ଯଦି କିଛି ଦୋଷ ନାହିଁ, ମୁଖ୍ୟମନ୍ତ୍ରୀ କାହିଁକି ନେଲେ କାର୍ଯ୍ୟାନୁଷ୍ଠାନ? କାହିଁକି କରିଛନ୍ତି ମିଡ଼ିଆକୁ ଟାର୍ଗେଟ୍? ଜାଣନ୍ତୁ ପୁରା ଖବର

ସୁଲତା ଦେଓଙ୍କୁ ହୁଏ ତ ଅଧିକ ଭାରି ପଡ଼ିଲା ତାଙ୍କ ଏକ୍ସାଇଟେଡର ନତିଜା । ଯେଉଁଥିପାଇଁ ଦଳ ଏବେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ତାଙ୍କ ଉପରେ । ରାଜ୍ୟସଭାର ମୁଖ୍ୟ ସଚେତକ ପଦବୀରୁ ବହିଷ୍କାର କରାଯାଇ ଉକ୍ତ ପଦବୀରେ ମାନସ ରଞ୍ଜନ ମଙ୍ଗରାଜ ଙ୍କୁ ରାଜ୍ୟସଭାର ମୁଖ୍ୟ ସଚେତକ ଭାବେ ନିଯୁକ୍ତି ଦିଆ ଯାଇଛି ।

ତେବେ ହଠାତ୍ ଏଭଳି ନିଷ୍ପତ୍ତି କାହିଁକି । ଏଭଳି କେଉଁ ଭୁଲ କରି ବସିଲେ ସୁଲତା । ଯେଉଁଥିପାଇଁ ତାଙ୍କୁ ରାତାରାତି ପଦବୀରୁ କାଢି ଦିଆ ଗଲା । ବିଜେଡିର ଏହା ଏବେ ଏକ ଦଳୀୟ ନିୟମ ବନି ସାରିଛି ବୋଧେ । ଟିକିଏ ଭୁଲ କଲେ ପଦବୀରୁ ହାତ ଧୁଆ । ଯଦି ସେହି ଭୁଲ ରୁ ନ ଶିଖିଲ ତେବେ ସମ୍ପୂର୍ଣ ଜାଇ ପାରେ ଦଳୀୟ ସଦସ୍ୟତା ଏବଂ ଏପରି ଆଗକୁ ଅନେକ କାର୍ଯ୍ୟାନୁଷ୍ଠାନ ରହିଛି । ତେବେ ନିକଟରେ ସୌମ୍ୟ ରଞ୍ଜନଙ୍କ ଉଦାହରଣ ହିଁ ନିଅନ୍ତୁ ।

ତେବେ ଲାଗୁଛି ଶୁଲତା ଅନ୍ୟର ଭୁଲ ରୁ ଦେଖି ଶିଖି ସାରିଲେଣି । କାରଣ ନିଜ ପଦବୀରୁ ହଟିବା ପରେ ସେ ଦଳର ନୁହେଁ ବରଂ ଗଣ ମାଧ୍ୟମର ଦୋଷ ଦେଇଛନ୍ତି । ନିକଟରେ ବିଜେଡିର ଏକ ଜନ ସଚେତନ ପଦଯାତ୍ରାରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ । କାର୍ଯ୍ୟକ୍ରମ ସୂଚୀ ଅନୁସାରେ ଷ୍ଟେଜ ଉପରେ ଚଢ଼ିବାର ଅନୁମତି ଶ୍ରୀମୟୀ ମିଶ୍ର ଓ ସୁଲତା ଦେଓ ଙ୍କୁ ନ ଥିବା ବେଳେ ଦୁହେଁ ଷ୍ଟେଜ ଉପରେ ଚଢ଼ି ମୁଖ୍ୟମନ୍ତ୍ରୀଙ୍କୁ ବ୍ୟାଚ୍ ଓ ଉତ୍ତରୀୟ ପିନ୍ଧାଇଥିଲେ । ଯାହାକୁ ନେଇ ବିରକ୍ତ ମଧ୍ୟ ହୋଇଥିଲେ ମୁଖ୍ୟମନ୍ତ୍ରୀ ।

ଆହୁରି ପଢନ୍ତୁ :- MP ଙ୍କ ଅନ୍ତଃବସ୍ତ୍ର ଭିତରେ ପ୍ରେମର ରଙ୍ଗ ବୋଳିଲେ ଯୁବକ, ଆଉ ତା’ପରେ…

ପରେ ତାଙ୍କୁ ତୃତୀୟ ମହଲା କୁ ଡକାଜାଇ ଟ୍ୟୁସନ୍ ମଧ୍ୟ କରାଯାଇଥିଲା । ଲାଗୁଛି ଦଳ ସହଜରେ ହଜମ କରି ପାରି ନାହିଁ କଥା ଟିକୁ । ତେଣୁ କରି ସୁଲତା ଦେଓଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ତାଙ୍କୁ ରାଜ୍ୟ ସଚେତକ ପଦବୀରୁ ବହିଷ୍କାର କରିଛି ।