ଦେଖନ୍ତୁ ଭିଡିଓ: ରାତିରେ ଶୋଇ ନ ପାରି ରାତି ଅଧରେ ବର୍ଷାଙ୍କୁ ଭଲକି ଶୁଣେଇଦେଲେ ଅନୁଭବ ମହାନ୍ତି

ପୁଣି ସାମ୍ନାକୁ ଆସିଲା ଓଲିଉଡ ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ନୂଆ ଭିଡିଓ । ଏହି ଭିଡିଓରେ ଅନୁଭବ କହିଛନ୍ତି ବର୍ଷା, ଏହା କେବଳ ଆପଣଙ୍କ ପାଇଁ । ପତ୍ନୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଉଦ୍ଦେଶ୍ୟରେ ସେ ଭାବବିହ୍ୱଳ ହୋଇ କହିଛନ୍ତି, ମୋ ପରିବାରର କେହି ଭଲ ନାହାନ୍ତି । ରାତି ରାତି କେହି ଶୋଇପାରୁ ନାହାନ୍ତି ।

ମଙ୍ଗଳବାର ସକାଳେ ଅନୁଭବ ମହାନ୍ତି ନିଜ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓଟି ସେ ଖାସ୍ ବର୍ଷା ପ୍ରିୟଦର୍ଶିନୀଙ୍କ ପାଇଁ ସୁଟ୍ କରିଥିବା ସ୍ପଷ୍ଟ ଭାବେ କହିଛନ୍ତି । ଅନୁଭବ କହିଛନ୍ତି, “ବର୍ଷା ପ୍ରିୟଦର୍ଶିନୀ ମ୍ୟାଡାମ ଏହି ଭିଡିଓଟି ମୁଁ କେବଳ ଆପଣଙ୍କ ପାଇଁ ସୁଟ କରିଛି । ଆପଣଙ୍କୁ ଅପମାନିତ କରିବା କିମ୍ବା ଚରିତ୍ରସଂହାର କରିବାର ମୋର କୌଣସି ଉଦ୍ଦେଶ୍ୟ ନାହିଁ । ମୋ ବାପା ସମ୍ପୂର୍ଣ୍ଣ ଅସୁସ୍ଥ ହୋଇପଡ଼ିଛନ୍ତି । ଚିନ୍ତାରେ ଆମ ପରିବାର ଲୋକଙ୍କ ନିଦ ହଜି ଯାଇଛି । ଏଭଳି ସମୟରେ ଜଣେ ଭଲ ମଣିଷ ହିସାବରେ ଆପଣ ଛାଡ଼ପତ୍ରକୁ ସ୍ଵୀକାର କରନ୍ତୁ ।”

ଏପରି ସ୍ଥଳେ ତାଙ୍କ ଦାମ୍ପତ୍ୟ ଝଗଡା ପୂରା ପରିବାର ଲାଗି ଆହୁରି ସମସ୍ୟା ସୃଷ୍ଟି କରିଛି । ବର୍ଷା ନିଜଆଡୁ ଛାଡ଼ପତ୍ର ଆବେଦନକୁ ଗ୍ରହଣ କରିନେବାକୁ ସୋସିଆଲ ମିଡ଼ିଆ ଜରିଆରେ ପୁଣିଥରେ ଅପିଲ କରିଛନ୍ତି ଅନୁଭବ । ତେବେ ଏଭଳି ଏକ ସ୍ପର୍ଶକାତର ପ୍ରସଙ୍ଗକୁ ମିଡ଼ିଆ ସମ୍ବେଦନତାର ସହ ଗ୍ରହଣ କରୁ, ନାକି ଏହାକୁ ନେଇ ତମାସା ସୃଷ୍ଟି କରୁ ବୋଲି ଅନୁଭବ ଭିଡିଓ ଜରିଆରେ ଜଣାଇଛନ୍ତି ।

ଦେଖନ୍ତୁ ଭିଡିଓ :-

ଷ୍ଟାର ଯୋଡ଼ି ଅନୁଭବ-ବର୍ଷାଙ୍କ ମାମଲା ଏବେ ବି କୋର୍ଟରେ ବିଚାରଧୀନ ଅଛି । ସେମାନଙ୍କ ବିବାହ ବିଚ୍ଛେଦକୁ ନେଇ କୌଣସି ଚୂଡାନ୍ତ ରାୟ କୋର୍ଟ ଦେଇ ନାହାନ୍ତି । ଏସବୁ ଭିତରେ ବି ଅନେକ ସମୟରେ ଉଭୟଙ୍କ ମଧ୍ୟରେ ସୋସିଆଲ ମିଡିଆରେ ଫାଇଟ ଲାଗି ରହିଥାଏ । କେତେବେଳେ ଟୁଇଟକୁ ନେଇ ତ କେତେବେଳେ ବାଇଟକୁ ନେଇ ଉଭୟଙ୍କ ମଧ୍ୟରେ ଚାଲିଥିବା ଫାଇଟ ଚର୍ଚ୍ଚାର ଖୋରାକ ଯୋଗାଇଥାଏ ।