ଦେଖନ୍ତୁ ଭିଡ଼ିଓ: ଯାଇଥିଲେ ମେଡ଼ିସିନ ଷ୍ଟୋର, ଦୋକାନୀ ଇଞ୍ଜେକ୍ସନ ଦେବ କହି +2 ଛାତ୍ରୀଙ୍କ ସହ କରିଦେଲା ଦୁଷ୍କର୍ମ

ମେଡିସିନ ଷ୍ଟୋର ଦୋକାନୀ କହିଲେ ଭିତରକୁ ଆସ । ଆଉ ଏଇଠି ଶୋଇପଡ଼ ମୁଁ ଇଞ୍ଜେକସନ ଫୋଡ଼ିବି । ହେଲେ ଇଞ୍ଜେକ୍ସନ ଦେବା ବଦଳରେ ନିଜେ ଡ୍ରେସ୍ ଓହ୍ଲାଇ ଛାତ୍ରୀଙ୍କୁ କରିଦେଲେ ଦୁଷ୍କର୍ମ । ଯେତେବେଳେ ସବୁ ରୋଗୀ ଚାଲିଗଲେ ଯୁବତୀଙ୍କୁ ଏକୁଟିଆ ଦେଖି ଭିତରକୁ ଡାକିଲେ ଆଉ କହିଲେ ଶୁଅ ମୁଁ ଇଞ୍ଜେକ୍ସନ ଦେବି । ତାପରେ ଜବରଦସ୍ତି ରଖିଦେଲେ ଶାରିରୀକ ସମ୍ପର୍କ । ପୀଡ଼ିତା ଯୁବତୀ ଜଣକ କଲେଜ୍ ରେ +୨ ପାଠ ପଢ଼ୁଛନ୍ତି । ସୂଚନା ମୁତାବକ ତାଙ୍କୁ ଜ୍ଵର ହୋଇଥିଲା । ସେଥିପାଇଁ ସେ ଡାକ୍ତରଙ୍କ ପାଖକୁ ଯାଇଥିଲେ ଆଉ ଡ଼ାକ୍ତର ବାବୁ ତାଙ୍କ ସହ ଏମିତି ସବୁ କରିଲେ ।

ଉକ୍ତ ଅଞ୍ଚଳରେ ନିଜକୁ ଡ଼ାକ୍ତର ବୁଲାଉଥିବା ଜଗନ୍ନାଥ ମେଡିସିନ ଦୋକାନ ମାଲିକ୍ ପ୍ରଶାନ୍ତ କୁମାର ନାୟକ ଇଞ୍ଜେକ୍ସନ ଦେବା ନାଁରେ ଯୁବତୀଙ୍କ ସହିତ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିବା କଥା ସାମ୍ନାକୁ ଆସିଛି । ତେବେ କେହି ନଥିବାର ସୁଯୋଗ ନେଇ ଘର ଭିତରକୁ ଡ଼ାକି ନେଇ ଯୁବତୀଙ୍କ ସହିତ ଜବରଦସ୍ତି ଶାରିରୀକ ସମ୍ପର୍କ ରଖିଛି । ଯାହାକି ଯୁବତୀ ଜଣକ ଅଭିଯୋଗ ଆଣିଛନ୍ତି ।

ତେବେ ଅଭିଯୋଗ ମୁତାବକ ଏଭଳି ଜଘନ୍ୟ କାଣ୍ଡ କରିଛି ଚୌଦ୍ଵାର ଥାନା ଅନ୍ତର୍ଗତ ଶଙ୍କରପୁର ଗାଆଁର ଶ୍ରୀ ଜଗନ୍ନାଥ ମେଡିସିନ ଷ୍ଟୋରର ମାଲିକ ପ୍ରଶାନ୍ତ । ପରିବାର ଲୋକଙ୍କ କହିବା ମୁତାବକ ଶଙ୍କରପୂର ଗ୍ରାମର ଝିଅଟି ଜ୍ଵର ହୋଇଥିବା ନେଇ ସେ ମେଡ଼ିସିନ୍ ଦୋକାନକୁ ଯାଇଥିଲେ ଆଉ ମେଡିସିନ ମାଗିଥିଲେ । ଆଉ ସେହି ସମୟରେ ମେଡିସିନ ଷ୍ଟୋରରେ ଥିଲେ ପ୍ରଶାନ୍ତ । ହେଲେ ଦୋକାନ ପାର୍ଶ୍ୱରେ କେହି ନଥିବାର ସୁଯୋଗ ନେଇ ଘର ଭିତରକୁ ଡ଼ାକି ନେଇଥିଲେ ଯୁବତୀଙ୍କୁ ।

ଦେଖନ୍ତୁ ଭିଡିଓ :-

ଇଞ୍ଜେକ୍ସନ ଦେବା ବାହାନାରେ ଜୋର୍ ଜବରଦସ୍ତି ଶାରିରୀକ ସମ୍ପର୍କ ରଖିଦେଲେ । କିଛି ସମୟ ପରେ ପୀଡ଼ିତା ଜଣଙ୍କ ଘରକୁ ଫେରି କାନ୍ଦି କାନ୍ଦି ନିଜ ପରିବାର ଲୋକଙ୍କୁ ସମସ୍ତ ଘଟଣା ସମ୍ପର୍କରେ ଜଣାଇଥିଲେ । ପରେ ପରିବାର ଲୋକେ ଏ ନେଇ ଚୌଦ୍ଵାର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଏବେ ଅଭିଯୋଗକୁ ଭିତ୍ତି କରି ଚୌଦ୍ଵାର ଥାନା ଆଇଆଇସି ବିଶ୍ବ ରଞ୍ଜନ ସାହୁ ଘଟଣାର ତଦନ୍ତ କରିବା ସହିତ ଅଭିଯୁକ୍ତ ପ୍ରଶାନ୍ତଙ୍କୁ କୋର୍ଟ ଚାଲାଣ କରିଥିବା ଜଣା ପଡ଼ିଛି ।