ବୋମା ବିସ୍ପୋରଣ ପାଇଁ ଦିଲ୍ଲୀ ର ପ୍ରାୟ ୪୦ ବିଦ୍ୟାଳୟକୁ ଆସିଛି ଧମକପୂର୍ଣ୍ଣ ଇମେଲ, ୩୦ ହଜାର ଡଲାରର ହୋଇଛି ଡିମାଣ୍ଡ।

ସୋମବାର ସକାଳେ ଦିଲ୍ଲୀରେ ଆତଙ୍କ ଖେଳିଯାଇଥିଲା, ଯେତେବେଳେ ସହରର ପ୍ରାୟ ୪୦ ଟି ସ୍କୁଲକୁ ବୋମା ବିସ୍ପୋରଣ ର ଧଂକପୂର୍ଣ ଇମେଲ ଆସିଥିଲା। ସକାଳ ପ୍ରାୟ 7.00 ସମୟରେ ସ୍କୁଲ ମ୍ୟାନେଜମେଣ୍ଟର ଇମେଲ ଆଇଡିରେ ଏକ ବୋମା ବିପଦ ମେଲ ଆସିଥିଲା ​।

ଯେଉଁଥିରେ ଲେଖାଥିଲା ଯେ ସ୍କୁଲ କ୍ୟାମ୍ପସରେ ଅନେକ ବୋମା ଲଗାଯାଇଛି, ଯାହା ଲିଡ ଆଜାଇଡ (Pb (N3) 2) ବ୍ୟବହାର କରି ପ୍ରସ୍ତୁତ। ବୋମାଗୁଡିକ ବହୁତ ଛୋଟ ଏବଂ ଏହାକୁ ଲୁଚାଇ ରଖାଯାଇଛି। ଏହାର ବିସ୍ଫୋରଣ ଯୋଗୁଁ ଅନେକ ଲୋକ ଆହତ ହୋଇପାରନ୍ତି। ଏଥି ସହିତ ଇମେଲରେ ୩୦ ହଜାର ଡଲାରର ଟଙ୍କା ଦାବି କରାଯାଇଥିଲା।

ମେଲରେ ଲେଖା ହୋଇଛି- ‘ତୁମେ ସମସ୍ତେ ଏହାର ଯୋଗ୍ୟ’।

ମେଲରେ ଏହା ମଧ୍ୟ ଲେଖାଯାଇଛି, “ଏହି ବିସ୍ଫୋରଣଗୁଡିକ ବିଲ୍ଡିଂରେ ଅଧିକ କ୍ଷତି ପହଞ୍ଚାଇବ ନାହିଁ, କିନ୍ତୁ ବିସ୍ଫୋରଣ ଦ୍ୱାରା ଅନେକ ଲୋକ ନିଶ୍ଚିତ ଭାବେ ଆହତ ହେବେ। ତୁମେ ସମସ୍ତେ ଏହା ର ଯୋଗ୍ୟ। ଯଦି ମତେ 30 ହଜାର ଡଲାର ନ ଦିଆଯାଏ, ତେବେ ବିସ୍ଫୋରଣ ନିଶ୍ଚିତ ଅଟେ। “

ପୋଲିସ କଣ କହୁଛି?

ସମସ୍ତ ବିଦ୍ୟାଳୟରେ ପୋଲିସ ଏବଂ ଅଗ୍ନିଶମ ବିଭାଗର ଟିମ୍ ନିୟୋଜିତ ଅଛନ୍ତି ଏବଂ ତୀବ୍ର ଅନୁସନ୍ଧାନ ଚାଲିଛି। ପୋଲିସ ଆଶଙ୍କା କରୁଛି ଯେ ଏପର୍ଯ୍ୟନ୍ତ ମିଳିଥିବା ସମସ୍ତ ଧମକ ଭଳି ଏହି ଧମକ ମଧ୍ୟ ମିଥ୍ୟା ହୋଇପାରେ। ତଥାପି, ସମ୍ପୂର୍ଣ୍ଣ ଅନୁସନ୍ଧାନ ପରେ ଯେକୌଣସି ସିଦ୍ଧାନ୍ତରେ ପହଞ୍ଚିପାରିବ। ତଦନ୍ତରେ କୌଣସି ଅବହେଳା ହେବ ନାହିଁ। ବର୍ତ୍ତମାନ ସମସ୍ତ ପିଲା ନିରାପଦରେ ଅଛନ୍ତି ଏବଂ ବିଦ୍ୟାଳୟ ପରିଚାଳନା ଅଭିଭାବକମାନଙ୍କୁ ସୂଚନା ଦେଇଛି ଏବଂ ପିଲାମାନଙ୍କୁ ସ୍କୁଲରୁ ଘରକୁ ପଠାଇଛି।