ଶିବଙ୍କ ଆଶୀର୍ବାଦ ଫଳରେ ଏହି ରାଶି ମାନଙ୍କର ବଦଳିବାକୁ ଯାଉଛି ସମୟ, ଜାଣନ୍ତୁ କଣ ରହିଛି ଏହି ସବୁ ରାଶି

ଆରମ୍ଭ ହୋଇ ଯାଇଛି ଶ୍ରାବଣ ମାସ । ଶ୍ରାବଣ ମାସକୁ ଭଗବାନ ଶିବଙ୍କର ମାସ ବୋଲି କୁହାଯାଏ । ଏହି ମାସରେ ଛୋଟ ଠାରୁ ଆରମ୍ଭ କରି ବଡ଼ ପର୍ଯ୍ୟନ୍ତ ସମସ୍ତେ ପାଣି ଭାର ନେଇଥାନ୍ତି । କେହି କେହି ମାନସିକ ରଖି ମଧ୍ୟ ଏଭଳି କରିଥାନ୍ତି ।

ଭଗବାନ ଶିବଙ୍କୁ ଅତ୍ୟନ୍ତ ନିଷ୍ଠାର ସହ ପୂଜାର୍ଚ୍ଚନା କଲେ ସେ ନିଜ ଭକ୍ତ ଉପରେ ପ୍ରସନ୍ନ ହୋଇ ବର ପ୍ରଦାନ କରି ଥାଆନ୍ତି । କୁହାଯାଏ କି ଶିବ ହେଉଛନ୍ତି ଏକ ମାତ୍ର ଭଗବାନ ଯେ ନିଜ ଭକ୍ତକୁ ବର ଦେବା ପାଇଁ ସବୁ ସମୟରେ ଯେପରି ପ୍ରସ୍ତୁତ ଥାନ୍ତି ।

ତେବେ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଯଦି ଏହି ତିନୋଟି ରାଶି ଶ୍ରାବଣ ମାସରେ ଭଗବାନ ଶିବଙ୍କୁ ଅତ୍ୟନ୍ତ ନିଷ୍ଠାର ସହ ପୂଜାର୍ଚ୍ଚନା କରନ୍ତି ତେବେ ଭଗବାନ ଶିବ ନିଶ୍ଚିତ ତାଙ୍କ ଉପରେ ସନ୍ତୁଷ୍ଟ ହୋଇ ତାଙ୍କୁ ଆଶୀର୍ବାଦ ପ୍ରଦାନ କରିଥାନ୍ତି ।

ଜାଣନ୍ତୁ କଣ ରହିଛି ଏହି ତିନୋଟି ରାଶି…..

ମେଷ ରାଶି : 

ମେଷ ରାଶିର ଲୋକ ମାନଙ୍କ ଉପରେ ଶିବଙ୍କର ବିଶେଷ କୃପା ରହିଥାଏ । ଯଦି ଏହି ରାଶିର ଲୋକ ମାନେ ଭଗବାନ ଶିବଙ୍କୁ ନିଷ୍ଠାର ସହ ଆରାଧନା କରନ୍ତି ତେବେ ସେମାନେ ନିଶ୍ଚିତ ନିଜ ଜୀବନରେ ଆଗକୁ ଯିବା ସହିତ ସମସ୍ତ କାର୍ଯ୍ୟରେ ସଫଳ ମଧ୍ୟ ହେବେ ।

କର୍କଟ ରାଶି :

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ସାଧାରଣତଃ କର୍କଟ ରାଶିର ଲୋକ ମାନେ ଶାନ୍ତ ସ୍ୱଭାବର ହୋଇଥାନ୍ତି । ଭଗବାନ ଶିବ ମଧ୍ୟ କର୍କଟ ରାଶିର ଲୋକ ମାନଙ୍କୁ ସର୍ବଦା ସୁରକ୍ଷା ପ୍ରଦାନ କରିବା ସହ ସମସ୍ତ ବିପଦରୁ ରକ୍ଷା କରିଥାନ୍ତି । ତେବେ ଯଦି ଏହି ରାଶିର ଲୋକେ ଏକ ରୁପା ପାତ୍ରରେ ଶିବଙ୍କୁ କ୍ଷୀର ଅର୍ପଣ କରନ୍ତି ତେବେ ଶିବଙ୍କ ବିଶେଷ କୃପା ତାଙ୍କ ଉପରେ ରହିଥାଏ ।

ତୁଳା ରାଶି : 

ତୁଳା ରାଶିର ଲୋକ ମାନଙ୍କ ଉପରେ ମଧ୍ୟ ଶିବଙ୍କର ବିଶେଷ କୃପା ରହିଥାଏ । ତୁଳା ରାଶିର ଲୋକ ମାନେ ଯଦି ଏହି ମାସରେ ଶିବଙ୍କର ମିଶ୍ରି ପାଣିରେ ଅଭିଷେକ କରାନ୍ତି ତେବେ ତାଙ୍କ ପାଇଁ ଏହା ବିଶେଷ ଫଳପ୍ରଦ ରହିବ ।