ଆଧୁନିକତା ଏବେ ମୁଣ୍ଡରେ ଚଢ଼ି ନାଚ କରିବାରେ ଲାଗିଛି । ଆମ ଦେଶ ହେଉଛି କଳା ସଂସ୍କୃତିର ଦେଶ । ବେଳେ ବେଳେ ଆମ ଆଖ ପାଖରେ ଏମିତି ସବୁ ଘଟଣl ଦେଖିବାକୁ ମିଳେ, ଯାହା ଆପଣ କେବେ ଭାବି ନଥିବେ କି ଦେଖି ନଥିବେ । ସେହିପରି ଏକ ଘଟଣା ଶୁଣିବାକୁ ମିଳିଛି ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଆଜି କାଲିର ସମାଜ ଆଉ ଆଗପରି ନାହିଁ । ସମାଜ ଆଗ ଅପେକ୍ଷା ବହୁତ ବଦଳି ଗଲାଣି । ଆମ ସଭ୍ୟ ସଜରେ ଏମିତି କିଛି ଅସଭ୍ୟ କାଣ୍ଡ କାରନାମା ଦେଖିବାକୁ ମିଳୁଛି ଯାହା ସମାଜକୁ କଳୁଷିତ କରିସାରିଲାଣି । ଆମ ସମାଜରେ ଏବେ ନାରୀମାନେ ଏତେ ତଳକୁ ଖସି ଗଲେଣି ଯାହା ବିଶ୍ଵାସ କରି ହେବ ନାହିଁ ।
ବିଭିନ୍ନ ପ୍ରକାର କୁକାର୍ଯ୍ଯ କରିବା ସହ ପେଟ ଛାତି ଦେଖାଇ ଭିଡିଓ କରୁଛନ୍ତି । ଏନେଇ ଗଜପତି କହିଛନ୍ତି ଯେ ଆଜି କାଲି ଯାହା ତାହା ଡ୍ରେସ ପିନ୍ଧୁଛନ୍ତି ଏମାନେ ସବୁ ଗୋଟେ ଗୋଟେ ଗାଲୁଆ, ଗାଲୁଆଙ୍କ ବାରବାଟୀ ଚାଷ ବୋଲି କହିଛନ୍ତି । ଗୋଟେ ଗରିବ ଘରର ଝିଅ କି ମଧ୍ୟବିତ୍ତ ପରିବାରର ଝିଅ କେବେ ଏମିତି ଡ୍ରେସ ପିନ୍ଧିକି ମନ୍ଦୀର ଯିବନି ।ତେବେ ଆଗ ଭଳି ଏସବୁ ଛୋଟ ଡ୍ରେସ ପିନ୍ଧା ନଥିଲା ଏବେ ଯୁଗ ବଦଳି ଗଲାଣି । ତେବେ ଶାଢ଼ୀ ଠୁଁ ଡ୍ରେସ ଭଲ, ଶାଢ଼ୀରେ ଅଙ୍ଗପ୍ରତ୍ୟଙ୍ଗ ଦେଖାଯାଏ ମାତ୍ର ଡ୍ରେସରେ ସବୁ ଲୁଚିକି ରହେ । ମାତ୍ର ଏବେ ଯେଉଁ ଡ୍ରେସ ପିନ୍ଧୁଛନ୍ତି ଲୁଚାଇବା ବଦଳରେ ଅଧିକ ଦେଖାଉଛନ୍ତି ।
ତେବେ ଏସବୁ ଆରମ୍ଭ ହୋଇଛି ବଡ଼ ବଡ଼ ଧନୀ ଲୋକଙ୍କ ଠାରୁ । ସେମାନେ ଗଲା ପରେ ଏହି ଝିଅମାନେ ତାଙ୍କଠୁ ଶିଖୁଛନ୍ତି । ଏସବୁ ଭିତରେ ଆମ ସମାଜ ପରିବେଶ କଳୁଷିତ ହେଉଛି । ତେଣୁ ଏସବୁ ବନ୍ଦ ହେଲେ ଯାଇ ଆମ ସମାଜ ଉପରେ ଭଲ ପ୍ରଭାବ ପକାଇବ । ଆଜି କାଲି ଝିଅ ବୋହୂମାନେ ଏତେ ତଳକୁ ଖସି ଗଲେଣି ସେମାନେ ପାର୍ଟି କ୍ଳବ୍ କୁ ଯେଉଁ ଡ୍ରେସ ପିନ୍ଧିକି ଯାଉଛନ୍ତି ମନ୍ଦିରକୁ ବି ସେଇ ଡ୍ରେସ ପିନ୍ଧି ଚାଲି ଆସୁଛନ୍ତି । ତାଙ୍କ ମୁଣ୍ଡରେ ଜ୍ଞାନ ଗୋଚର ନଥାଏ ଯେ ମୁଁ ପାର୍ଟିକୁ ଯାଉଚି ନା ମନ୍ଦିରକୁ ଯାଉଛି । ତାଙ୍କର ଖାଲି ଗୋଟିଏ ଉଦେଶ୍ୟ ଆମେ କେମିତି ଆମ ଡ୍ରେସକୁ ସୋ କରେଇବୁ । ଶିବ ମନ୍ଦିରରେ ଶିବଙ୍କ ପାଖରେ ପାର୍ବତୀ ନାହାନ୍ତି,ତାଙ୍କ ସ୍ତ୍ରୀଙ୍କୁ ତାଙ୍କ ପାଖରେ ରଖି ନାହାଁନ୍ତି ।
ଦେଖନ୍ତୁ ଭିଡିଓ :-
ଆଉ ଶିବ ମନ୍ଦିରକୁ ଚୁଟି ଖୋଲା କରି ଲିପଷ୍ଟିକ୍ ଲଗେଇକି ଯିବା କଥା ନୁହେଁ । ସେ କହିଛନ୍ତି ଯେ ଯଦି ତୁମ ମନରେ ଭକ୍ତି ଅଛି ତାହେଲେ ଭଲ ପୋଷାକ ପରିଧାନ କରି ଦର୍ଶନ କରନ୍ତୁ । ନହେଲେ ଏମିତି ଡ୍ରେସ ପିନ୍ଧି ଯିବା ଅପେକ୍ଷା ଗୋଟେ କାମ କର ଲଙ୍ଗଳା ହୋଇ ଚାଲିଯାଅ । ସେ କହିଛନ୍ତି ଯେ ଆମ ଓଡ଼ିଶା ଝିଅ ଟିକେ ଶାଳୀନତା ଥିଲେ ଯେତେବେଳେ ବଙ୍ଗାଳୀ ପଶି ଆସିଲେ ତାଙ୍କୁ ଦେଖି ଆହୁରି ଉଦ୍ଧତ ହେଲେ, କିନ୍ତୁ ବାହାର ଦେଶରେ ଦେଖିବେ ତାଙ୍କ ଝିଅ ମହିଳା ମାନେ ଜଗନ୍ନାଥ ପ୍ରେମୀ, ପୁଜା କରୁଛନ୍ତି ହେଲେ ଆମ ଓଡ଼ିଶାରେ ଆଉ ସେସବୁ ସଭ୍ୟତା ନାହିଁ ।