ଓଡ଼ିଶାରେ ଏବେ କହିଲେ ମଲ । ଲାଗୁଛି ଓଡ଼ିଶାରେ ଗଣତନ୍ତ୍ରର ନୁହେଁ ରାଜତନ୍ତ୍ରର ଶାସନ ଚାଲିଛି । ଏଠି ସବୁ କର ମାଫ୍ । ହେଲେ ସରକାରଙ୍କ ବିରୋଧରେ ଗଲେ ପରିଣାମ ଭୋଗିବାକୁ ପ୍ରସ୍ତୁତ ରୁହ । ଏବେ ଲାଗୁଛି ଯେପରି ଓଡ଼ିଶାରେ ବ୍ୟକ୍ତିଗତ ସ୍ଵାଧୀନତା ଗଣମାଧ୍ୟମର ସ୍ବାଧୀନତା ସବୁ କିଛି ସରକାର ନିଜ ନାମରେ କରାଇ ନେଇଛନ୍ତି । ଏଠି ସରକାର ନିର୍ବାଚନ ମାଧ୍ୟମରେ ବନି ନାହାନ୍ତି ତ ଏହା ତାଙ୍କର ପାରିବାରିକ ସମ୍ପତ୍ତି ପରି ଲାଗୁଛି । ଯେତେବଳେ ଯାହା ତାଙ୍କୁ ଠିକ୍ ଲାଗିବ ସେତେବେଳେ ସେ ତାହା କରିବେ ।
ଏ କଥା ଆମେ କହୁନାହୁଁ ଆଜ୍ଞା । ଏହା ନିକଟରେ ଘଟିଥିବା ଏକ ଘଟଣା କହୁଛି । ଜଣେ ଆଦିବାସୀ ମହିଳା ସରକାରଙ୍କ ବିରୋଧରେ କହି ହରାଇଛନ୍ତି ନିଜ ଚାକିରୀ । ଦେଖିବାକୁ ଗଲେ ସେ ସରକାର ବିରୋଧୀ କୌଣସି କଥା କହି ନାହାନ୍ତି । ସେ ଯାହା ଉଚିତ୍ ଓ ନ୍ୟାୟ ସମ୍ମତ ତାହା ହିଁ କହିଛନ୍ତି । ସମସ୍ତଙ୍କ ପାଇଁ କହିଲେ ସିନା ଏବେ କିନ୍ତୁ ମହିଳା ଜଣକ ନିଜେ ଫସିଗଲେ ।
ହଁ ସରକାରଙ୍କ ସହ ପଙ୍ଗା ନେଇ ଯେତେବେଳ ନିଜ ଘର ଲୋକ ବାଦ ପଡ଼ି ନାହାନ୍ତି ସେତେବେଳେ ବା ଏ ସାଧାରଣ ମହିଳା କିପରି ବଞ୍ଚିଥାନ୍ତେ । ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକର ଭାରତୀ ସିଂହ ଜଣେ ଆଦିବାସୀ ମହିଳା ଅଟନ୍ତି । ଦୀର୍ଘ ଚାରି ବର୍ଷ ହେଲା ବ୍ୟାଙ୍କମିତ୍ର ଭାବେ କାମ କରୁଥିଲେ । ପୁର୍ବରୁ ଦୁଇ ଦୁଇ ଥର ନିଜର ଭଲ କାମ ପାଇଁ ପୁରସ୍କୃତ ମଧ୍ୟ ସେ ହୋଇଛନ୍ତି । ହେଲେ ଆଜି ହଠାତ୍ ପୁରସ୍କୃତ ହୋଇଥିବା ମହିଳା ଜଣକ ଖରାପ୍ ପାଲଟି ଯାଇଛନ୍ତି । ଚାକିରୀରୁ ନିଲମ୍ବିତ ହୋଇ ଏବେ ଘରେ ବସିଛନ୍ତି । ତାଙ୍କର ଭୁଲ କଣ ଥିଲା ଜାଣନ୍ତି । ସେ ନିଜ ହକ୍ ପାଇଁ ଲଢେଇ କରିବାକୁ ଆସି ସରକାର ଙ୍କ ବିରୋଧରେ ଅପ୍ରିୟ ସତ କଥା କହି ଦେଇଛନ୍ତି । ଯାହା ପରେ ସରକାର ବି ଚୁପ୍ ବସିନାହିଁ । ଲୋକଙ୍କ ଠାରୁ ପାଇଥିବା ପାୱାରକୁ ଲୋକଙ୍କୁ ଦେଖାଇ ଏବେ ଡରାଉଛନ୍ତି ସରକାର । ପାଣ୍ଡୀଆନ ଙ୍କ ବିରୋଧୀ ଭାଷଣର ପରିଣତି ଭୋଗୁଛନ୍ତି ମହିଳା ଜଣକ ।
ଦେଖନ୍ତୁ ଭିଡିଓ :-
ମହିଳା ଜଣକ ବାସ୍ ଏତିକି କହିଥିଲେ ଯେ ପାଣ୍ଡୀଆନ ସବୁ ସ୍ଥାନ ବୁଲି ଯେଉଁ ଅର୍ଥ ବ୍ୟୟ କରୁଛନ୍ତି ସେହି ଅର୍ଥ ଯଦି ସେ ଗରିବ କଲ୍ୟାଣ ନିମନ୍ତେ ଲଗାନ୍ତେ ତେବେ ପ୍ରକୃତରେ ସମସ୍ତେ ଉପକୃତ ହୁଅନ୍ତେ । ଏ ଯୋଜନା ସେ ଯୋଜନା କହି ଲୋକଙ୍କୁ ନ ଭଣ୍ଡାଇ ଯଦି ସତରେ କିଛି କରିବାର ଅଛି ତେବେ କରିକି ଦେଖନ୍ତୁ । ଏମିତି କହି ହେଲେ କିଛି ହେବ ନାହିଁ । ଏହାକୁ ପୁରା ପୁରି ଦେହକୁ ନେଇ ଯାଇଛନ୍ତି ପାଣ୍ଡୀଆନ । ନହେଲେ କଣ ସେ ଗରିବ ମହିଳା ଟିର ଚାକିରି ନେବାର ଦୁସାହାସ କରିଥାନ୍ତେ ।