ଶାସ୍ତ୍ରରେ ଫୁଲ ତୋଳିବାକୁ ନେଇ ଏପରି କିଛି ନିୟମ ନାହିଁ। କିନ୍ତୁ ପଣ୍ଡିତମାନଙ୍କ ଅନୁଯାୟୀ ଫୁଲକୁ ଆମେ ଗାଧୋଇବା ପରେ ବି ତୋଳିପାରିବା କିମ୍ବା ନ ଗାଧୋଇ ମଧ୍ୟ ତୋଳି ପାରିବା।
ଗାଧୋଇ ସାରି ଫୁଲ ତୋଳିବା ପାଇଁ ସମୟର ଅସୁବିଧା ହୋଇଥାଏ। ତେଣୁ ଆମେ ନ ଗାଧୋଇ କି ଫୁଲ ତୋଳିଥାଉ। କିନ୍ତୁ ଫୁଲ ତୋଳିବା ବେଳେ କିଛି ନିୟମ ରହିଛି, ଯାହା ପାଳନ କରିବା ଉଚିତ।
ଫୁଲ ତୋଳିବାର ନିୟମ :
ଯଦି ଆପଣ ନ ଗାଧୋଇ ଫୁଲ ତୋଳିବାକୁ ଯାଆନ୍ତି, ତେବେ ମନେ ରଖନ୍ତୁ ଯେ ରାତ୍ରିରେ ପିନ୍ଧି ଶୋଇଥିବା ବସ୍ତ୍ର ପରିଧାନ କରି କେବେ ଫୁଲ ତୋଳିବା ଉଚିତ ନୁହେଁ।
ରାତ୍ରି ୨ ଟା ରୁ ୩ ଟା ମଧ୍ୟରେ କଦାପି ଫୁଲ ତୋଳିବେ ନାହିଁ। ସକାଳ 4.30 ପରେ ଫୁଲ ତୋଳିପାରିବେ।
ତଳେ ପଡିଥିବା ଫୁଲକୁ ଆଣି କେବେ ବି ଠାକୁରଙ୍କୁ ଅର୍ପଣ କରିବେ ନାହିଁ।
ଅଗାଧୁଆ ହୋଇ ଫୁଲକୁ ଧୋଇବେ ନାହିଁ। କାରଣ ଏହି ଫୁଲକୁ ଠାକୁରଙ୍କୁ ଅର୍ପଣ କରାଯାଏ ନାହିଁ।
ପଦ୍ମ ଏବଂ ଚମ୍ପା କେବେ ବାସୀ ହୁଏ ନାହିଁ। ତେଣୁ ଏହି ଦୁଇଟି ଫୁଲକୁ ଆଗ ରାତିରୁ ତୋଳି ରଖାଯାଇ ପୂଜା କରାଯାଇପାରେ।
ତୁଳସୀ ଏବଂ ବେଲ କୁ କେବେ ଅଗାଧୁଆ ତୋଳିବା ଉଚିତ ନାହିଁ।