ଓଡ଼ିଆ ଭଜନର ଉପହାସ ଉଡାଇ କରି ଗାଇଲେ ଏହି ଦୁଇ କଣ୍ଠଶିଳ୍ପୀ…

ବାଣୀକଣ୍ଠ ନିମାଇଁ ହରିଚନ୍ଦନଙ୍କ ପ୍ରସିଦ୍ଧ ଭଜନକୁ ତାତ୍ସଲ୍ୟ କଲେ ୨ ଜଣ ଗୀତିକାର । ଓଡ଼ିଆ ଭଜନର କଲେ ଉପହାସ। ଆସ ଆସ ମୋର ସରଗ ତାରା ଭଜନର ସ୍ବରକୁ କଦର୍ଯ୍ୟ କରି ଗାଇଲେ ହ୍ୟୁମାନ ସାଗର ଏବଂ ରୁକୁ ସୁନା । ଜଣେ ଭଜନକୁ କଦର୍ଯ୍ୟ କରି ଗାଉଥିବା ବେଳେ ଆଉ ଜଣେ ତାର ମଜା ନେଉଥିବା ଭିଡିଓ ଦେଖିବାକୁ ମିଳିଛି । ପ୍ରସିଦ୍ଧ ଓଡ଼ିଆ ଭଜନ ବ୍ୟଙ୍ଗ କରି ଗାଉଛନ୍ତି ରୁକୁ ସୁନା ।

ରୁକୁ ସୁନାଙ୍କ ଗୀତ ଶୁଣି ହସୁଛନ୍ତି ହ୍ୟୁମାନ୍ । ତେବେ ରୁକୁ ସୁନା ଜଣେ ସମ୍ବଲପୁରୀ କଣ୍ଠଶିଳ୍ପୀ ହୋଇଥିବା ବେଳେ ହ୍ୟୁମାନ ସାଗର ଜଣେ ପ୍ରସିଦ୍ଧ ଓଡିଆ କଣ୍ଠଶିଳ୍ପୀ ଅଟନ୍ତି ।

ଯାହାକୁ ନେଇ ଉଭୟଙ୍କ ନାଁରେ ଥାନାରେ ଏତଲା ଦିଆଯାଇଛି । ଭଜନ କଣ୍ଠରେ ଦ୍ବିଅର୍ଥ ବୋଧକ ଗୀତ ଗାଇ ବିବାଦରେ ରୁକୁ ସୁନା ।