ଦେଖନ୍ତୁ ଭିଡ଼ିଓ: ସ୍କୁଲ ଛାତ୍ରୀଙ୍କୁ ରାସ୍ତା ଉପରେ ଅଭଦ୍ର ଭାଷା କରି ଫୋନ ନମ୍ବର ମାଗିବା ପଡିଲା ମାହାଙ୍ଗା, ମାଡ ଖାଇଲେ ରୋମିଓ

ରୋଡ଼ ରୋମିଓଙ୍କ କାରନାମା ସେମାନଙ୍କୁ ପଡିଲା ଭାରି । ରାସ୍ତାରେ ଛାତ୍ରୀଙ୍କୁ ଅଟକାଇ ପ୍ରେମ ନିବେଦନ କାରଣରୁ ଆଜି ସେମାନଙ୍କୁ ରାସ୍ତାରେ ନିବସ୍ତ୍ର ହୋଇ ମାଡ଼ ଖାଇବାକୁ ପଡ଼ିଛି । ଆଉ ଅଳ୍ପକେ ପୋଲିସ କାରଣରୁ ଜୀବନ ବର୍ତ୍ତି ଯାଇଛି ଏହି ଦୁଇ ରୋଡ଼ ରୋମିଓର । ସୂଚନା ଅନୁଯାୟୀ ଏଭଳି ଏକ ଘଟଣା ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ କାନପୁର ଛକ ନିକଟରେ ଘଟିଛି ।

ମିଳିଥିବା ସୂଚନା ଅନୁଯାୟୀ ଧାନୂଆଳ ପଞ୍ଚାୟତ ଅନ୍ତର୍ଗତ ଗୁଆରଙ୍ଗ ଗାଁର କିଛି କଲେଜ ଏବଂ ସ୍କୁଲ ଛାତ୍ରୀଙ୍କୁ କିଛି ଅସାମାଜିକ ଯୁବକ ମାନେ ବାଟରେ ଯାଉଥିବା ସମୟରେ କମେଣ୍ଟ ମାରିବା ସହିତ ଜୋର ଜବରଦସ୍ତ ଫୋନ ନମ୍ବର ମାଗୁଥିଲେ ଆଉ ଫୋନ ନମ୍ବର ନେଦେବାରୁ ସେମାନଙ୍କୁ ମାରୁଥିଲେ ଏବଂ ରାସ୍ତାରୁ ଉଠାଇ ନେବାକୁ ଧମକ ଦେଉଥିଲେ ।

ଯାହାକୁ ନେଇ ଛାତ୍ରୀ ମାନେ ଚତୁରତାର ସହିତ ନିଜ ଘର ଲୋକଙ୍କୁ ଜଣାଇଲେ ଆଉ ଆଜି ମଧ୍ୟ ସେହି ଯୁବକ ମାନେ ପିଛା କରି ଅସଦାଚରଣ କରୁଥିବା ବେଳେ ଧରା ପଡ଼ି ନିସ୍ତୁକ ମାଡ଼ ଖାଇବା ସହିତ ପୋଲିସ ସେମାନଙ୍କୁ ଥାନା କୁ ନେଇ ତଦନ୍ତ ଚଳାଇଛି । ତେବେ ଗତକାଲି ଧର୍ମଶାଳା ନିକଟ ମଙ୍ଗଳପୁର ଗ୍ରାମର ଜଣେ ସ୍କୁଲ ଛାତ୍ରୀଙ୍କୁ ମଧ୍ୟ ଏହି ଗ୍ୟାଙ୍ଗ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲା ।

ଦେଖନ୍ତୁ ଭିଡିଓ :-

ଏହି ଯୁବକ ମାନେ କାନପୁର ଛକ ନିକଟରେ ଅଟକ ଥିବା ଜାଣିବା ପରେ ଯୁବକ ମାନଙ୍କୁ ଆକ୍ରମଣ କରିଥିବାର ଉଦ୍ୟମ କରିଥିବାର ଜାଣିବା ପରେ ପୋଲିସ ସହିତ ଧସ୍ତାଧସ୍ତି ହୋଇଥିଲା । କିଛି ସମୟ କାନପୁର ଛକ ଲୋକାରଣ୍ୟ ହେବା ସହିତ ଦୁଇ ଅସାମାଜିକ ଯୁବକଙ୍କୁ ପୋଲିସ ଉତ୍କ୍ଷିପ୍ତ ଲୋକଙ୍କ କବଳରୁ ଉଦ୍ଧାର କରି ଥାନାକୁ ନେଇଛି ।

ଯୁବକ ଦୁଇ ଜଣ ଧର୍ମଶାଳା ଥାନା ଅନ୍ତର୍ଗତ ଚହଟା ଗ୍ରାମର ହୋଇଥିବା ବେଳେ ବ୍ୟବହାର କରୁଥିବା ବାଇକକୁ ଲୋକେ ଜବତ କରି ଲୋକେ ଧର୍ମଶାଳା ଥାନା କୁ ହସ୍ତାନ୍ତର କରିଛନ୍ତି । ଧର୍ମଶାଳା ଥାନା ଏସଡିପିଓ କହିଛନ୍ତି ଯେ ଆଜି ଦୁଇ ଜଣ ଝିଅ ସ୍କୁଲ ଯାଉଥିବା ସମୟରେ ତିନି ଜଣ ଯୁବକ ଗାଡ଼ିରେ ଆସି ସେମାନଙ୍କୁ ଅଟକାଇବା ସହିତ ହଇରାଣ ମଧ୍ୟ କରିଥିଲେ ।

ଯେଉଁ କାରଣରୁ ଛାତ୍ରୀ ଦୁଇ ଜଣ ପାଟି କରିବାରୁ ଲୋକେ ଆସି ଯାଇଥିଲେ ଏବଂ ଛାତ୍ରୀ ଦୁଇଜଣ ଆଗରୁ ନିଜ ପରିବାର ଲୋକଙ୍କୁ ମଧ୍ୟ ଏ ବିଷୟରେ ଜଣାଇ ଦେଇଥିଲେ । ଆଉ ଯାହାଦ୍ୱାରା ଲୋକେ ତିନି ଜଣ ଯୁବକଙ୍କୁ ଧରିବାକୁ ପ୍ରୟାସ କରିବା ସମୟରେ ଜଣେ ଖସି ସେଠାରୁ ପଳାଇ ଯାଇଥିଲେ ଏବଂ ଦୁଇ ଜଣଙ୍କୁ ଲୋକେ ଧରି ପକାଇଥିଲେ । ଆଉ ଏହି ଦୁଇ ଜଣଙ୍କୁ ବର୍ତ୍ତମାନ ପୋଲିସ ଥାନାକୁ ନେଇଛି ।