତାରକୁ ଘରକୁ ଆଣିବା ଦ୍ୱାରା ମା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି, ଯାହା ଫଳରେ ଆପଣଙ୍କୁ ଧନ ପ୍ରାପ୍ତି ହୋଇଥାଏ ।

ଆହୁରି ପଢନ୍ତୁ :- ନଭେମ୍ବର ମାସରେ ସୂର୍ଯ୍ୟ ଗୋଚର, ଦୁର୍ଲଭ ସଂଯୋଗ ଫଳରେ ଏହି ରାଶିର ଲୋକଙ୍କ ର ବିପୁଳ ଧନଲାଭ!

କଇଁଛ ରଖିବାର ଦିଗ କଣ ରହିବ :- କଇଁଛକୁ ସର୍ବଦା ଉତ୍ତର ପୂର୍ବ କୋଣରେ ରଖିବେ । କଇଁଛର ମୁଖକୁ ଐଶାନ୍ୟ କୋଣରେ ରଖିବା ଅଧିକ ଫଳପ୍ରଦ ହୋଇଥାଏ ।

କଇଁଛକୁ କେଉଁ ପାତ୍ରରେ ରଖିବେ :- କଇଁଛ କୁ ଯେଉଁ ପାତ୍ରରେ ରଖନ୍ତୁ ନା କାହିଁକି ପାଣିରେ ରଖିବେ ଏବଂ ସେହି ପାଣିକୁ ପ୍ରତିଦିନ ବଦଳାଇବେ ।

ଏବେ ଆସନ୍ତୁ ଜାଣିବା କେଉଁ ପ୍ରକାରର କଇଁଛର ପ୍ରୟୋଜନ ଆପଣଙ୍କୁ ରହିଛି, ଯାହା ଆପଣଙ୍କ ଉଦ୍ଦେଶ୍ୟ ଦିଗରେ ସହାୟକ ହେବ ।

କଣ ଆପଣଙ୍କ ଘରେ କଳହ ଲାଗିରହିଛି, ଯାହା ଆପଣଙ୍କ ଜୀବନରେ ଅଶାନ୍ତିର କାରଣ ହେଉଛି ? ତେବେ ଆପଣ ଯୋଡ଼ା କଇଁଛ ଆଣି ଘରେ ରଖନ୍ତୁ । ଏହା ଦ୍ବାରା ଘରେ ଶାନ୍ତି ବଜାୟ ରହିବ ।

କଣ ଆପଣ ଜଣେ ବିଦ୍ୟାର୍ଥୀ, ନିଜ ପରୀକ୍ଷାକୁ ନେଇ ଚିନ୍ତିତ ଅଛନ୍ତି? ତେବେ ଆପଣ ଏକ ପିତଳ କଇଁଛ ପିତଳ ପାତ୍ରରେ ରଖି ପୂଜା କରନ୍ତୁ, ସୁଫଳ ପ୍ରାପ୍ତି ହେବ ।

ଯଦି ଆପଣ ନୂତନ ବ୍ୟବସାୟ ଆରମ୍ଭ କରିଛନ୍ତି, ତେବେ ରୁପାର କଇଁଛ ଆଣି ବ୍ୟବସାୟ ସ୍ଥାନରେ ରଖନ୍ତୁ, ଲାଭବାନ ହେବେ । ଯଦି ଆପଣଙ୍କ ଶରୀର ରୋଗାଗ୍ରସ୍ତ ଅଛି ବା ଅନେକ ସମୟରେ ଭଲ ଲାଭ ହେଉ ନାହିଁ ତେବେ ଆପଣ ମାଟିର କଇଁଛ ଆଣି ଘରେ ରଖନ୍ତୁ, ନୀରୋଗ ରହିବେ ।

ଯଦି ବ୍ୟବସାୟ ଏବଂ ଅଫିସରେ ବାରମ୍ବାର କ୍ଷତି ହେଉଛି, ଯେଉଁଥିପାଇଁ ଆପଣ ଆଗକୁ ବଢ଼ି ପାରୁ ନାହାଁନ୍ତି, ତେବେ ଏକ ମେଟାଲ କଇଁଛ ଆଣି ଘରେ ରଖନ୍ତୁ । ଦେଖିବେ ଧୀରେ ଧୀରେ ଏକ ସକରାତ୍ମକ ବାତାବରଣ ସୃଷ୍ଟି ହେବ ।

ଯେଉଁ ବ୍ୟକ୍ତିଙ୍କୁ ସଦା ସର୍ବଦା ଦାରିଦ୍ର୍ୟ ଲାଗି ରହିଛି, ସେମାନେ କ୍ରିଷ୍ଟାଲ ଧାତୁର କଇଁଛ ଆଣି ଘରେ ପାଣି ଦେଇ ପୂଜା କରନ୍ତୁ। ଦାରିଦ୍ର୍ୟ ଦୂର ହେବ। ଯଦି ଆପଣଙ୍କର ଦୀର୍ଘ ଦିନ ଧରି ସନ୍ତାନ ସୁଖରୁ ବଞ୍ଚିତ ଅଛନ୍ତି ତେବେ ସେମାନେ କଇଁଛ ପୂଜା କରନ୍ତୁ। ମାତ୍ର ଧ୍ୟାନ ରଖିବେ ଯେଉଁ କଇଁଛ ପିଠିରେ ରୁଧା ବସିଥିବ ସେପରି କଇଁଛ ଆଣିବେ ନାହିଁ।