ଆଶ୍ରମ ଭିତରେ ପୂଜା ନାଁରେ ରୋମାନ୍ସ କରୁଥଲେ ବାବା, ସୁନ୍ଦରୀ ଯୁବତୀଙ୍କ ସହ କରୁଥିଲେ ସମ୍ଭୋଗ, ଜାଣନ୍ତୁ ପୁରା ଘଟଣା

ଅନେକ ଭଣ୍ଡ ବାବାଙ୍କ କାରନାମା ଆପଣମାନେ ଶୁଣିଥିବେ । ଆଜି ଆମେ ଆପଣଙ୍କ ସମ୍ମୁଖରେ ଆଉ ଜଣେ ଭଣ୍ଡବାବାଙ୍କ କଳା କାରନାମା ରଖିବୁ । କଟକ ତିଗିରିଆ ଅଂଚଳରେ ଆଶ୍ରମ କରି ରହୁଥିବା ବାବାଙ୍କ କାରନାମା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ ।  ମୁହଁରେ ଦାଢ଼ି, ମୁଣ୍ଡରେ ପଗଡି ଲୋକଙ୍କୁ ଠକୁଛି ଭଣ୍ଡ ବାବା । ବେଶ ଭୂଶାରୁ ଜାଣିପାରିବେନି ବ୍ୟକ୍ତି ଜଣଙ୍କ କୌଣସି ମଠ ବା ଆଶ୍ରମରେ ଭଗବତ ଚର୍ଚ୍ଚା କରୁଥିବେ । 

ହରିନାମ ସଂକୀର୍ତନରେ ସମୟ କାଟୁଥିବେ । କିନ୍ତୁ ଏହି ବାବା ବେଶରେ ଥିବା କୈବଲ୍ୟ ଜାନୀଙ୍କ ଭିତରେ ଯେଉଁ ସଇତାନ ମାନସିକତା ରହିଛି, ତାହା ଆପଣ ଶୁଣିଲେ ଚକିତ ହେବେ । ଏହି ଠକ ଜଣଙ୍କ ଜଣେ ଯୁବତୀଙ୍କୁ ଅପହରଣ କରିବା ଅଭିଯୋଗ ପରେ, ତାଙ୍କୁ ଗିରଫ କରିଛି ପୋଲିସ । ରଙ୍ଗିଲା ବାବାଙ୍କ ଯେଉଁ ଫଟୋ ସବୁ ଆସିଛି ତାହା ସମ୍ପୂର୍ଣ୍ଣ ଭାବରେ ଦେଖାଇବା କିମ୍ବା ସେ ବିସୟରେ ବିସ୍ତୃତ ଭାବେ ବଖାଣିବା ସମ୍ଭବ ନୁହେଁ । 

ଜଣେ ଯୁବତୀଙ୍କ ସହ ରଂଗିଲା ବାବାଙ୍କର ଅନ୍ତରଙ୍ଗ ମୁହୁର୍ତର ଫଟୋ ସାମ୍ନାକୁ ଆସିଛି । ତେବେ ଗତ କିଛି ଦିନ ହେଲା ସେହି ଝିଅ ନିଖୋଜ ହେବା ପରେ ତାଙ୍କ ପରିବାର ପକ୍ଷରୁ ୭ତାରିଖରେ ଢ଼େଙ୍କାନାଳ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ କଟକ ତିଗିରିଆ ଥାନା ସୋମପଡା ବାହାରବିଲ୍ଲା ସୁତୀକ୍ଷ୍ଣ ଆଶ୍ରମରୁ ଅଭିଯୁକ୍ତକୁ ଉଠାଇ ନେଇଛି ପୋଲିସ । 

ଗତ ୭ ତାରିଖରେ ଅପହୃତା ଯୁବତୀଙ୍କ ବାପାଙ୍କ ଅଭିଯୋଗକୁ ଆଧାର କରି ପୋଲିସ ଘଟଣାର ତଦନ୍ତ ଜାରି ରଖିଥିଲା । ଆଜି ଘଟଣାସ୍ଥଳରେ ଢେଙ୍କାନାଳ ସଦର ଏସଡିପିଓଙ୍କ ସମେତ ଢେଙ୍କାନାଳ ଓ ତିଗିରିଆ ପୁଲିସ ସହାୟତାରେ ତିଗିରିଆ ସୁତୀକ୍ଷ୍ଣ ଆଶ୍ରମ ରେ ଚଡାଉ କରି ରଙ୍ଗିଲା ବାବା କୈବଲ୍ୟ ଜାନିଙ୍କୁ ଗିରଫ କରିଛି । ତାଙ୍କ କାରକୁ ମଧ୍ୟ ଜବତ କରିଛି । ଚଢାଉ ସମୟରେ ବାବାଙ୍କ କାରରୁ ମିଳିଛି ଆପତ୍ତି ଜନକ ସାମଗ୍ରୀ