ରିଲ୍ସ କଲାବେଳେ ଘଟିଲା ଅଘଟଣ! ପୋଖରୀରେ ବୁଡ଼ିଗଲେ ୨ ଯୁବକ…

ଖୋର୍ଦ୍ଧା ତାପଙ୍ଗ ଅଞ୍ଚଳରେ ଘଟିଛି ଅଘଟଣ। ୪ ଜଣ ସାଙ୍ଗ ତାପଙ୍ଗ ବୁଲି ଆସିଥିବା ବେଳେ ଅଘଟଣ ଘଟିଥିବା ସୂଚନା ମିଳିଛି। ରିଲ୍ସ କଲାବେଳେ ୨ଜଣ ଯୁବକ ଖଣି ପୋଖରୀରେ ବୁଡ଼ି ଯାଇଥିଲେ।

ଘଟଣାସ୍ଥଳରେ ଓଡ୍ରାଫ ଟିମ ଏବଂ ସ୍କ୍ବ୍ୟବା ଡ୍ରାଇଭର ପହଞ୍ଚି ଅତ୍ୟାଧୁନିକ ବୈଷୟିକ ପ୍ରଯୁକ୍ତିବିଦ୍ୟା ପ୍ରୟୋଗ ଜଣଙ୍କୁ ଜୀବିତ ଅବସ୍ଥାରେ ଉଦ୍ଧାର କରିଛନ୍ତି। ନିଖୋଜ ଯୁବକଙ୍କୁ ଖୋଜିବା ପ୍ରକ୍ରିୟା ଜାରି ରଖିଛନ୍ତି।

ଅପରପକ୍ଷରେ ତାପଙ୍କ ବୁଲିବାକୁ ଆସିଥିବା ଅନ୍ୟ ସାଙ୍ଗଙ୍କୁ ପୁଲିସ ଅଟକ ରଖି ପଚାର ଉଚୁରା କରୁଛି। ଅଟକ ଥିବା ସାଙ୍ଗଙ୍କ ମଧ୍ୟରୁ ଜଣେ ଅଣ ଓଡ଼ିଆ ଯୁବତୀ ଥିବା ସୂଚନା ମିଳିଛି।