ମରିବା ପରେ ବି ବଞ୍ଚିଥାଏ କି ମଣିଷର ମସ୍ତିଷ୍କ? ବୈଜ୍ଞାନିକଙ୍କ ମତ କଣ ଆସନ୍ତୁ ଜାଣିବା।

ବୈଜ୍ଞାନିକମାନଙ୍କ ଗବେଷଣା ରୁ ଜଣାପଡିଛି ଯେ, ମଣିଷ ମରିବାର ୭ ମିନିଟ ପର୍ଯ୍ୟନ୍ତ ତାହାର ମସ୍ତିଷ୍କ ବଞ୍ଚି ରହିଥାଏ। ମୃତ୍ୟୁର ଶେଷ ସମୟରେ ମାନବର ମସ୍ତିଷ୍କ ନିଜର ଜୀବନର ସମସ୍ତ କଥା ମନେପକାଇଥାଏ ବୋଲି କୁହାଯାଏ। ମଣିଷର ଏହି ଅନ୍ତିମ ୭ ମିନିଟରେ ତାହାର ସାରା ଜୀବନର ଘଟଣା ଆଖି ସାମ୍ନାରେ ପ୍ରତିବିମ୍ୱିତ ହୋଇଥାଏ।

ବୈଜ୍ଞାନିକମାନେ ଏହି ସଫଳତା ସେହି ସମୟରେ ପ୍ରାପ୍ତ କରିଥିଲେ, ଯେତେବେଳେ ଅପସ୍ମାରରେ ପୀଡିତ ଜଣେ ୮୭ ବର୍ଷୀୟ ରୋଗୀଙ୍କୁ ନେଇ ଅନୁସନ୍ଧାନ କରାଯାଇଥିଲା। ହେଲେ ଏହିପ୍ରକ୍ରିୟା ସମୟରେ, ରୋଗୀଙ୍କୁ ହୃତଘାତ ଆସିଥିଲା,ଏବଂ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଅପ୍ରତ୍ୟାଶିତ ଘଟଣା ବୈଜ୍ଞାନିକଙ୍କୁ ଏହା ଜଣା ପଡିଥିଲା ଯେ ମୃତ୍ଯୁ ପରେ ବି ମାନବ ମିସ୍ତିଷ୍କ ପ୍ରାୟ ୭ ମିନିଟ ବଞ୍ଚିକି ରୁହେ  ।

ରୋଗୀର ହୃଦ ସ୍ପନ୍ଦନ ବନ୍ଦ ହେବା ପୂର୍ବରୁ ଏବଂ ପରର ୩୦ ସେକେଣ୍ଡରେ କ’ଣ ଘଟିଥିଲା, ଏହା ଯାଞ୍ଚ କରିବା ଲାଗି ଏକ ବିଶିଷ୍ଟ ଫୋକସ ସେଟ କରାଯାଇଥିଲା।

ଯାହା ହୃଦୟର କାର୍ଯ୍ୟ ବନ୍ଦ କରିବାର ଠିକ ପୂର୍ବରୁ ଏବଂ ପରେ, ତନ୍ତ୍ରିକା କମ୍ପନର ଏକ ବିଶିଷ୍ଟ ବ୍ୟାଣ୍ଡରେ ପରିବର୍ତ୍ତନ ଦେଖିଥିଲା । ମସ୍ତିଷ୍କ କମ୍ପନକୁ ସାଧାରଣତଃ ମସ୍ତିଷ୍କ ତରଙ୍ଗ ଭାବେ ଜଣାଶୁଣା। ସେହି ସମୟରେ ମସ୍ତିଷ୍କର ଗତିବିଧିର ପ୍ୟାଟର୍ଣ୍ଣ ଜୀବିତ ଭାବରେ ମାନବ ଶରୀରରରେ ଥାଏ ଓ ଏହା ବଞ୍ଚିକି ରହିଥାଏ ।