ଆପାଣଙ୍କ ଘରେ ସଦାବେଳେ ପଇସାର ଅଭାବ ଲାଗି ରହୁଥିଲେ, ଆପଣେଇ ନିଅନ୍ତୁ ଏହି ବାସ୍ତୁ ଟିପ୍ପସ। ଦୂର ହେବ ସବୁ ଅସୁବିଧା।
ଯଦି ଆପଣ ନୂଆ ଚାକିରୀ ପାଇଁ ଇଣ୍ଟରଭିଉ ଦେବାକୁ ଯାଉଛନ୍ତି, ତେବେ ଯିବା ବେଳେ ପାଖରେ ରଖନ୍ତୁ ହଳଦିଆ ରଙ୍ଗର ରିମାଲ କିମ୍ବା କପଡା କିମ୍ବା ଦୁଇଟି ଗୋଟା ହଳଦୀ। ଦେଖିବେ ଆପଣଙ୍କୁ ଶୁଭ ଫଳ ମିଳିବ।
ଯଦି ଘରେ କୌଣସି ଲୋକଙ୍କର ମାନସିକ ଦୁର୍ଦ୍ଦିନା ଲାଗି ରହୁଥାଏ ତେବେ ତାଙ୍କଦ୍ବାରା ମାଟିର ପାତ୍ରରେ ଗଛବୃକ୍ଷଙ୍କୁ ପାଣିଦେଲେ ତାହା ଦୂରହୋଇଥାଏ ।
ବ୍ରଣ ଦାଗ ଲିଭାଇବା ପାଇଁ ହେଲେ ଡାଲଚିନି ଗୁଣ୍ଡ ସହିତ ଅଳ୍ପ ମହୁ ମିଶାଇ ଦାଗରେ ମାରିଲେ ଦାଗ ଲିଭିଯାଏ ।
ବିବାହିତା ସ୍ତ୍ରୀ ଲୋକମାନେ ରାତିରେ ଚୁଟି ଖୋଲା ରଖି ଶୁଅନ୍ତୁ ନାହିଁ ଏହା ଅମଙ୍ଗଳ ହୋଇଥାଏ ।
ସୂର୍ଯ୍ୟାସ୍ତ ପରେ କେବେ କ୍ଷୀର କିମ୍ବା ଦହି ବାହାର ଘର ଲୋକଙ୍କୁ ଦିଅନ୍ତୁ ନାହିଁ ଏହା ଅମଙ୍ଗଳ ହୋଇଥାଏ।
ପୂଜାରେ ଯାଆଁଳା କଦଳୀ ଭୋଗ କଲେ ବହୁତ ଶୁଭ ହୋଇଥାଏ ଏବଂ ଶିବଙ୍କ ଲିଙ୍ଗରେ ଚଢାଇଲେ ମଙ୍ଗଳ ହୋଇଥାଏ ।
ଠାକୁର ପୂଜା କଲାବେଳେ ତଳେ, ପିଢ଼ା ଉପରେ କିମ୍ବା ପଥର ଉପରେ ବସିକି ପୁଜାକରନ୍ତୁ ନାହିଁ ଆସନ ପକାଇ ପୂଜା କରନ୍ତୁ।
ଘରର ପାଣି ଟ୍ୟାପରୁ ପାଣି ଟପ ଟପ୍ ପଡ଼ିଲେ ଅଶୁଭ ହୋଇଥାଏ ତୁରନୁ ମରାମତି କରନ୍ତୁ।
ଟଙ୍କା ରଖୁଥିବା ଆଲମାରିର ମୁହଁ ଦକ୍ଷିଣ ଦିଗକୁ ରଖନ୍ତୁ ନାହିଁ ଅନ୍ୟ ଦିଗକୁ ରଖିଲେ ଶୁଭ ହୋଇଥାଏ ।