ଖଲିସ୍ଥାନରୁ ଭାରତକୁ ଧମକ, ହମାସ ଭଳି ଭାରତ ଉପରେ ଅଚାନକ ଆକ୍ରମଣ କରି ପଞ୍ଜାବକୁ ଛଡେଇନେବୁ, ଜାଣନ୍ତୁ ପୁରା ଖବର

ଭାରତକୁ ଧ୍ଵଂସ କରିଦେବି । ଭାରତ ଯଦି ଇସ୍ରାଏଲ ଯୁଦ୍ଧରୁ ବୁଦ୍ଧି ନ ଶିଖେ ତେବେ ଅଧିକ ମୂଲ୍ୟ ଦେବାକୁ ପଡ଼ିବ ଭାରତକୁ । ପଞ୍ଜାବ ଭାରତର ଅଂଶ ନୁହେଁ । ପଞ୍ଜାବକୁ ଖୁବ୍ ଶୀଘ୍ର ଭାରତ ଠାରୁ ଛଡାଇ ଆଣିବୁ । ଭାରତ ଯଦି ଭଲରେ ନ ମାନେ ତେବେ ଭାରତରେ ଆତଙ୍କ ଖେଳାଇ ଦେବୁ । ଏପରି ଚେତାବନୀ ମିଳିଛି ଭାରତକୁ ।

ସିକ୍ ଫର୍ ଜଷ୍ଟିସର ମୁଖ୍ୟ ଉର୍ବର ଉଅର୍ ସିଂହ ପନୁ ଏପରି ଖୁଲମ ଖୁଲା ଚେତାବନୀ ଦେଇଛି ଭାରତକୁ । ଆହୁରି ମଧ୍ୟ କହିଛି ଏହା ଚେତାବନୀ ନୁହେଁ ଭାରତକୁ ଏହା ଖାଲିସ୍ଥାନୀ ସଂଗଠନର ଧମକ । ଆକ୍ରମଣର ଭୟା ବହତା ଯେ କେତେ ହୋଇ ପାରେ ତାହା ଇସ୍ରାଏଲ କୁ ଦେଖି ଅନୁମାନ କରାଯାଇପାରେ । କିନ୍ତୁ ଭାରତ ଉପରେ ଆକ୍ରମଣ ଇସ୍ରାଏଲ ଆକ୍ରମଣ ଠାରୁ ଢେର ଗୁଣ ଅଧିକ ରହିବ ।

ପନୁ ସୋସିଆଲ ମିଡ଼ିଆରେ ଏକ ଭିଡିଓ ଜାରି କରି ଚେତାବନୀ ଦେଉଛି ଭାରତର ପ୍ରଧାନମନ୍ତ୍ରୀ ଓ ପଞ୍ଜାବର ମୁଖ୍ୟ ମନ୍ତ୍ରୀ ଙ୍କୁ । ପନୁର କହିବା ଅନୁସାରେ ଶିଖ ଧର୍ମ ଭାରତର ନୁହେଁ । ତାହା ଏକ ସ୍ଵତନ୍ତ୍ର ଧର୍ମ । ଯାହାକୁ ଭାରତ ଶୋଷଣ କରି ରଖିଛି । ଯାହାର ମୁକ୍ତି ଆବଶ୍ୟକ । ତେଣୁ କରି ପଞ୍ଜାବର ଶିଖ୍ ସମ୍ପ୍ରଦାୟକୁ ବି ଆହ୍ଵାନ ଦେଇଛି ପନୁ ।

ଆହୁରି ପଢନ୍ତୁ :- ଦେଖନ୍ତୁ ଭିଡ଼ିଓ: ଯାଇଥିଲେ ମେଡ଼ିସିନ ଷ୍ଟୋର, ଦୋକାନୀ ଇଞ୍ଜେକ୍ସନ ଦେବ କହି +2 ଛାତ୍ରୀଙ୍କ ସହ କରିଦେଲା ଦୁଷ୍କର୍ମ

ଖାଲିସ୍ଥାନୀ ଆତଙ୍କବାଦୀ ହରଦୀପ ସିଂହ ମିସାଇଲର କାନାଡାରେ ହତ୍ୟା ପରେ ପନୁ ଏବେ ରାଗି ଯାଇଛି । ହରଦୀପ ହତ୍ୟା ପାଇଁ ପନୁ ସିଧା ସିଧା ଓ ବାରମ୍ବାର ଦାୟୀ କରୁଛି ଭାରତକୁ । ଯେଉଁଥି ପାଇଁ ଏବେ ପ୍ରତିଶୋଧ ନିଆଁରେ ଜଳୁଛି ପନୁ । ହେଲେ ଭାରତ ସରକାରଙ୍କ କିଛି ବିଶେଷ ପ୍ରତିକ୍ରିୟା ନାହିଁ ଏଥି ନେଇ । କାରଣ ଭାରତର ଏଥିରେ ଡରିବାର ନୁହେଁ ଡରାଇବାର ରହିଛି ।