ଦେଖନ୍ତୁ ଭୋଜି ଖାଇବାର ମଜାଦାର ଭିଡ଼ିଓ : ଭୋଜିକୁ ନିମନ୍ତ୍ରଣ ହୋଇଛି ମାନେ ଆମେ ଯାହା ବି ହେଲେ ଭୋଜି ଖାଇବାକୁ ଯିବୁ…

ବିବାହ ଭୋଜି ହେଉଛି ମାନେ ମହାଆଡମ୍ବରରେ ଭୋଜିର ଆୟୋଜନ କରାଯାଇଥାଏ । ବନ୍ଧୁ ବାନ୍ଧବ ଏବଂ ଗାଁ ସାରା ଲୋକଙ୍କୁ ନିମନ୍ତ୍ରଣ ମଧ୍ୟ କରାଯାଇଥାଏ । ସମସ୍ତେ ମହାଆନନ୍ଦରେ ଭୋଜି ଖାଇବାକୁ ଆସିଥାନ୍ତି। ଏହିପରି ଏକ ମହାଆଡ଼ମ୍ବରରେ ବିବାହ ଭୋଜିର ଆୟୋଜନ ହୋଇଥିଲା। ହେଲେ ଠିକ୍‍ ସମୟରେ ବର୍ଷା ସାଜିଲା ଦାଉ । ପ୍ରବଳ ବର୍ଷା ହେବାରୁ ଗାଁ ଦାଣ୍ଡରେ ଅଣ୍ଟାଏ ଲେଖାଏଁ ପାଣି ଜମା ହୋଇଥିଲା। ବିବାହ ଭୋଜି ଆୟୋଜନ ହୋଇଥିବା ସ୍ଥାନରେ ଅଣ୍ଟାଏ ଲେଖାଏଁ ପାଣି ଜମି ରହିଥିବାରୁ ଭୋଜି ହେବା ଅସମ୍ଭବ ଲାଗୁଥିଲା ।

କିନ୍ତୁ ବିବାହ ଭୋଜି ଖାଇବାକୁ ଲୋକଙ୍କ ମନରେ ଏତେ ଆଗ୍ରହ ରହିଥିଲା ଯେ ବର୍ଷା ପାଣିରେ ପଶି ଭୋଜି ଖାଇ ଆସିଥିଲେ । ଏ ଭିଡ଼ିଓଟି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେଉଛି ।