ଯେକୌଣସି ମହିଳାଙ୍କ ଜୀବନରେ ସବୁଠାରୁ ଖୁସିର ମୁହୂର୍ତ୍ତ ହେଉଛି ଗର୍ଭବତୀ ହେବା । ତଥାପି ପ୍ରଥମ ଥର ଗର୍ଭବତୀ ହେବା ସମୟରେ ମହିଳାମାନଙ୍କ ମନରେ ଅନେକ ପ୍ରକାରର ପ୍ରଶ୍ନ ଆସିଥାଏ । ଏହି ପ୍ରଶ୍ନଗୁଡିକ ମଧ୍ୟରୁ ଗୋଟିଏ ହେଉଛି ‘ଗର୍ଭାବସ୍ଥା ସମୟରେ ଶାରୀରିକ ସମ୍ପର୍କ ରଖିବା ନିରାପଦ କି ?’ ଏବଂ ଦ୍ୱିତୀୟ ପ୍ରଶ୍ନ ହେଉଛି ‘ପ୍ରସବ ପରେ କେତେ ଦିନ ପର୍ଯ୍ୟନ୍ତ ଆମେ ଯୌନ ସମ୍ପର୍କ ରଖିବା ଉଚିତ୍ ନୁହେଁ ?’ ଆଜି ଆମେ ଆପଣଙ୍କୁ ଏହି ଦୁଇଟି ପ୍ରଶ୍ନର ଉତ୍ତର ଦେବୁ ।
ତେବେ ଆପଣ ଜାଣିରଖନ୍ତୁ ଯେ ଆମ ଦ୍ୱାରା ଦିଆଯାଇଥିବା ସୂଚନା ଅନଲାଇନରେ ଉପଲବ୍ଧ ସୂଚନା ଉପରେ ଆଧାରିତ । ଏହା କେବଳ ଏକ ସାଧାରଣ ଜ୍ଞାନ ପାଇଁ । ପ୍ରତ୍ୟେକ ରୋଗୀର ଗର୍ଭଧାରଣ ସ୍ଥିତି ଅଲଗା ଅଟେ । ତେଣୁ ଉତ୍ତର ମଧ୍ୟ ସମସ୍ତଙ୍କ ପାଇଁ ଠିକ ନହୋଇପାରେ । ତେଣୁ କିଛି ନିଷ୍ପତ୍ତି ନେବା ପୂର୍ବରୁ, ଆପଣଙ୍କୁ ଥରେ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଉଚିତ ।
ପ୍ରସବ ପରେ କେବେ ରଖିବେ ସମ୍ବନ୍ଧ :-
ଆପଣ ସମସ୍ତେ ଜାଣନ୍ତି ଯେ ଡେଲିଭରି ଅର୍ଥାତ ପ୍ରସବ ଦୁଇ ପ୍ରକାରର ହୋଇଥାଏ । ପ୍ରଥମଟି ସାଧାରଣ ପ୍ରସବ ଏବଂ ଦ୍ୱିତୀୟ ଟି ସର୍ଜରି ଵାଲା ପ୍ରସବ । ତେବେ ଜାଣି ରଖନ୍ତୁ ଯେ ପ୍ରସବ ପରେ ମହିଳାଙ୍କ ଶରୀର ସୁସ୍ଥ ହେବା ପାଇଁ କିଛି ସମୟ ଲାଗେ । ସେଥିପାଇଁ ଆପଣ ପ୍ରସବ ପରେ ତୁରନ୍ତ ଯୌନ ସମ୍ପର୍କ ରଖିବା ଉଚିତ ନୁହେଁ ।
ସାଧାରଣ ପ୍ରସବ କରିବାର ଦେଢ଼ ରୁ ଦୁଇ ମାସ ପରେ ହିଁ ଯୌନ ସମ୍ପର୍କ ରଖିବା ପାଇଁ ପରାମର୍ଶ ଦିଆଯାଏ । ଅନ୍ୟପକ୍ଷରେ ସର୍ଜରି ପ୍ରସବରେ ତିନିରୁ ଚାରି ମାସ ପରେ ହିଁ ସମ୍ପର୍କ ସ୍ଥାପନ କରିବାକୁ କୁହାଯାଇଥାଏ । କାରଣ ସର୍ଜରି ହେତୁ ମହିଳାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଏତେ ଭଲ ନଥାଏ । ସିଲେଇ ସ୍ଥାନ ଶୁଖିବା ପାଇଁ ସମୟ ଲାଗେ ।
ଗର୍ଭାବସ୍ଥା ସମୟରେ ଯୌନ ସମ୍ପର୍କ କେତେ ସୁରକ୍ଷିତ ?
ଏହି ପ୍ରଶ୍ନର ଉତ୍ତର ଟିକିଏ ଅଲଗା ଅଟେ । ଏହା ଅନେକ ଜିନିଷ ଉପରେ ନିର୍ଭର କରେ । କେତେକ କ୍ଷେତ୍ରରେ ଗର୍ଭଧାରଣ ଆରମ୍ଭ ହେବାର 5 ମାସ ପରେ ହିଁ ସେକ୍ସ କରିବା ସୁରକ୍ଷିତ ବୋଲି ବିବେଚନା କରାଯାଏ । ଜଣ ଜଣଙ୍କ କ୍ଷେତରେ ଆଦୌ ସମ୍ପର୍କ ନରଖିବାକୁ ପରାମର୍ଶ ଦିଆଯାଏ ।
ବାସ୍ତବରେ ଗର୍ଭାବସ୍ଥା ବେଳେ ଶାରୀରିକ ସମ୍ପର୍କ ରଖିବା ପାଇଁ ଅନେକ ସତର୍କତା ଅବଲମ୍ବନ କରିବାକୁ ପଡିବ । ଯେପରିକି ପ୍ରୋଟେକ୍ସନ (କଣ୍ଡୋମ) ର ବ୍ୟବହାର କରିବା, ଯାହାଫଳରେ ଗର୍ଭବତୀ ମହିଳାଙ୍କର କୌଣସି ସଂକ୍ରମଣ ପରିସ୍ଥିତି ସୃଷ୍ଟି ନହେବା । ଏହାସହ ପୋଜିସନ୍ ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ‘On the top’ ପୋଜିସନ ସବୁଠାରୁ ସୁରକ୍ଷିତ ଅଟେ ।
ଯଦି ମହିଳାଙ୍କର ରକ୍ତସ୍ରାବ ହେଉଛି କିମ୍ବା ପେଟ ଯନ୍ତ୍ରଣା ହେଉଛି କିମ୍ବା ପୂର୍ବରୁ ସେ ଗର୍ଭପାତ କରିଛନ୍ତି, ତେବେ ଏହି ପରିସ୍ଥିତିରେ ଗର୍ଭଧାରଣ ସମୟରେ ସେକ୍ସ କରିବା ଉଚିତ୍ ନୁହେଁ ।
ଯଦି କୌଣସି ମହିଳାଙ୍କ ଗର୍ଭ ଦୁର୍ବଳ ଏବଂ ତାର ପେଲଭିକ୍ ଫ୍ଲୋର୍ ଶିଶୁ ଏବଂ ସେକ୍ସକୁ ଏକାସାଥିରେ ସପୋର୍ଟ କରିବାରେ ସକ୍ଷମ ନୁହେଁ ତେବେ ଏହି କ୍ଷେତ୍ରରେ ସେକ୍ସ କରିବା ଉଚିତ୍ ନୁହେଁ । ମୋଟ ଉପରେ କହିବାକୁ ଗଲେ, ଯଦି ଆପଣ ଗର୍ଭାବସ୍ଥା ସମୟରେ କିଛି ଅସୁବିଧାକୁ ଏଡାଇବାକୁ ଚାହାଁନ୍ତି, ତେବେ ଯୌନ ସମ୍ପର୍କ ନରଖବା ଠିକ ହେବ । କିନ୍ତୁ ଯଦି ଆପଣ ଏହା କରିବାକୁ ଚାହୁଁଛନ୍ତି, ତେବେ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ । ଏହା ଆପଣଙ୍କ ପାଇଁ ନିରାପଦ କି ନୁହେଁ ତାହା ସେ କହିପାରିବେ ।