ନିଜର ଭୋଟ ଦେଇ ଆମେ ଦେଶ ଏବଂ ରାଜ୍ୟର ଶାସନକର୍ତ୍ତାଙ୍କୁ ବାଛିଥାଉ । ତେଣୁ, ରାଜ୍ୟର ଶାସନ ଭାର ସମ୍ଭାଳିଥିବା ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତିର ମୂଲ୍ୟ ଏବଂ ଶିକ୍ଷାଗତ ଯୋଗ୍ୟତା ବିଷୟରେ ଜାଣିବା ସାଧାରଣ ଜନତାଙ୍କର ହକ୍ ଅଟେ । ନିର୍ବାଚନ ସମୟରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଦିଆଯାଇଥିବା ସମ୍ପତ୍ତି ମୂଲ୍ୟକୁ ନେଇ ଏକ ଲିଷ୍ଟ ତିଆରି କରାଯାଇଛି ।
ଏହି ଲିଷ୍ଟରେ ଆନ୍ଧ୍ର ପ୍ରଦେଶର ମୁ୍ଖ୍ୟମନ୍ତ୍ରୀ ୱାଇ ଏସ ଜଗନମୋହନ ରେଡ୍ଡି ୩୭୦ କୋଟିର ସମ୍ପତ୍ତି ସହିତ ଶୀର୍ଷ ସ୍ଥାନରେ ରହିଛନ୍ତି । ତାଙ୍କ ପଛକୁ ଅରୁଣାଚଳପ୍ରଦେଶର ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁଙ୍କ ସମ୍ପତ୍ତିର ମୂଲ୍ୟ ୧୩୨ କୋଟି ରହିଛି । ସେହିପରି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୬୩.୭୨ କୋଟି ଟଙ୍କାର ସମ୍ପତ୍ତି ସହିତ ତୃତୀୟ ସ୍ଥାନରେ ରହିଛନ୍ତି । ତାଙ୍କ ପଛକୁ ପୁଡୁଚେରୀ ମୁଖ୍ୟମନ୍ତ୍ରୀଙ୍କ ପାଖରେ ୩୭.୨୪ କୋଟି ରହିଥିବା ବେଳେ ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀଙ୍କ ପାଖରେ ୨୮. ୨୪ କୋଟି ଏବଂ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ପାଖରେ ୧୫.୧୮ କୋଟି ଟଙ୍କାର ସମ୍ପତ୍ତି ରହିଛି ।
ଏହି ଲିଷ୍ଟ ଅନୁଯାଇ ମାତ୍ର ୧୫ ଲକ୍ଷ ଟଙ୍କାର ସମ୍ପତ୍ତି ସହିତ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସବୁଠାରୁ ତଳେ ରହିଛନ୍ତି । ସେହିପରି କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ଭିଜୟନ ଓ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ପାଖରେ ଯଥାକ୍ରମେ ୭୩ ଲକ୍ଷ ଏବଂ ୫୬ କୋଟି ଟଙ୍କାର ହିଁ ସମ୍ପତ୍ତି ରହିଛି । ଅନ୍ୟମାନଙ୍କ ମଧ୍ୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପାଖରେ ୨.୭୬ କୋଟି, ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତଙ୍କ ପାଖରେ ୫.୬୯ କୋଟି ଏବଂ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ଭାଇ ପଟେଲଙ୍କ ପାଖରେ ୪.୦୩ କୋଟିର ସମ୍ପତ୍ତି ରହିଛି ।
ଆହୁରି ପଢନ୍ତୁ :- ଦେଖନ୍ତୁ ଭିଡିଓ: ଓଡ଼ିଶାରେ ଏବେ ମୁହଁ ଖୋଲିଲେ ମଲ! ପାଣ୍ଡିଆନଙ୍କ ବିରୋଧରେ ମୁହଁ ଖୋଲିବାରୁ ମିଶନ ଶକ୍ତି ମହିଳାଙ୍କ ଚାକିରି ଗଲା
ସେହିପରି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ସବୁଠାରୁ ପାଠୁଆ ମୁଖ୍ୟମନ୍ତ୍ରୀ ହୋଇଥିବା ଜଣାପଡିଛି । ସେ ଫିଲୋସଫିରେ ଡକ୍ଟରେଟ ପାଇଥିବା ବେଳେ ପଲିଟିକାଲ ସାଇନ୍ସରେ ଏମଏ ଓ ଆଇନ୍ ଡିଗ୍ରୀ ମଧ୍ୟ ହାସଲ କରିଛନ୍ତି । ଅନ୍ୟପକ୍ଷରେ ପୂର୍ବରୁ ଜଣେ ଅଟୋ ଡ୍ରାଇଭର ଥିବା ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ଦେଶର ସବୁଠାରୁ କମ୍ ପାଠ ପଢିଥିବା ମୁଖ୍ୟମନ୍ତ୍ରୀ ବୋଲି ଜଣାଯାଏ ।