200 ବର୍ଷ ପରେ ରାକ୍ଷୀପୂର୍ଣ୍ଣିମାରେ ବନୁଛି ଶୁଭ ସଂଯୋଗ, ଏହି ୩ ରାଶିର ଲୋକେ ପାଇବେ ଶୁଭଫଳ, ଆରମ୍ଭ ହେବ ଭଲ ଦିନ

ଚଳିତ ବର୍ଷ ଭଦ୍ରାକାଳ ପଡୁଥିବା ହେତୁ ଦୁଇ ଦିନ ଧରି ପାଳିତ ହେବାକୁ ଯାଉଛି ରାକ୍ଷୀ ପୂର୍ଣ୍ଣିମା । ଏ ନେଇ ଜ୍ୟୋତିଷମାନେ ରଖିଛନ୍ତି ମତ । ଅଗଷ୍ଟ 30 ଓ 31 ଚଳିତ ବର୍ଷ ଦୁଇ ଦିନ ଧରି ରାକ୍ଷୀ ଉତ୍ସବ ପାଳିତ ହେବାକୁ ଯାଉଛି । ଅଗଷ୍ଟ 30 10:58 ମିନିଟରୁ ଅଗଷ୍ଟ 31 7:05 ମିନିଟ ମଧ୍ୟରେ ରହିଛି ରକ୍ଷା ପୂର୍ଣ୍ଣମୀ ତିଥି । ମାତ୍ର ଏଥି ମଧ୍ୟରେ ଶୁଭ ସମୟର ସୀମା ରହିଛି ବହୁତ୍ କମ୍ । 30 ଅଗଷ୍ଟରେ ଶୁଭ ମୂହୁର୍ତ୍ତ ରହିଛି ରାତ୍ର ୯ ଘଟିକା ପରେ । ୩୧ ଅଗଷ୍ଟରେ ରାକ୍ଷୀ ବାନ୍ଧିବାର ଶୁଭ ମୁହୂର୍ତ୍ତ ରହିଛି ସକାଳ ୭ ଟା ଯାଏଁ ।

ଶାସ୍ତ୍ର ଅନୁଯାୟୀ ଏଥର ରକ୍ଷା ବନ୍ଧନ ତିଥିରେ ପଡୁଛି ଭଦ୍ରାକାଳ । ଯେଉଁ ମୁହୂର୍ତ୍ତରେ ରକ୍ଷା ବନ୍ଧନ ଶୁଭ ନୁହେଁ । ଶାସ୍ତ୍ର ଅନୁସାରେ ଏଥର ଭଦ୍ରାକାଳ ସମୟ 30 ଅଗଷ୍ଟ ସକାଳ 10:58 ମିନିଟରୁ ଆରମ୍ଭ ହୋଇ ରାତ୍ରି 9:1 ମିନିଟରେ ଶେଷ ହେବ ଏବଂ ସନ୍ଧ୍ୟା 5:30 ରୁ 6:30 ପର୍ଯ୍ୟନ୍ତ ଭଦ୍ରକୁଞ୍ଜ ରହିବ । ଚଳିତ ବର୍ଷ ଭଦ୍ରାକାଳ ହେତୁ ଦୁଇ ଦିନ ଧରି ପାଳିତ ହେବ ରାକ୍ଷୀ ପୂର୍ଣ୍ଣିମା । ଶୁଭ ମୂହୁର୍ତ୍ତ ଦେଖି ରାକ୍ଷୀ ବାନ୍ଧିବାକୁ ଜ୍ୟୋତିଷଙ୍କ ଦ୍ଵାରା ପରାମର୍ଶ ଦିଆଯାଇଛି ।

ଅନ୍ୟପଟେ ଜ୍ୟୋତିଷମାନେ ମତ ଦେଇଛନ୍ତି ଯେ ଏହି ରାକ୍ଷୀ ପୂର୍ଣ୍ଣିମା ଅତି ଦୁର୍ଲ୍ଲଭ ଅଟେ । ପ୍ରାୟ ୨୪ ବର୍ଷ ପରେ ଏହି ଦିନ ରବି ଯୋଗ ସହିତ ଶତାଭିଶା ନକ୍ଷତ୍ର ଓ ବୁଦ୍ଧାଦିତ୍ୟ ଯୋଗର ସଂଯୋଗ ସୃଷ୍ଟି ହେବ । ଯାହା 3 ଟି ରାଶି ପାଇଁ ଅତ୍ୟନ୍ତ ଶୁଭ ହେବ । ଯାହା ସେମାନଙ୍କୁ ଧନ ଓ ସମୃଦ୍ଧିରେ ପରିପୂର୍ଣ୍ଣ କରିଦେବ । ଆସନ୍ତୁ ଜାଣିବା କଣ ରହିଛି ଏହି 3 ଟି ରାଶି ।

ସିଂହ : ସିଂହ ରାଶିର ଲୋକମାନଙ୍କ ପାଇଁ ଏହା ଶୁଭ ରହିବ । ଭାଗ୍ୟରେ ପରିବର୍ତ୍ତନ ଦେଖାଦେବ । ଧନ ବଢିବା ସହ କାର୍ଯ୍ୟ ଫଳପ୍ରଦ ହେବ ।

ମିଥୁନ : ରକ୍ଷାବନ୍ଧନ ଠାରୁ ଏହି ରାଶିଧାରୀ ଲୋକମାନଙ୍କର ଧନରେ ବୃଦ୍ଧି ହେବ । ଟଙ୍କା ସଞ୍ଚୟ କରିବେ ପିତାର ସମ୍ପତ୍ତିରୁ ଲାଭ ମିଳିପାରେ ।

ଧନୁ :‌‌ ଧନୁ ରାଶିର ଲୋକମାନଙ୍କ ପାଇଁ ଏହା ଅତ୍ୟନ୍ତ ଲାଭଦାୟକ ରହିବ । ବାହ୍ୟ ସୂତ୍ରରୁ ଧନ ଉପାର୍ଜନ କରିବେ । ଚାକିରୀ କ୍ଷେତ୍ରରେ ଧନବାନ ହେବେ ।

ଆହୁରି ପଢନ୍ତୁ :- ଭଉଣୀ ମାନେ ଭୁଲରେ ମଧ୍ୟ ଏହି ସମୟରେ ବାନ୍ଧନ୍ତୁ ନାହିଁ ରାକ୍ଷୀ, ନହଲେ ଭାଇ ଉପରେ ଆସିଯିବ ମହା ବିପତ୍ତି