ଦେଖନ୍ତୁ ଭିଡ଼ିଓ: ଭୁଲ ରେ କାଠ ବୋଇ ଭାବି କୁମ୍ଭୀର ଉପରେ ବସି ପଡିଲେ ମତ୍ସ୍ୟଜୀବୀ, ଆଉ ଝୁଣି ପକାଇଲା 13 ଫୁଟିଆ କୁମ୍ଭୀର

କାଠଗଣ୍ଡି ଭାବି କୁମ୍ଭୀର ଉପରେ ବସୁଥିଲେ ମତ୍ସ୍ୟଜୀବୀ । ହଠାତ୍ ଆଁ କରି ଗୋଡ଼ାଇ ଆସିଲା ବିଶାଳକାୟ କୁମ୍ଭୀର । ପାଟି ମେଲାଇ ମତ୍ସ୍ୟଜୀବୀଙ୍କୁ ଝୁଣି ପକାଇଲା । ସକାଳୁ ସକାଳୁ କିଛି ମତ୍ସ୍ୟଜୀବୀ ମାଛ ଧରିବାକୁ ନଦୀ କୂଳକୁ ଯାଇଥିଲେ । ଚାଲି ଚାଲି ଥକି ଯାଇଥିବା ବେଳେ ଜଣେ ମତ୍ସ୍ୟଜୀବୀଙ୍କର ନଜର ଯାଇ ପଡ଼ିଲା ବେଳାଭୂମିରେ ପଡ଼ିଥିବା ଏକ କାଠଗଣ୍ଡି ଉପରେ । ଆଉ ସେ ଦୌଡ଼ି ଯାଇ କାଠଗଣ୍ଡି ଉପରେ ବସିଲା ବେଳକୁ ସେଟା କାଠଗଣ୍ଡି ନ ଥିଲା, ଥିଲା ଏକ ବିଶାଳକାୟ କୁମ୍ଭୀର ।

ଯାହାର ଲମ୍ବ ପ୍ରାୟ 13 ଫୁଟ୍ ହେବ । ଆଉ ହଠାତ୍ କୁମ୍ଭୀରଟି ପାଟି ମେଲାଇ ଆଁ କରି ମତ୍ସ୍ୟଜୀବୀଙ୍କ ଆଡ଼କୁ ଦୌଡ଼ି ଆସିଲା । ଆଉ ତାଙ୍କୁ ତାର ମୁନିଆ ଦାନ୍ତରେ ଝୁଣିି ପକାଇଲା । ଆଉ ତା’ପରେ ଯୁବକ ଜଣଙ୍କ ଭୟରେ ଥରହର ହେବା ସହ ତାଙ୍କର ହୃତ୍ ସ୍ପନ୍ଦନ ଧୀରେ ଧୀରେ ବଢ଼ିବାରେ ଲାଗିଥିଲା । ଦେହରୁ ବୋହି ଯାଉଥିଲା ଗମ୍ ଗମ୍ ଝାଳ । ଆଉ ବଞ୍ଚିବାପାଇଁ ବହୁତ୍ ଜୋରରେ ଚିତ୍କାର କରିଥିଲେ ।

ଚିତ୍କାର ଶୁଣି ତାଙ୍କ ସାଥୀମାନେ ଦୌଡ଼ି ଆସି କୁମ୍ଭୀର ପାଟିରେ ତାଙ୍କ ସାଙ୍ଗଙ୍କୁ ଦେଖି ଭୟଭୀତ ହୋଇ ଯାଇଥିଲେ । ଆଉ ସେ ମତ୍ସ୍ୟଜୀବୀଙ୍କୁ ରକ୍ଷା କରିବା ପାଇଁ ବହୁତ ଚେଷ୍ଟା କରିଥିଲେ । ଦୀର୍ଘ ସମୟର ଅକ୍ଲାନ୍ତ ପରିଶ୍ରମ ପରେ ସୌଭାଗ୍ୟ ବଶତଃ କୁମ୍ଭୀରର ସେହି ମୁନିଆ ଦାନ୍ତରୁ ଖସିଆସିଲେ ମତ୍ସ୍ୟଜୀବୀ ଜଣଙ୍କ । ଆଉ ଏହା ପରେ ଏକ ରସି ସାହାଯ୍ୟରେ ଅନ୍ୟ ମତ୍ସ୍ୟଜୀବୀମାନେ କୁମ୍ଭୀରକୁ କାବୁ କରିଥିଲେ । ଭୋଗରାଇ ବ୍ଲକ ତାଳସାରି ବେଳାଭୂମିରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ।

ଦେଖନ୍ତୁ ଭିଡିଓ :-

ଏତେ ବଡ଼ କୁମ୍ଭୀରକୁ ଦେଖି ସମସ୍ତେ ଭୟଭୀତ ହେବା ସହିତ ଉଦୟପୁର ବନ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ବନ ବିଭାଗର 13 ଜଣିଆ କର୍ମଚାରୀ ପହଞ୍ଚି 13 ଫୁଟର କୁମ୍ଭୀରକୁ ଉଦ୍ଧାର କରିଛନ୍ତି । ତେବେ କୁମ୍ଭୀରର ଲମ୍ବ 13 ଫୁଟ୍ ହୋଇଥିବାବେଳେ ଏହା ଏକ ଘଡ଼ିଆଳ ପ୍ରଜାତିର କୁମ୍ଭୀର ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି । ସେପଟେ ତାଳସାରି ଉଦୟପୁର ବେଳାଭୂମିରେ ପ୍ରତିଦିନ ହଜାର ହଜାର ପର୍ଯ୍ୟଟକ ଗାଧୋଉଥିବା ବେଳେ ପ୍ରଥମ ଥର ପାଇଁ ବେଳାଭୂମିରେ କୁମ୍ଭୀରକୁ ଦେଖି ଲୋକମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି ।