ଦେଖନ୍ତୁ ଭିଡିଓ: ନିଜର ଚାରି ବର୍ଷର ପୁଅକୁ ମାରିଦେଲା ରାକ୍ଷସୀ ମାଁ, ତାପରେ ବ୍ୟାଗରେ ପୁରେଇ ବୋହି ନେଉଥିଲା ଏବଂ…

ମା’ ନିଜ ସନ୍ତାନ ପାଇଁ ନିଜ ଜୀବନ ଦେବାକୁ ମଧ୍ୟ ପଛାଏ ନାହିଁ । କିନ୍ତୁ ଜଣେ ଯେ ଏହି ମା’ର ନାମକୁ କଳଙ୍କିତ କରିବ ତାହା କେହିବି ସ୍ୱପ୍ନରେ ସୁଦ୍ଧା ଭାବି ପାରିବ ନାହିଁ । ଜଣେ ମହିଳା ନିଜ ସ୍ୱାମୀଙ୍କ ସହିତ ଝଗଡ଼ା କରି ନିଜର ଚାରି ବର୍ଷର ପୁଅକୁ ହତ୍ୟା କରିଛି ।

କହିରଖିବୁ ଯେ ସେହି ମା’ ଜଣେ ଷ୍ଟାର୍ଟଅପ କମ୍ପାନୀର ସିଇଓ ଅର୍ଥାତ ଜଣେ ଉଚ୍ଚ ଶିକ୍ଷିତ । ଆଉ ଉଚ୍ଚ ଶିକ୍ଷିତ ହୋଇବି ଏଭଳି କାରନାମା । ଉଚ୍ଚ ଶିକ୍ଷିତ ହେବା ଅର୍ଥ ତାର ଯଥେଷ୍ଟ ବୁଝିବାର ଶକ୍ତି ଅଛି । ତଥାପି ସେ ଏଭଳି କାମ କାହିଁକି କଲା ତାହାକୁ କେହିବି ବୁଝି ପାରୁ ନାହାଁନ୍ତି । ମହିଳା ଜଣକ ରାଗରେ ପୁରା ପିଶାଚିନି ପାଲଟି ଯାଇଥିଲା ।

ନିଜର ଝଗଡ଼ା ଏବଂ କ୍ରୋଧ ଏତେ ଜରୁରୀ ଯେ ମହିଳା ଜଣକ ନିଜର ଚାରି ବର୍ଷର ପୁଅକୁ ଅତି ନିର୍ମମ ଭାବରେ ହତ୍ୟା କରି ଏକ ବ୍ୟାଗ ଭିତରେ ପୁରେଇ ଦେଇଥିଲେ । ସେହି ବ୍ୟାଗକୁ ଘୋଷାରି ଘୋଷାରି ନେଇ ବେଙ୍ଗାଲୁରୁ ପର୍ଯ୍ୟନ୍ତ ନେଇଥିଲେ । ବ୍ୟାଗରୁ ରକ୍ତ ବୋହୁଥିଲା । ଯାହାକୁ ଲୋକେ ଦେଖି ସନ୍ଦେହ କରିଥିଲେ ।

ଦେଖନ୍ତୁ ଭିଡିଓ :-

ସୂଚନା ମୁତାବକ ମହିଳା ଜଣକ ହେଉଛନ୍ତି ୨୯ ବର୍ଷୀୟ ସୂଚନା ସେଠ, ଯିଏକି ବେଙ୍ଗାଲୁରୁ ର AI ଷ୍ଟାର୍ଟଅପ କମ୍ପାନୀର CEO । ସେ ଉତ୍ତର ଗୋଆର କ୍ୟାଣ୍ଡଲିମର ଏକ ଅପାର୍ଟମେଣ୍ଟରେ ରହୁଥିଲେ । ସେଠାରେ ତାଙ୍କ ପୁଅଙ୍କ ହତ୍ୟା କରିଥିବାର ବର୍ତ୍ତମାନ ଅଭିଯୋଗ ହୋଇଛି ।

ମହିଳା ଜଣକ ଅପାର୍ଟମେଣ୍ଟ ଛାଡ଼ିବା ପୂର୍ବରୁ ସେଠାକାର ଜଣେ କର୍ମଚାରୀ ତାଙ୍କୁ ତାଙ୍କ ପୁଅଙ୍କ ବିଷୟରେ ପଚାରି ଥିଲେ । କିନ୍ତୁ ସେ ତାଙ୍କ ପୁଅ ତାଙ୍କର ଜଣେ ବନ୍ଧୁଙ୍କ ସହିତ ଥିବା କହିଥିଲେ । କିନ୍ତୁ ପରେ ଅପାର୍ଟମେଣ୍ଟ ଭିତରେ ରକ୍ତ ଦାଗ ଦେଖି ସେ ସନ୍ଦେହ କରିଥିଲେ ଏବଂ ପୋଲିସରେ ଖବର ଦେଇଥିଲେ । ମହିଳା ଜଣକ ବେଙ୍ଗାଲୁରୁ ପହଞ୍ଚିବା ପୂର୍ବରୁ ପୋଲିସ ବ୍ୟାଗ ସହିତ ତାଙ୍କୁ ଧରିଥିଲା ।

ସୂଚନା ସେଠଙ୍କୁ ଗତକାଲି ପୋଲିସ କର୍ଣ୍ଣାଟକ ଚିତ୍ରଦୁର୍ଗାରେ ମୃତ ଦେହ ସହିତ ଗିରଫ କରିଥିଲା । ଏହା ସହିତ ବ୍ୟାଗରେ ଥିବା ପୁଅର ମୃତ୍ୟୁ ଦେହକୁ ଜବତ କରିଛି । କହିରଖିବୁ ଯେ ଏବେ ସୁଦ୍ଧା ମା’ ଜଣକ ନିଜର ଚାରି ବର୍ଷର ପୁଅକୁ କାହିଁକି ହତ୍ୟା କରିଛି ତାହାର କାରଣ ଜଣା ପଡ଼ିନାହିଁ ।