ସ୍ୱାମୀ ସ୍ତ୍ରୀ ବହୁତ ଚାଲାକ ଥିଲେ ଏବଂ ବନ୍ଧୁତା କରି ଲୁଟି ନାଉଥିଲେ, ଏବଂ ଜଳରେ ଫସାଇ ଦେଉଥିଲେ । ତେବେ ଏହି କାମ ଜଣେ ମହିଳା କରୁ ନଥିଲେ , ତାଙ୍କ ସହିତ ସାଥି ହୋଇ ରହିଥିଲେ ତାଙ୍କ ସ୍ବାମୀ ଆଉ କିଛି ସହଯୋଗୀ । ଏପରି ଏକ ଘଟ-ଣା ପୁଣି ଥରେ ଭୁବନେଶ୍ୱର ଅଞ୍ଚଳରୁ ସାମ୍ନାକୁ ଆସିଛି । ପୁଣି ଥରେ ହନିଟ୍ରାପ ମାମଲାରେ ସ୍ଵାମୀ ସ୍ତ୍ରୀଙ୍କୁ ଗିରଫ କରିଛି ପୋଲିସ ।
ସୂଚନା ଅନୁସାରେ ଭୁବନେଶ୍ୱରରୁ ଧରା ପଡ଼ିଲା ସ୍ଵାମୀ ସ୍ତ୍ରୀଙ୍କ ଯୋଡି । ନାରଗଡା ଅଞ୍ଚଳର ନିଶିକାନ୍ତ ପାତ୍ର ଯାଜପୁର ଅଞ୍ଚଳର ଇରାନୀ ପାତ୍ରଙ୍କୁ ବିବାହ କରିଥିଲେ । ଦୁହେଁ ବିବାହ ପରେ ଏହି କାମ କରିବା ପାଇଁ ଯୋଜନା କରିଥିଲେ । ବଡ ବଡ଼ିଆ ଅର୍ଥାତ୍ ପଇସା ଥିବା ଲୋକଙ୍କୁ ନିଜ ଜା-ଲରେ ଫସାଉ ଥିଲେ । ପ୍ରଥମେ ବନ୍ଧୁତା କରୁଥିଲେ ଆଉ ତାଙ୍କ ସହିତ କଥାବାର୍ତ୍ତା ବଢ଼ାଇବା ପରେ ଘରକୁ ଡାକୁଥିଲେ ଆଉ ତାପରେ ନିଜର ଯୋଜନା ଅନୁସାରେ କାମ କରି ଚାଲିଥିଲେ ।
ଇରାନି ପାତ୍ର ଏବଂ ନିଶିକାନ୍ତ ପାତ୍ର ସିଟି ହୋମସ୍ ର ୬୧ ନମ୍ୱର ଜାଗାକୁ ନିଜ ବନ୍ଧୁଙ୍କୁ ଡାକୁଥିଲେ । ଆଉ ତାପରେ ବଡ ଧରଣର ଟଙ୍କା ମାଗିବା ଆରମ୍ଭ କରୁଥିଲେ । ଆଉ ଟଙ୍କା ନ ଦେଲେ , ତାଙ୍କୁ ପୋଲିସ ମାମଲାରେ ଫସାଇ ଦେବା କଥା କହୁଥିଲେ ।
ଦେଖନ୍ତୁ ଭିଡ଼ିଓ:
ଆଉ ଏହାର ଶି-କାର ହୋଇଥିଲେ ଜଣେ ଡାକ୍ତର । ଡାକ୍ତର ଜଣଙ୍କୁ ନିଜ ଘରକୁ ଡ଼ାକି ଥିଲେ ସେମାନେ ଆଉ ୨୫ ଲକ୍ଷ ଟଙ୍କା ମାଗିଥିଲେ । କିନ୍ତୁ ଡାକ୍ତର ଜଣକ ଦେବାକୁ ମନା କରିବାରୁ ପୋଲିସ କେସ ରେ ଫସାଇବା କଥା କହିଥିଲେ ।