ଜାପନ ର ସୁନ୍ଦର ମହିଳାମାନଙ୍କୁ ଜାପାନୀ ଗୁଡିୟା କୁହାଯାଏ । ଜାପାନୀ ସୁନ୍ଦରୀ ମାନଙ୍କ ତ୍ୱଚା ବହୁତ ଗ୍ଲୋଇଂ ଏବଂ ହେଲ୍ଦି ଦେଖାଯାଏ । ଆଜି ଆମେ ଏହି ପୋଷ୍ଟରେ ସେହିଭଳି ସ୍କିନ୍ କେୟାର ରୁଟିନ୍ ଜଣାଇବୁ।
ହାଇଡ୍ରେଟିଂ ମାସ୍କ :
ଚେହେରାରୁ ମଇଳା ଏବଂ ଅପରିଷ୍କାର ବାହାର କରିବା ପାଇଁ ସପ୍ତାହରେ ଥରେ କିମ୍ବା ଦୁଇଥର ଏକ ଫେସିଆଲ ମାସ୍କ ବ୍ୟବହାର କରନ୍ତୁ। ଏହା ସ୍କିନକୁ ଟୋନ କରିବାରେ ମଧ୍ୟ ସାହାଯ୍ୟ କରିଥାଏ ଏବଂ ତ୍ବଚା କୁ କୋମଳ ରଖେ।
ପ୍ରତିଦିନ ଗ୍ରୀନ୍ ଟି ପିଅନ୍ତୁ :
ପ୍ରତିଦିନ ଗ୍ରୀନ୍ ଟି ପିଇବା ଜାପାନୀ ସଂସ୍କୃତିର ଏକ ଅଂଶ କାରଣ ଏହା ଆଣ୍ଟିଅକ୍ସିଡାଣ୍ଟରେ ପରିପୂର୍ଣ୍ଣ ଏବଂ ଚର୍ମକୁ UV କିରଣର କ୍ଷତିକାରକ ପ୍ରଭାବରୁ ରକ୍ଷା କରିଥାଏ।
ଗ୍ରୀନ୍ ଟିକୁ ଟୋନର ଭାବରେ ବ୍ୟବହାର କରନ୍ତୁ- ଜାପାନୀ ମହିଳାମାନେ କେବଳ ଗ୍ରୀନ୍ ଟି ପିଅନ୍ତି ନାହିଁ ବରଂ ଏହାକୁ ଟୋନର ଭାବରେ ମଧ୍ୟ ବ୍ୟବହାର କରନ୍ତି ଏବଂ ଏହାକୁ ସେମାନଙ୍କ ମୁହଁରେ ଫେସିଆଲ ଭଳି ବ୍ୟବହାର କରନ୍ତି।
ଚାଉଳ ଅଟା:
ଚାଉଳ ଅଟା ହେଉଛି ଅନ୍ୟ ଏକ ଆଣ୍ଟିଅକ୍ସିଡାଣ୍ଟ, ଯେଉଁଥିରେ ଏଭଳି ଉପାଦାନ ରହିଥାଏ ଯାହା ଆମ ଚର୍ମରେ ଥିବା ଦାଗକୁ ହାଲକା କରିଥାଏ ଏବଂ ଚର୍ମକୁ କୋମଳ କରିଥାଏ ।
କୋଲାଜେନ୍ ଖାଇବା:
କୋଲାଜେନ୍ ଖାଇବା ଦ୍ୱାରା ସ୍କିନ ଚମକଦାର ଏବଂ ଦୃଢ ହୋଇଯାଏ। ଏହିପରି, ସେମାନେ ମାଛ ଏବଂ ଅଣ୍ଡା ଖାଇବାକୁ ପସନ୍ଦ କରନ୍ତି ଯାହା କୋଲାଜେନରେ ଭରପୂର ହୋଇଥାଏ ।
ଫେସ୍ ଅଏଲ୍ କିମ୍ବା ସେରମ୍:
ଲିପୋଫିଲିକ୍ ଏବଂ ଭିଟାମିନରେ ଭରପୂର ହୋଇଥିବା ସେରମ୍ ହେଉଛି ସେମାନଙ୍କର ସ୍କିନକେୟାରର ଏକ ଅଂଶ, ଯାହା କେବଳ ସ୍କିନକୁ ନରମ କରିନଥାଏ, ବରଂ ସ୍କିନରୁ ବିଷାକ୍ତ ପଦାର୍ଥ ମଧ୍ୟ ବାହାର କରିଦେଇଥାଏ ।