ଦେଖନ୍ତୁ ଭିଡ଼ିଓ: କାନ୍ଦି କାନ୍ଦି ଯୁବତୀ କହିଲେ “ମୁଁ ଟିଉସନ୍ ଯିବା ବେଳେ, ମୋ ପାଟି କୁ ଚାପି ଧରି ମୋ ସହ କଲା ଦୁଷ୍କର୍ମ ଏବଂ…”

ଏକତରଫା ପ୍ରେମକୁ ନେଇ ଦିନକୁ ଦିନ ଖବର ଶୁଣିବାକୁ ମିଳୁଛି । ଏହାରି ଭିତରେ ଆଉ ଏକ ଘଟଣା ସାମନା କୁ ଆସିଛି । ଆଜି ର ଯୁବ ପିଢ଼ି ଏକତରଫା ପ୍ରେମ କରି ଏପରି କିଛି କାଣ୍ଡ ଘଟାଉଛନ୍ତି ଯାହାକୁ ଆପଣମାନେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ । ଆଜି ଆମେ ବାଲେଶ୍ଵର ଜିଲ୍ଲାର ଜଳେଶ୍ବର ପଞ୍ଚାୟତର ନାମ୍ପୋ ଗାଁ ବିଷୟ ରେ କହିବାକୁ ଯାଉଛୁ ।ଏଠାରେ ଜଣେ ନାବାଳିକା ସହିତ ଅସଦାଚରଣ କରାଯାଇଛି । ଯେଉଁଥିପାଇଁ ନାବାଳିକା ଜଣକ ଥାନାର ଦ୍ବାରସ୍ଥ ହୋଇଛି । କିଛି ଭୁଲ ନ ଥାଇ ମଧ୍ୟ ଆଜି କମ୍ ବୟସର ସେ ଝିଅକୁ ମିଳିଛି ଶାସ୍ତି ।

ସୂଚନା ଅନୁସାରେ ନାମ୍ପୋ ଗ୍ରାମରେ ଜଣେ ନାବାଳିକା ଝିଅ କୁ ଗତ ୨୦୧୯ ମସିହାରେ ସେହି ଗ୍ରାମର ଜଣେ ଯୁବକ ପ୍ରେମ ନିବେଦନ କରିଥିଲେ । ହେଲେ ସେତେବେଳେ ଝିଅଟି ସିଧା ସିଧା ମନା କରି ଦେଇଥିଲା । ଯୁବକ ଜଣକ ସେବେଠାରୁ ବାରମ୍ବାର ତାକୁ ପ୍ରେମ ନିବେଦନ କରି ଆସୁଛି । ତାଙ୍କ ପରିବାରରେ ମଧ୍ୟ ଏ କଥାକୁ ଜଣାଇଥିଲା । କିନ୍ତୁ ଝିଅର ପରିବାର ଲୋକେ ଏହି ପ୍ରସ୍ତାବକୁ ଗ୍ରହଣ କରିନଥିଲେ । ସେମାନେ ନିଜ ଝିଅକୁ ଜଗିବାକୁ ଆରମ୍ଭ କଲେ ।

ଏହି କିଛି ଦିନ ତଳେ ଗଣେଶ ପୂଜା ହୋଇଥିଲା । ଝିଅଟି ନିଜ ସାଙ୍ଗ ସହିତ ବଜାରକୁ କିଣା କିଣି କରିବା ପାଇଁ ଯାଇଥିଲା ଓ ବଜାରରେ ସେହି ଯୁବକ ସହିତ ତାର ଦେଖା ହୋଇଥିଲା । ଯୁବକ ଜଣକ ସେଠାରେ ଝିଅଟିକୁ ଟଣା ଓଟରା କରିଥିଲା ଓ ତାକୁ ଉଲଗ୍ନ କରି ମାରିବାକୁ ଆରମ୍ଭ କରିଥିଲା ।

ଦେଖନ୍ତୁ ଭିଡିଓ :-

ଏହା ପରେ ସେଠାରେ ଉପସ୍ଥିତ ଥିବା ଲୋକମାନେ ଝିଅଟିକୁ ରକ୍ଷା କଲେ ଓ ଯୁବକ ଜଣକୁ ଧରିପକାଇଥିଲେ । ଝିଅର ବାପା ଆସି ସେଠାରେ ତାଙ୍କ ଝିଅକୁ ଘରକୁ ନେଇଯାଇଥିଲେ । ଏହା ପରେ ଯୁବକ ଜଣକ ସେ ସ୍ଥାନରୁ ଖସି ପଳାଇ ଯାଇଥିଲା । ପରେ ଏ ବିଷୟରେ ଝିଅର ବାପା ଥାନାରେ ଅଭିଯୋଗ କରିଛନ୍ତି । ଖୁବ୍ ଶୀଘ୍ର ଦୋଷୀକୁ ଧରାଯିବ ଏବଂ ଅଭିଯୁକ୍ତକୁ ଉପଯୁକ୍ତ ଦଣ୍ଡ ଦେବା ପାଇଁ ଗ୍ରାମବାସିମାନେ ଦାବି କରିଛନ୍ତି ।