ପ୍ରେମିକର ମୃତ୍ୟୁ ଖବର ଶୁଣି ମହାନଦୀକୁ ଡେଇଁଲେ ପ୍ରେମିକା

ପ୍ରେମିକର ମୃତ୍ୟୁ ଖବର ଶୁଣି ମହାନଦୀଙ୍କୁ ଡେଇଁଛନ୍ତି ପ୍ରେମିକା। ଜଗତସିଂହପୁର ଜିଲା ତିର୍ତ୍ତୋଲ ଅନ୍ତର୍ଗତ ତାରତୋଲ ନିକଟରେ ଘଟିଛି ଏହି ଘଟଣା। ପ୍ରେମିକା ଜଣକ ହତୋତ୍ସାହିତ ହୋଇ ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି।

ମିଳିଥିବା ସୂଚନା ଅନୁସାରେ, ଉଭୟ ପ୍ରେମିକ ଏବଂ ପ୍ରେମିକା ଦୁଇ ଜଣ ହେଉଛନ୍ତି କଲେଜ ଛାତ୍ରଛାତ୍ରୀ। କୌଣସି କାରଣରୁ ଜଗତସିଂହପୁର ଅଞ୍ଚଳର ପ୍ରେମିକ ଜଣକ ଆତ୍ମହତ୍ୟା କରିଥିଲେ। ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ମିଳିଥିଲା। ଏହି ଖବର ପାଇବା ପରେ ପ୍ରେମିକା ଜଣକ ଗୁରୁବାର ପୂର୍ବାହ୍ନ​‌ରେ ତାରତୋଲ ନିକଟ ମହାନଦୀକୁ ଡେଇଁ ପଡ଼ିଥିଲେ। ସ୍ଥାନୀୟ ଳୋକଙ୍କଠାରୁ ସୂଚନା ପାଇ ପୁଲିସ ଏବଂ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଦମକଳ ବାହିନୀ ପକ୍ଷରୁ ମହାନଦୀରେ ଛାତ୍ରୀ ଜଣଙ୍କୁ ଖୋଜାଖୋଜି କରାଯାଉଥିବା ସୂଚନା ମିଳିଛି।