ବାଇକ ଚଲାଇବା ସମୟରେ ଯଦି ବାଇକ ଚାଳକ ପଛରେ ବସିଥିବା ଯାତ୍ରୀ ସହ କଥାହୁଏ, ତେବେ ଦେବାକୁ ପଡିବ ଫାଇନ…

ଗାଡି ଚଳାଇବା ସମୟରେ ପଛରେ ବସିଥିବା ଯାତ୍ରୀ ସହିତ କଥାବାର୍ତ୍ତା ହେଲେ ଚାଳକ ଅନ୍ୟମନସ୍କ ହୋଇଥାଏ, ଯେଉଁଥିପାଇଁ ଦୁର୍ଘଟଣା ଘଟେ । ଏମିତି ମାମଲାକୁ କମ୍ କରିବା ଉଦ୍ଦେଶ୍ୟରେ ସୁରକ୍ଷାକୁ ଦୃଷ୍ଟିରେ ରଖି ଏକ ପଦକ୍ଷେପ ଉଠାଇଛି କେରଳ ମୋଟର ବାହନ ବିଭାଗ ।

ନିୟମ ଅନୁଯାୟୀ ବାଇକ ଚାଳକ ପଛ ସିଟରେ ବସିଥିବା ଯାତ୍ରୀ ସହିତ କଥାବାର୍ତ୍ତା ହେବା ଦଣ୍ଡନୀୟ ଅପରାଧ । ସଡକ ଦୁର୍ଘଟଣାକୁ କମ୍ କରିବା ପାଇଁ ଏମିତି ନିୟମ କରାଯାଇଛି । ତେବେ ଏହାକୁ ନମାନିଲେ କେଉଁ ଦଣ୍ଡ ଦିଆଯିବ ସେନେଇ କିଛି ଉଲ୍ଲେଖ କରାଯାଇନି ।