ବାମ ହାତରେ କାମ କରୁଥିବା ଲୋକମାନଙ୍କଠାରେ ମସ୍ତିଷ୍କ ଏବଂ ହୃଦୟ ଜନିତ ରୋଗ ହେବାର ଆଶଙ୍କା ଅଧିକ ଥାଏ। ରିସର୍ଚ୍ଚ ରୁ ଜଣାପଡିଲା ବଡ଼ ତଥ୍ୟ…

ସାଧାରଣତଃ ଅଧିକାଂଶ ଲୋକ ସମସ୍ତ କାର୍ଯ୍ୟ ଡାହାଣ ହାତରେ କରିଥାନ୍ତି। ବିଶ୍ୱର ସ୍ୱାସ୍ଥ୍ୟ ସଂଗଠନ ର ରିପୋର୍ଟ ଅନୁଯାୟୀ, ପୁରା ବିଶ୍ୱରେ କେବଳ ୧୦ ପ୍ରତିଶତ ଲୋକ ନିଜ ସମସ୍ତ କାର୍ଯ୍ୟ ବାମ ହାତରେ କରିଥାନ୍ତି । ତେବେ ଏହା ମଧ୍ୟରେ ବାମହାତ ବ୍ୟବହାର କରୁଥିବା ଲୋକଙ୍କୁ ନେଇ ସାମ୍ନାକୁ ଆସିଛି ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ।

ଜର୍ଣ୍ଣାଲ ଅଫ୍ ପବ୍ଲିକ ହେଲଥରେ ପ୍ରକାଶିତ ଏକ ଗବେଷଣା ରିପୋର୍ଟ ଅନୁଯାୟୀ, ଅଧିକ ମାତ୍ରାରେ ରୋଗର ଶିକାର ହୋଇଥାନ୍ତି । ଡାହାଣ ହାତୀ ଲୋକଙ୍କ ଅପେକ୍ଷା ବାମ ହାତରେ କାମ କରୁଥିବା ଲୋକମାନେ ଠାରେ ବିମାରୀର ଆଶଙ୍କା ଅଧିକ ରହିଥାଏ ।

ତେବେ ଏହା ପଛର କାରଣ କ’ଣ, ସେନେଇ କିଛି ସ୍ପଷ୍ଟ ହୋଇନାହିଁ । ତେବେ ଆନୁବାଂଶିକ ବା ଜେନେଟିକ ସମସ୍ୟା ଏହାର କାରଣ ହୋଇଥାଇପାରେ। ଏହାଛଡ଼ା ବ୍ରେନ ସଂଯୋଗୀକରଣ ଓ ପରିବେଶୀୟ କାରଣ ମଧ୍ୟ ଏଥିପାଇଁ ଦାୟୀ ହୋଇପାରେ ବୋଲି କୁହାଯାଇଛି ।

ବାମ ହାତରେ କାମ କରୁଥିବା ମହିଳାଙ୍କୁ ଡାହାଣ ହାତରେ କାମ କରୁଥିବା ମହିଳାଙ୍କ ଅପେକ୍ଷା ସ୍ତନ କର୍କଟର ଆଶଙ୍କା ଅଧିକ ରହିଥାଏ । ବାମ ହାତରେ କାମ କରୁଥିବା ମହିଳାଙ୍କ ଗର୍ଭଧାରଣ ସମୟରେ ଏଷ୍ଟ୍ରୋଜେନର ବୃଦ୍ଧି ହୋଇପାରେ ।

ବାମହାତୀ ଲୋକଙ୍କ ଠାରେ ସିଜୋଫ୍ରେନିଆ ପରି ଗମ୍ଭୀର ମାନସିକ ବିମାରୀ ହେବାର ସମ୍ଭାବନା ଅଧିକ ରହିଥାଏ । ୨୦୧୯, ୨୦୨୨ ଓ ୨୦୨୪ରେ ୋଇଥିବା ଅନେକ ଗବେଷଣାରୁ ତାହା ସ୍ପଷ୍ଟ ହୋଇଛି । ସିଜୋଫ୍ରେନିଆ ରୋଗ ବାମହାତୀ ଲୋକଙ୍କ ଠାରେ ଅଧିକ ହୋଇପାରେ।